ETV Bharat / bharat

କଡା ଚ୍ୟାଲେଞ୍ଜର ସମ୍ମୁଖୀନ ଏଆଇଏଡିଏମକେ ଆଗରେ ଅନେକ ଅସମାହିତ ପ୍ରଶ୍ନ

ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଇପିଏସଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ସକାଶେ ଘୋଷଣା ପରେ ଦଳ ଭିତରେ ଦେଖା ଦେଇଥିବା ସଙ୍କଟ ଦୂର ହୋଇଛି। ଅଧିକ ପଢନ୍ତୁ...

author img

By

Published : Oct 18, 2020, 6:22 PM IST

କଡା ଚ୍ୟାଲେଞ୍ଜର ସମ୍ମୁଖୀନ ଏଆଇଏଡିଏମକେ ଆଗରେ ଅନେକ ଅସମାହିତ ପ୍ରଶ୍ନ
କଡା ଚ୍ୟାଲେଞ୍ଜର ସମ୍ମୁଖୀନ ଏଆଇଏଡିଏମକେ ଆଗରେ ଅନେକ ଅସମାହିତ ପ୍ରଶ୍ନ

ଚେନ୍ନାଇ: ସମାରୋହ ଥିଲା ନିରାଡମ୍ବର, ପରିବେଶ ଥିଲା ଶାନ୍ତ। କିନ୍ତୁ ଆଗ୍ରହରେ କିଛି କମି ନଥିଲା। ଶାସକ ଏଆଇଏଡିଏମକେ ଗତ ଶନିବାର ଦଳର 49ତମ ପ୍ରତିଷ୍ଠା ଦିବସକୁ ନିରାଡମ୍ବର ଭାବେ ପାଳନ କରିଛି। ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଦଳ ଭିତରେ ଲାଗି ରହିଥିବା ବିବାଦକୁ ପ୍ରମୁଖ ଦ୍ରାବିଡିଆନ ଦଳ ଗତ ସପ୍ତାହରେ ସମାଧାନ କରିଛି । ମୁଖ୍ୟମନ୍ତ୍ରୀ ଇଡାପ୍ପାଡି କେ ପାଲାନିସ୍ବାମୀ (ଇପିଏସ) ଏବଂ ଉପ ମୁଖ୍ୟମନ୍ତ୍ରୀ ଓ ପନୀରସେଲଭାମ (ଓପିଏସ)ଙ୍କ ଦୈତ ନେତୃତ୍ବରେ ଦଳ ଆଗକୁ ଥିବା ଗୋଟିଏ ବର୍ଷ କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। କ୍ଷମତା ବଜାୟ ରଖିବା ନେଇ ହେଉ କିମ୍ବା ରାଜନୈତିକ କ୍ଷେତ୍ରରେ ପ୍ରମୁଖ ଦଳ ଭାବେ ତିଷ୍ଠି ରହିବା ଦୁଇଟି ଯାକ କ୍ଷେତ୍ରରେ ଦଳ ପାଇଁ ଚ୍ୟାଲେଞ୍ଜ ରହିବ।

ବିଧାନସଭା ନିର୍ବାଚନ ପାଇଁ ଇପିଏସଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ସକାଶେ ଘୋଷଣା ପରେ ଦଳ ଭିତରେ ଦେଖା ଦେଇଥିବା ସଙ୍କଟ ଦୂର ହୋଇଛି। ଦଳ ଭିତରେ ଇପିଏସଙ୍କର କର୍ତ୍ତୃତ୍ବ ରହିଥିବା ସ୍ପଷ୍ଟ ସୂଚନା ଦେଉଛି। ଏବେ ଆନ୍ନାଡିଏମକେକୁ ନିର୍ବାଚନରେ ନେତୃତ୍ବ ଦେବା ପାଇଁ ତାଙ୍କ ଉପରେ ଗୁରୁ ଦାୟିତ୍ବ ପଡିଛି । ଦଳ ଏବଂ ତାଙ୍କର ନେତୃତ୍ବ ପାଇଁ ଏହାହେବ ଏକ ଅଗ୍ନି ପରୀକ୍ଷା। 2019 ଲୋକସଭା ନିର୍ବାଚନରେ ଦଳର ଭୋଟ ସଂଗ୍ରହ ହାର 18.48 ପ୍ରତିଶତକୁ ହ୍ରାସ ପାଇଥିଲା ଯାହାକି ସର୍ବନିମ୍ନ ରେକର୍ଡ। ପୂର୍ବାପେକ୍ଷା ଦଳର ଭୋଟ ହାରରେ 59 ପ୍ରତିଶତ କମିଥିଲା ଏବଂ ଦଳ ବିଜେପି, ପିଏମକେ ଏବଂ ଅନ୍ୟମାନଙ୍କ ସହ ମେଣ୍ଟ କରି ଲଢିଥିବା 21ଟି ଆସନ ମଧ୍ୟରୁ ଗୋଟିଏ ମାତ୍ର ଆସନରେ ବିଜୟୀ ହୋଇଥିଲା। ଏହାର ପାଞ୍ଚ ବର୍ଷ ପୂର୍ବରୁ 2014 ସାଧାରଣ ନିର୍ବାଚନରେ ଜୟଲଳିତାଙ୍କ ନେତୃତ୍ବରେ ଏକାକୀ ଲଢି ଆନ୍ନାଡିଏମକେ 44 ପ୍ରତିଶତ ଭୋଟ ପାଇବା ସହ ରାଜ୍ୟର ମୋଟ 39ଟିରୁ 38ଟି ଆସନରେ ବିଜୟୀ ହୋଇଥିଲା। ସେହିପରି 2019ରେ 22ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପ ନିର୍ବାଚନରେ ଦଳକୁ ମାତ୍ର 9ଟି ଆସନ ମିଳିଥିଲା।

ମୁଖ ବିରୋଧୀ ଦଳ ଡିଏମକେ ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରି ତାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଆନ୍ନାଡିଏମକେଠାରୁ ଆଗରେ ରହିଛି, ଯାହାକି ଇପିଏସଙ୍କ ପାଇଁ ଦାୟିତ୍ବ ବଢାଇ ଦେଇଛି। “ଏହା ଏଆଇଏଡିଏମକେ ଏବଂ ଇପିଏସଙ୍କ ନେତୃତ୍ବ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ଯଦିଓ ସେ ଦଳକୁ ଏକାଠି ରଖି ପାରିଛନ୍ତି ଏବଂ ତାଙ୍କର ଶାସନ କାଳ ପୂରଣ କରିବାକୁ ଯାଉଛନ୍ତି, ତଥାପି ଏହାକୁ ମନେ ରଖିବାକୁ ହେବ ଯେ ତାଙ୍କ ବିରୁଦ୍ଧରେ ବେଶ ଶକ୍ତିଶାଳୀ ଡିଏମକେ ରହିଛି,” -ଏହି ମତ ରଖିଛନ୍ତି ହାଇଦ୍ରାବାଦ ବିଶ୍ବବିଦ୍ୟାଳୟରେ ସୋସିଓଲୋଜି ପଢାଉଥିବା ପ୍ରଫେସର ଡକ୍ଟର ଥିରୁନାଭୁକାରାସୁ। ଏଥିସହିତ ଥିରୁନାଭୁକାରାସୁ ଏହା ବି ସ୍ପଷ୍ଟ କରିଦେଇଛନ୍ତି ଯେ, ଆଗାମୀ ବିଧାନସଭା ନିର୍ବାଚନରେ 2019 ଲୋକସଭା ନିର୍ବାଚନ ଫଳାଫଳର ପୁନରାବୃତ୍ତି ହେବ ନାହିଁ । ସେ କହିଛନ୍ତି, “ସେ ସମୟରେ ମୋଦି ବିରୋଧୀ ମନୋଭାବ କାରଣରୁ ଡିଏମକେକୁ ରାଜନୈତିକ ସଫଳତା ମିଳିଥିଲା। କିନ୍ତୁ ଆଗାମୀ ବିଧାନସଭା ନିର୍ବାଚନର ସ୍ଥିତି ଭିନ୍ନ ଥିବାରୁ ଫଳାଫଳ ସମାନ ରହିବ ନାହିଁ। ଯଦିଓ ଇପିଏସଙ୍କୁ ଲୋକପ୍ରିୟତା ଦୃଷ୍ଟିରୁ ଜୟଲଳିତାଙ୍କ ସହ ତୁଳନା କରାଯାଇପାରିବ ନାହିଁ, ତଥାପି ଏଆଇଏଡିଏମକେ ମଧ୍ୟ ତାର ପୂର୍ବ ସ୍ଥିତି ଫେରାଇ ଆଣିବା ସକାଶେ ପ୍ରୟାସ କରି ଆସିଛି।”

ତେବେ ଜୟଲଳିତାଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଭି.କେ.ଶଶିକଳାଙ୍କୁ ନେଇ ନିୟମିତ ଭାବେ ଦଳରେ ଚର୍ଚ୍ଚା ଜାରି ରହିଛି। ଆସନ୍ତ ବର୍ଷ ପ୍ରାରମ୍ଭରେ ଶଶିକଳା ଛାଡ଼ ପାଇବାକୁ ଥିବାରୁ ତାଙ୍କୁ ନେଇ ଦଳରେ କୌଣସି ପ୍ରଭାବ ପଡ଼ିବ କି ବୋଲି ନେଇ ଆଲୋଚନ ହେଉଛି। ଦଳର ନିୟନ୍ତ୍ରଣ ନିଜ ହାତକୁ ନେଇ ପାଇଁ ତାଙ୍କ ଆଡୁ କୌଣସି ଅସ୍ଥିରତା ସୃଷ୍ଟି ହେବ କି ବୋଲି ପ୍ରଶ୍ନ ଉଠୁଛି। ତାଙ୍କୁ ଦଳରେ ନିଆଯିବ ନାହିଁ ବୋଲି ଆନ୍ନାଡିଏମକେ ଯଦିଓ ସ୍ପଷ୍ଟ କରି ସାରିଛି ତଥାପି ପର୍ଯ୍ୟବେକ୍ଷକମାନେ ଏହାକୁ ଗ୍ରହଣ କରି ପାରୁନାହାଁନ୍ତି।

ମାଡ୍ରାସ ଇନିଷ୍ଟିଚ୍ୟୁଟ ଅଫ ଡଭଲପମେଣ୍ଟ ଷ୍ଟଡିଜର ସହକାରୀ ପ୍ରଫେସର ଡଃ ସି ଲକ୍ଷ୍ମନନ କହିଛନ୍ତି,“ ଶଶିକଳାଙ୍କୁ ଏତେ ସହଜରେ ଏଡାଇ ଦେଇହେବ ନାହିଁ। କେବଳ ମନ୍ତ୍ରୀ ନୁହଁନ୍ତି ଏପରିକି ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କର ଅନୁଗତ। ଯଦିଓ ସେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ପାରିବେ ନାହିଁ, ତଥାପି ସେ ଜେଲରୁ ମୁକ୍ତି ପାଇବା ପରେ ରାଜନୈତିକ ସ୍ଥିତି ବଦଳିପାରେ ଏବଂ କିଛି ନୂଆ ସମୀକରଣ ହୋଇପାରେ।”

କ’ଣ ହେବ ନହେବ ତାହା ଅଲଗା କଥା ଦଳ ଏବେ ବର୍ତ୍ତମାନ ଉପରେ ଗୁରୁତ୍ବ ଦେଉଥିବା ଲକ୍ଷ୍ୟ କରାଯାଉଛି। ଦଳର ପ୍ରତିଷ୍ଠା ଦିବସ ସମାରୋହରେ ଇପିଏସ ଓ ଓପିଏସଙ୍କୁ ସମାନ ଗୁରୁତ୍ବ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ତାଙ୍କ ମା’ଙ୍କ ବିୟୋଗ ପରେ ସାଲେମ ନିକଟ ତାଙ୍କ ପୈତୃକ ଗାଁରେ ଏବେ ବି ରହୁଛନ୍ତି। ପ୍ରତିଷ୍ଠା ଦିବସରେ ସେ ଶିଲୁଭାପପାଲାୟମରେ ଦଳର ପତାକା ଉତ୍ତୋଳନ କରିଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ଓପିଏସ ଚେନ୍ନାଇସ୍ଥିତ ଦଳର ମୁଖ୍ୟ କାର୍ଯ୍ୟଳାୟରେ ଦଳୀୟ କର୍ମୀ ଏବଂ ନେତାଙ୍କ ଉପସ୍ଥିତିରେ ଦଳୀୟ ପତାକା ଉତ୍ତୋଳନ କରିଥିଲେ।

ଦଳୀୟ କର୍ମୀଙ୍କ ମନୋବଳ ବଢାଇବା ସହ ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଓପିଏସ ଆସନ୍ତାବ ବର୍ଷ ଦଳ ପ୍ରତିଷ୍ଠାର ସୁବର୍ଣ୍ଣ ଜୟନ୍ତୀ ପାଳନ ସହିତ ରାଜ୍ୟରେ କ୍ଷମତା ବଜାୟ ରଖିବା ଦିଗରେ କାମ କରିବାକୁ ସେମାନଙ୍କୁ ଆହ୍ବାନ ଦେଇଥିଲେ। ସମସ୍ତ 234ଟି ଯାକ ନିର୍ବାଚନମଣ୍ଡଳୀରେ ଜିତି ଇତିହାସ ସୃଷ୍ଟି କରିବାକୁ ସେ ଏକ ବିବୃତି ଦେବା ସହ ଟ୍ବିଟ କରି ଆହ୍ବାନ ଦେଇଛନ୍ତି। ଆନ୍ନାଡିଏମକେ ଲଗାତର ଦୁଇଥର କ୍ଷମତାରେ ରହିବା ପରେ ଏବଂ ସରକାର ବିରୋଧି ହାୱାର ସମ୍ମୁଖୀନ ହେଉଥିବା ବେଳେ ଏପରି ମନ୍ତବ୍ୟ ବାସ୍ତବିକ ଏକ ବଡ଼ ଆଶା।

ଏମ.ସି ରାଜନ

ବ୍ୟୁରୋ ଚିଫ, ଇଟିଭି ଭାରତ, ଚେନ୍ନାଇ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.