ETV Bharat / bharat

ନାସିକ ପିଆଜ ଚାଷୀଙ୍କ ଗୁହାରି, ଗଡକରୀ ହୁଅନ୍ତୁ କୃଷିମନ୍ତ୍ରୀ

ନିତିନ ଗଡକରୀଙ୍କୁ କୃଷିମନ୍ତ୍ରୀ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି ନାସିକର ପିଆଜ ଚାଷୀ ।

author img

By

Published : May 28, 2019, 8:49 AM IST

ଫାଇଲ ଫଟୋ

ମୁମ୍ବାଇ: ଗତବର୍ଷ ମହାରାଷ୍ଟ୍ର ନାସିକରୁ ଜଣେ ପିଆଜ ଚାଷୀ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ମନିଅର୍ଡର କରି ଚର୍ଚ୍ଚାକୁ ଆସିଥିବାବେ ଏବେ ସେହି ଚାଷୀ ଜଣକ ପୁଣିଥରେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ମାତ୍ର ଏଥର ଅଭିଯୋଗ ନୁହେଁ ଅଛି ନିବେଦନ । ସେହି ଚାଷୀ ଜଣକ ନିତିନ ଗଡକରୀଙ୍କୁ କୃଷିମନ୍ତ୍ରୀ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି ।

ସଞ୍ଜୟ ସାଠେ ନାମକ ଏହି ଚାଷୀ ଜଣକ ଲୋକସଭା ନିର୍ବାଚନରେ ମୋଦିଙ୍କ ଅଦ୍ଭୁଦପୂର୍ବ ବିଜୟ ପରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ପାର୍ସଲ ପଠାଇଛନ୍ତି । ଯେଉଁଥିରେ ଏକ ଧଳା ଗାନ୍ଧି ଟୋପି, ଦୁଇଟି ରୁମାଲ ଏବଂ ଗୋଟିଏ ହାତ ଲେଖା ଚିଠି ରହିଥିଲା । ନିତିନ ଗଡକରିଙ୍କୁ କୃଷିମନ୍ତ୍ରୀ କରିବା ଦ୍ବାରା ଚାଷୀଙ୍କ ସମସ୍ୟାର ସମାଧାନ ହୋଇପାରିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଗତବର୍ଷ ନଭେମ୍ବରରେ ପିଆଜର ଅଭାବୀ ବିକ୍ରିରେ ଅସନ୍ତୁଷ୍ଟ ହୋଇ 750 କେଜି ପିଆଜକୁ ବିକିବା ପରେ 1064 ଟଙ୍କା ମିଳିଥିଲା । ଯାହାକୁ ସେ ବିରୋଧ କରିବା ସ୍ବରୂପ ଏହି ଅର୍ଥରାଶିକୁ ପ୍ରଧାନମନ୍ତ୍ରୀଙ୍କୁ ପଠାଇଥିଲେ । ପରବର୍ତ୍ତୀ ସମୟରେ ପିଏମଓ କାର୍ଯ୍ୟାଳୟ ପକ୍ଷରୁ ମନି ଅର୍ଡରକୁ ଫେରସ୍ତ କରି ଦିଆଯାଇଥିଲା ।

Intro:Body:

HRHJR

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.