ନୂଆଦିଲ୍ଲୀ: ପ୍ରସିଦ୍ଧ ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଜାମିଆମିଲିୟା ଇସଲାମିଆ ବିଶ୍ବବିଦ୍ୟାଳୟରେ ପହଞ୍ଚି ସିଏଏ ଓ ଏନଆରସି ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଗେଟ ନଂ 7ରେ ହୋଇଥିବା ଆନ୍ଦୋଳନରେ ଯୋଗ ଦେବା ସହ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି ।
ଜାମିଆରେ ଅନୁରାଗ କଶ୍ୟପ କହିଛନ୍ତି, ସରକାର ଆପଣମାନଙ୍କ ଧୈର୍ଯ୍ୟ ପରୀକ୍ଷା କରୁଛନ୍ତି । ତେଣୁ ଆପଣମାନେ ଶାନ୍ତି ଓ ଧୈର୍ଯ୍ୟ ରଖନ୍ତୁ । ଆପଣମାନଙ୍କୁ ଅନ୍ୟମାନେ ପ୍ରଭାବିତ କରିବାକୁ ଚେଷ୍ଟା କରିବେ । ହେଲେ ଧୈର୍ଯ୍ୟର ସହାୟତାରେ ତାକୁ ପ୍ରତିହତ କରିପାରିବେ ।