ବିଜୟଓ୍ବାଡା: ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା କୋଭିଡ କେୟାର ସେଣ୍ଟରରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ଅର୍ଥ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଦୁର୍ଘଟଣାରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ 2 ଲକ୍ଷ ଲେଖାଏଁ ଅନୁକମ୍ପା ଅର୍ଥ ପ୍ରଦାନ କରାଯିବା ବେଳେ ଆହତଙ୍କ ଚିକିତ୍ସା ପାଇଁ 50 ହଜାର ଲେଖାଏଁ ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି । ପିଏମ ଜାତୀୟ ରିଲିଫ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ ।
ରବିବାର ରବିବାର ସକାଳେ ବିଜୟଓ୍ବାଡା ସ୍ଥିତ ଏକ କୋଭିଡ କେୟାର ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ବର୍ତ୍ତମାନ ସୁଦ୍ଧା 11ଜଣଙ୍କ ମୃତ୍ୟୁ ହୋଇଛି। ତେବେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ବିଜୟଓ୍ବାଡା ସିପି ଶ୍ରୀନିହାସୁଲୁ କହିଛନ୍ତି ।