ETV Bharat / bharat

ଏକଜିଟ୍ ପୋଲ୍: ୟୁପିରେ ମା' ନା ପୁଅ ! କାହାର ଭାଙ୍ଗିବ ଗଡ ?

ଏକଜିଟ୍ ପୋଲ୍ ରିପୋର୍ଟରେ ୟୁପିରେ କଂଗ୍ରେସକୁ ମାତ୍ର ଗୋଟିଏ ଆସନରେ ବିଜୟ ସମ୍ଭାବନାର ଆକଳନ କରାଯାଇଛି । ଏପରି ସ୍ଥଳେ କିଏ ଜିତିବ ରାହୁଲା ନା ସୋନିଆ ସେ ନେଇ ଉଙ୍କି ମାରିଛି ପ୍ରଶ୍ନ । ୟୁପିର ଆମେଥି ଓ ରାଏବରେଲୀ ଏହି ଏହି ଦୁଇଟି ଆସନ ମଧ୍ୟରୁ କଂଗ୍ରେସ ହାତରେ କେଉଁ ଆସନ ରହିବ ଆଉ କେଉଁ ଆସନ ଖସିବ ସେ ନେଇ ଚାଲିଛି ଚର୍ଚ୍ଚା...

author img

By

Published : May 20, 2019, 12:46 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଏକଜିଟ୍ ପୋଲ୍ ଫଳାଫଳକୁ ନେଇ କଂଗ୍ରେସର ଚିନ୍ତା ବଢିଛି । ସମସ୍ତ ଗଣମାଧ୍ୟମର ପ୍ରକାଶିତ ଏକଜିଟ୍ ପୋଲ୍ ରିପୋର୍ଟରେ ବିଜେପିକୁ ମିଳିଛି ବ୍ୟାପକ ସଫଳତା । ସ୍ପଷ୍ଟ ବହୁମତ ପାଇ ଏନ୍‌ଡିଏ 276ରୁ ଅଧିକ ସିଟ୍‌ ପାଇଁ ସରକାର ଗଠନ କରିବା ପାଇଁ ସକ୍ଷମ ହେବ । ଏକ୍‌ଜିଟ ପୋଲ୍‌ର ରିପୋର୍ଟ ଅନୁସାରେ ୟୁପିରେ ମେଣ୍ଟକୁ ଫାଇଦା ମିଳିବ । ଏପରି ସମୟରେ ୟୁପିରେ କଂଗ୍ରେସକୁ ମାତ୍ର ଗୋଟିଏ ଆସନରେ ବିଜୟ ସମ୍ଭାବନାର ଆକଳନ କରାଯାଇଛି । ଏପରି ସ୍ଥଳେ କିଏ ଜିତିବ ରାହୁଲ ନା ସୋନିଆ ସେ ନେଇ ଉଠିଛି ପ୍ରଶ୍ନ ।

ଏକଜିଟ୍ ପୋଲ୍ ଅନୁସାରେ ୟୁପିରେ ବିଜେପିକୁ ୬୨ରୁ ୬୭ ଆସନ ମିଳିବାର ସମ୍ଭାବନା ରହିଛି । ଏହାସହ କଂଗ୍ରେସ ଏଠାରେ ଗୋଟିଏ କିମ୍ବା ୨ଟି ଆସନ ଜିତିବ ବୋଲି ଅନୁମାନ କରାଯାଉଛି । ୟୁପିର ଆମେଥି ଓ ରାଏବରେଲୀ ଏହି ଏହି ଦୁଇଟି ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଓ ମା ସୋନିଆ ଗାନ୍ଧୀ ନିର୍ବାଚନ ଲଢୁଛନ୍ତି । ଏପରି ସ୍ଥଳେ ଏକଜିଟ୍ ପୋଲ୍‌ର ଅଙ୍କ ଯଦି ସତ ହୁଏ ତେବେ କାହା ହାତରେ ସିଟ୍‌ ରହିବ କାହା ହାତରୁ ସିଟ୍‌ ଖସିବ ସେ ନେଇ ଚର୍ଚ୍ଚା ।

ଏଠାରେ ସୂଚନା ଯୋଗ୍ୟ ଯେ ରାହୁଲ କେରଳର ୱାୟନାଡ ଆସନରୁ ନିର୍ବାଚନ ଲଢୁଛନ୍ତି । କୁହାଯାଉଛି ରାହୁଲଙ୍କୁ ଅମେଥିରେ ପରାଜୟର ପୂର୍ବାନୁମାନ ଲାଗି ଯାଇଥିଲା । ଖାସ୍‌ ସେଥିପାଇଁ ରାହୁଲ ଦୁଇ ଦୁଇଟି ଆସନରେ ନିର୍ବାଚନ ଲଢିଛନ୍ତି । ୟୁପିରେ ରାହୁଲଙ୍କ ଆମେଥି ଆସନ ଓ ସୋନିଆଙ୍କ ରାଏବରେଲିରେ ଏସପି-ବିଏସପି ମେଣ୍ଟ ପକ୍ଷରୁ କୌଣସି ପ୍ରାର୍ଥିଙ୍କୁ ମୈଦାନକୁ ଓହ୍ଲାଇ ନଥିଲେ । ମାତ୍ର ଏବେ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟକୁ ନେଇ କଂଗ୍ରେସ ଶିବିରରେ ଆଶା ଓ ଆଶଙ୍କା ପରିସ୍ଥିତି ସୃଷ୍ଟି ହୋଇଛି ।

୨୦୧୪ରେ ରାହୁଲ ଗାନ୍ଧୀ ବିଜେପି ପ୍ରାର୍ଥି ସ୍ମୃତି ଇରାନୀଙ୍କୁ ୧ ଲକ୍ଷ ଭୋଟରେ ହରାଇଥିଲେ । ଚଳିତ ନିର୍ବାଚନରେ ମଧ୍ୟ ଉଭୟ ଉଭୟଙ୍କ ବିରୋଧରେ ସମାନ ଆସନରେ ନିର୍ବାଚନ ଲଢିଛନ୍ତି ।

Intro:Body:

dsg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.