ETV Bharat / bharat

ଏସସିଓରେ ଯୋଗ ଦେବା ଲାଗି ଋଷ ଗସ୍ତ କରିବେ ଜୟଶଙ୍କର

author img

By

Published : Sep 3, 2020, 10:21 PM IST

ଭାରତ-ଚୀନ ସୀମା ବିବାଦ ମଧ୍ୟରେ ସେପ୍ଟେମ୍ବର 10 ରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ।

ଏସସିଓରେ ଯୋଗ ଦେବା ଲାଗି ଋଷ ଗସ୍ତ କରିବେ ଜୟଶଙ୍କର
ଏସସିଓରେ ଯୋଗ ଦେବା ଲାଗି ଋଷ ଗସ୍ତ କରିବେ ଜୟଶଙ୍କର

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ସେପ୍ଟେମ୍ବର 10 ରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଏନେଇ ସେ ମସ୍କୋ ଯାତ୍ରା କରିବେ ବୋଲି ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏହାପୂର୍ବରୁ ଗୁରୁବାର ସକାଳୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏସସିଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପାଇଁ ମସ୍କୋ ଗସ୍ତ କରିଥିଲେ ।

ତେବେ ଜୟଶଙ୍କର ତାଙ୍କ ଚୀନ ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିବେ କି ନାହିଁ ସେନେଇ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ବୈଠକ ଶେଷ ହେବା ପରେ ଏନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏସସିଓ ବୈଠକ ଏଭଳି ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ଏହି ସଂଗଠନର ଦୁଇ ସଦସ୍ୟ ଭାରତ ଏବଂ ଚୀନ ପୂର୍ବ ଲଦାଖରେ ମୁହାଁ ମୁହିଁ ହୋଇଛନ୍ତି ।

ଏହା ପୂର୍ବରୁ ଗୁରୁବାର ସକାଳୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୩ ଦିନିଆ ଋଷ ଗସ୍ତରେ ଯାଇଥିଲେ। ସାଂଘାଇ ସହଯୋଗ ସଂଗଠନର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ପାଇଁ ସେ ମସ୍କୋ ଗସ୍ତ କରିଛନ୍ତି। ତେବେ ପ୍ରତିରକ୍ଷାମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ଋଷ ପ୍ରତିପକ୍ଷଙ୍କୁ ଭେଟି ବିଭିନ୍ନ ପ୍ରତିରକ୍ଷା ପ୍ରସଙ୍ଗରେ ଆଲୋଚନା କରିବେ। ଏହି ସମୟରେ ସେ ବିଭିନ୍ନ ଦ୍ବିପାକ୍ଷିକ ବୈଠକରେ ମଧ୍ୟ ଅଂଶଗ୍ରହଣ କରିବେ। ସେ ଏଠାରେ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିବେ କି ନାହିଁ ତାହା ସ୍ପଷ୍ଟ ହୋଇନଥିବା ଶ୍ରୀବାସ୍ତବ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.