ନୂଆଦିଲ୍ଲୀ: ଆଜିଠୁ ଦୁଇ ଦିନିଆ ଇରାନ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ସେଠାରେ ସେ ଭାରତ-ଇରାନର 19ତମ ସଂଯୁକ୍ତ ଆୟୋଗର ବୈଠକରେ ଯୋଗ ଦେବେ । ଏହି ବୈଠକର ସହ ଅଧ୍ୟକ୍ଷତା ଜୟଶଙ୍କର ଏବଂ ଇରାନର ବୈଦେଶିକ ମନ୍ତ୍ରୀ ଜାଭେଦ ଜରୀଫ କରିବେ । ତେବେ ଏହି ଯାତ୍ରାରେ ଜୟଶଙ୍କର ଇରାନ ରାଷ୍ଟ୍ରପତି ହସନ ରୁହାନୀଙ୍କୁ ଭେଟିପାରନ୍ତି ।
ଇରାନ ବ୍ୟତୀୟ ଜୟଶଙ୍କର ଓମାନ ଯାତ୍ରାରେ ମଧ୍ୟ ଯିବେ । ଡିସେମ୍ବର 23ରେ ସେ ଓମାନ ଅଭିମୁଖେ ଯାତ୍ରା କରିବେ । ଓମାନର ବୈଦେଶିକ ମନ୍ତ୍ରୀ ୟୁସୁଫ ବିନ ଅଲାବୀ ବିନ ଅବ୍ଦୁଲା ଜୟଶଙ୍କରଙ୍କୁ ନିମନ୍ତ୍ରଣ ଦେଇଥିଲେ । ତେବେ ଓମାନ ଯାତ୍ରାରେ ସେ ସେଠାକାର ଅନ୍ୟ ନେତାଙ୍କ ସହ ମଧ୍ୟ ସାକ୍ଷାତକାର କରିବେ । ଏହି ଯାତ୍ରାରେ ବାଣିଜ୍ୟିକ ଏବଂ ଦ୍ବିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଛି । ଏହା ବ୍ୟତୀୟ ସାମୁଦ୍ରିକ ପରିବହନ କ୍ଷେତ୍ରରେ ଏକ ଚୁକ୍ତି ମଧ୍ୟ ହୋଇପାରେ ।