ନୂଆଦିଲ୍ଲୀ: ଚଳିତ ମାସ 24 ଏବଂ 25 ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ମଧ୍ୟ ଭାରତ ଆସିବେ । ତେବେ ନିଜର ଭାରତ ଯାତ୍ରାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ମେଲାନିଆ ।
-
Thank you @narendramodi for the kind invitation. Looking forward to visiting Ahmedabad & New Dehli later this month. @POTUS & I are excited for the trip & to celebrate the close ties between the #USA & #India. https://t.co/49LzQPiVLf
— Melania Trump (@FLOTUS) February 12, 2020 " class="align-text-top noRightClick twitterSection" data="
">Thank you @narendramodi for the kind invitation. Looking forward to visiting Ahmedabad & New Dehli later this month. @POTUS & I are excited for the trip & to celebrate the close ties between the #USA & #India. https://t.co/49LzQPiVLf
— Melania Trump (@FLOTUS) February 12, 2020Thank you @narendramodi for the kind invitation. Looking forward to visiting Ahmedabad & New Dehli later this month. @POTUS & I are excited for the trip & to celebrate the close ties between the #USA & #India. https://t.co/49LzQPiVLf
— Melania Trump (@FLOTUS) February 12, 2020
ଏନେଇ ସେ ଟ୍ବିଟ କରି କହିଛନ୍ତି, 'ଭାରତ ଏବଂ ଆମେରିକା ମଧ୍ୟର ଘନିଷ୍ଠ ସମ୍ବନ୍ଧର ଉତ୍ସବ ମନାଉଥିବା ପ୍ରଥମ ମହିଳା ମୁଁ । ଭାରତ ଯାତ୍ରା ପାଇଁ ନିମନ୍ତ୍ରଣ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ରାଷ୍ଟ୍ରପତି ଟ୍ରମ୍ପ ଏବଂ ମୁଁ ଏହି ଯାତ୍ରାକୁ ନେଇ ଖୁବ ଉତ୍ସାହିତ ଅଛୁ । '
ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଏହି ଯାତ୍ରାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ରାଷ୍ଟ୍ରପତି ଭାବରେ ଟ୍ରମ୍ପଙ୍କର ଏହା ପ୍ରଥମ ଭାରତ ଗସ୍ତ । ଏହି ଗସ୍ତ ଭାରତ-ଆମେରିକା ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବ ବୋଲି ହ୍ବାଇଟ୍ ହାଉସ୍ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।