ETV Bharat / bharat

ବେଆଇନ ବାଣ କାରଖାନାରେ ବିସ୍ଫୋରଣ, ତଦନ୍ତ ଜାରି - ବେଆଇନ ବାଣ କାରଖାନାରେ ବିସ୍ଫୋରଣ

ପଞ୍ଜାବର ଜଳନ୍ଧର ଅଞ୍ଚଳରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏକ ବେଆଇନ ବାଣ କାରଖାନାରେ ଏହି ବିସ୍ଫୋରଣ ଘଟିଥିବା ବେଳେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ତେବେ ଏହି ବିସ୍ଫୋରଣ ପ୍ରଭାବରେ ନିକଟରେ ଥିବା ଘରଗୁଡ଼ିକର କାନ୍ଥରେ ପାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି ।

ଫଟୋ ସୌଜନ୍ୟ: IANS
author img

By

Published : Oct 28, 2019, 2:19 PM IST

ଚଣ୍ଡିଗଡ଼: ପଞ୍ଜାବର ଜଳନ୍ଧରରେ ଏକ ବେଆଇନ ବାଣ କାରଖାନାରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଛି । ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ତେବେ ଏହାର ପ୍ରଭାବରେ ନିକଟରେ ଥିବା କିଛି ଘରେ ଫାଟ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ ରବିବାର ଦୀପାବଳି ସମୟରେ ଏହି ବିସ୍ଫୋରଣ ହୋଇଥିଲା । ତେବେ ଏକ ଖାଲିସ୍ଥାନରେ ଏହି କାରଖାନାଟି ଥିବା କାରଣରୁ ଅତ୍ୟଧିକ କ୍ଷତି ହୋଇନାହିଁ । ମାତ୍ର ଏହି ବିସ୍ଫୋରଣ ଶବ୍ଦ 2 କିଲୋମିଟର ଶୁଣିବାକୁ ମିଳିଥିଲା । ଏହାର ପ୍ରଭାବରେ ନିକଟରେ ଥିବା କିଛି ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଏପରିକି କିଛି ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଥିଲା ।

ତେବେ ଏ ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ଏହି ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ମଧ୍ୟ ଜଣାପଡ଼ିନାହିଁ । ତେବେ ବାଣ ଗୁଡ଼ିକ ଏକ ଖୋଲା ବାକ୍ସରେ ଥିବା ସମୟରେ ବିସ୍ଫୋରଣ ହୋଇଥିବା ପୋଲିସ ସୂଚନା ଦେଇଛି ।

ସୂଚନାଯୋଗ୍ୟ ଦୁଇ ମାସ ପୂର୍ବରୁ ଗୁରୁଦାସପୁରରୁ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି 21 ଜଣଙ୍କ ଜୀବନହାନୀ ଘଟିଥିଲା ।

Intro:Body:

PRABHU

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.