ETV Bharat / bharat

ଏବେ ଫେସବୁକରେ ଡିଲିଟ ହୋଇପାରିବ ପୁରୁଣା ପୋଷ୍ଟ - ଫେସବୁକରେ ଡିଲିଟ୍ ହୋଇପାରିବ ପୁରୁଣା ପୋଷ୍ଟ

ନୂଆ ଫିଚରକୁ ପ୍ରଥମେ ଫେସବୁକର ମୋବାଇଲ ଆପରେ ଛଡାଯିବ ବୋଲି କମ୍ପାନୀ ସୂଚନା ଦେଇଛି । ଏହି ଫିଚରରେ 2ଟି ଅଲଗା ଅପସନ ରହିବ । ଅଧିକ ପଢନ୍ତୁ...

ଏବେ ଫେସବୁକରେ ଡିଲିଟ୍ ହୋଇପାରିବ ପୁରୁଣା ପୋଷ୍ଟ

author img

By

Published : Jun 3, 2020, 10:09 PM IST

ହାଇଦ୍ରାବାଦ: ୟୁଜର୍ସଙ୍କ ପାଇଁ ନୂଆ ଫିଚର ଆଣିଛି ଫେସବୁକ । ଏବେ ନିଜ ପୁରୁଣା ପୋଷ୍ଟ ଡିଲିଟ୍ କରିପାରିବେ ୟୁଜର୍ସ । ଅନେକ ଦିନ ପୁରୁଣା ପୋଷ୍ଟକୁ ଖୋଜିବା ଦରକାର ପଡିବନି । ଫେସବୁକ୍ ନିଜ ନୂଆ ଫିଚର ଅନୁସାରେ ଏହାକୁ ଆପଣଙ୍କ ସାମନାକୁ ଶିଘ୍ର ନେଇଆସିବ ଏବଂ ଆପଣ ସହଜରେ ଏହାକୁ ଟାଇମଲାଇନରୁ ହଟାଇପାରିବେ ।

ଏହି ନୂଆ ଫିଚରର ନାମ ରହିଛି ମ୍ୟାନେଜ ଆକ୍ଟିଭିଟି । ଏହାକୁ ପ୍ରଥମେ ଫେସବୁକର ମୋବାଇଲ ଆପରେ ଛଡାଯିବ ବୋଲି କମ୍ପାନୀ ସୂଚନା ଦେଇଛି । ଏହି ଫିଚରରେ 2ଟି ଅଲଗା ଅପସନ ରହିବ । ପ୍ରଥମେ ଗୋଟିଏ ପୋଷ୍ଟ ଡିଲିଟ୍ ହେବା ପରେ ଏହା ଟ୍ରାସକୁ ସଙ୍ଗେ ସଙ୍ଗେ ପଳାଇବ । ଟାଇମଲାଇନରେ ଲୋକେ ଏହାକୁ ଦେଖିପାରିବେନି । ପରେ ଏହା ଟ୍ରାସରୁ 30 ଦିନ ପରେ ଅଟୋମେଟିକ୍ ଡିଲିଟ୍ ହୋଇଯିବ । ଏହାକୁ ନିଜେ ୟୁଜର୍ସ ଟ୍ରାସରୁ ଡିଲିଟ୍ କରିପାରିବେ । ଏହା ଜିମେଲରେ ଥିବା ଅପସନ ଭଳି ବନାଯାଇଛି ।

ଦ୍ବିତୀୟ ବିକଳ୍ପରେ ଏହା ଆର୍କାଇଭ କରାଯାଇପାରିବ । ଫଳରେ ଏହାକୁ ସମସ୍ତେ ଦେଖିପାରିବେନି କିନ୍ତୁ କିଛି ପ୍ରାଇଭେଟ୍ ଲୋକ ଦେଖିପାରିବେ । ଏହି ଫିଚର ଦ୍ବାରା ୟୁଜର୍ସମାନେ ଡାଟା ଉପରେ ନିଜର ଅଧିକ ନିୟନ୍ତ୍ରଣ କରିପାରିବେ । ଏହାସହ ସେମାନଙ୍କର ବର୍ତ୍ତମାନର ଉପସ୍ଥିତି ତଥା କାର୍ଯ୍ୟକଳାପ ଉପରେ ଲୋକଙ୍କର ଅଧିକ ନଜର ରହିବ । ପୂର୍ବରୁ ଗତବର୍ଷ କ୍ଲିୟର ହିଷ୍ଟ୍ରି ଟୁଲ୍ ନାମରେ ଏକ ଫିଚର ବାହାରିଥିଲା । ହେଲେ ଡାଟା ଡିଲିଟ୍ କରେ ନାହିଁ ବରଂ ଫେସବୁକ୍ ଏବଂ ଏହାର ଆକାଉଣ୍ଟ ଭିତର ଲିଙ୍କ କାଟିଦିଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.