ETV Bharat / bharat

କାଶୀରେ ମୋଦି କହିଲେ ସଫଳତାର ମନ୍ତ୍ର

ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଇବା ପରେ କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ମୋଦିଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହାରି ମଧ୍ୟରେ ମୋଦି ଆସନ୍ତା 30 ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିବାବେଳେ ସୋମବାର ବାରଣାସୀ ଗସ୍ତ କରିଥିଲେ ମୋଦି ।

author img

By

Published : May 27, 2019, 9:56 PM IST

ଫାଇଲ ଫଟୋ

ବାରଣାସୀ: ଚଳିତ ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛନ୍ତି ମୋଦି । ବହୁମତ ପାଇ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଇବା ପରେ କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ମୋଦିଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହାରି ମଧ୍ୟରେ ମୋଦି ଆସନ୍ତା 30 ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିବାବେଳେ ସୋମବାର ବାରଣାସୀ ଗସ୍ତ କରିଥିଲେ ମୋଦି ।

ସେଠାରେ କାଶୀନାଥରେ ପୂଜାର୍ଚ୍ଚନା କରିବା ସହ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ । ମୋଦି କହିଥିଲେ 'ମୋର ବିଜୟର ଶ୍ରେୟ ମୁଁ ଦେଶବାସୀଙ୍କୁ ଦେବାକୁ ଚାହୁଁଛି' । ଏହାସହ କର୍ମକର୍ତ୍ତା ମଧ୍ୟ ଏହି ବିଜୟର ଅଂଶ ବୋଲି ମୋଦି କହିଛନ୍ତି । ତେବେ ଏହାରି ଭିତରେ ବିରୋଧୀଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି ମୋଦି । ସଫଳତା କେମିତି ମିଳେ, ତାହାର ସୂତ୍ର ଜାଣିବାକୁ ନ ଚାହିଁ ଜାତିବାଦ ରାଜନୀତି କରିବାରେ ବ୍ୟସ୍ତ ରହୁଛନ୍ତି ।

ତେବେ ମୋଦି କହିଛନ୍ତି ସମସ୍ତେ କହୁଛନ୍ତି ଏହା ହେଉଛି ରାଜନୈତିକ ଅଙ୍କକଷା । ହେଲେ ଏହା ଗଣିତ ନୁହେଁ ବରଂ ଏହା କେମେଷ୍ଟ୍ରି ବୋଲି ସେ କହିଛନ୍ତି । ଗୋଟେ ପଟେ ବିରୋଧୀ ଆମକୁ ଅସବର୍ଣ୍ଣ ଭାବୁଥିବାବେଳେ ଅନ୍ୟପଟେ ପୁରା ଦେଶ ଆମକୁ ସମର୍ଥନ କରୁଛି । ଦେଶରେ ସମାଜ ଶକ୍ତିର କେମେଷ୍ଟ୍ରି, ଆଦର୍ଶ ଓ ସଂକଳ୍ପର କେମେଷ୍ଟ୍ରି କୌଣସି ଅଙ୍କକୁ ଭୁଲ କରିପାରିବ ନାହିଁ ବୋଲି ସେ କହିଛନ୍ତି ।

ସେପଟେ ବିପୁଳ ବିଜୟ ହାସଲ ପରେ ପ୍ରଥମ ଥର ନିଜ ସଂସଦୀୟ କ୍ଷେତ୍ରକୁ ଯାଇ ଧନ୍ୟ ମନେ କରିବା ସହ ଯେଉଁ ଭଲ ପାଇବା ଯେଉଁ ଶକ୍ତି କାଶୀବାସୀ ଦେଇଛନ୍ତି, ତାହାକୁ କେବେ ବି ଭୁଲି ହେବ ନାହିଁ ବୋଲି ସେ କହିଛନ୍ତି ।

Intro:Body:

ବାରଣାସୀ: ଚଳିତ ନିର୍ବାଚନରେ ଐେତିହାସିକ ବିଜୟ ହାସଲ କରିଛନ୍ତି ମୋଦି । ବହୁମତ ପାଇ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଇବା ପରେ କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ମୋଦିଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହାରି ମଧ୍ୟରେ ମୋଦି ଆସନ୍ତା 30 ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିବା ବେଳେ ସୋମବାର ବାରଣାସୀ ଗସ୍ତ କରିଥିଲେ ମୋଦି ।

ସେଠାରେ କାଶୀନାଥରେ ପୂଜାର୍ଚ୍ଚନା କରିବା ସହ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ । ମୋଦି କହିଥିଲେ 'ମୋର ବିଜୟର ଶ୍ରେୟ ମୁଁ ଦେଶବାସୀଙ୍କୁ ଦେବାକୁ ଚାହୁଁଛି' । ଏହାସହ କର୍ମକର୍ତ୍ତା ମଧ୍ୟ ଏହି ବିଜୟର ଅଂଶ ବୋଲି ମୋଦି କହିଛନ୍ତି । ତେବେ ଏହାରି ଭିତରେ ବିରୋଧୀଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି ମୋଦି । ସଫଳତା କେମିତି ମିଳେ ତାହାର ସୂତ୍ର ଜାଣିବାକୁ ନ ଚାହିଁ ଜାତିବାଦ ରାଜନୀତି କରିବାରେ ବ୍ୟସ୍ତ ରହୁଛନ୍ତି । 

ତେବେ ମୋଦି କହିଛନନ୍ତି ସମସ୍ତେ କହୁଛନ୍ତି ଏହା ହେଉଛି ରାଜନୈତିକ ଅଙ୍କକଷା । ହେଲେ ଏହା ଗଣିତ ନୁହେଁ ବରଂ ଏହା କେମେଷ୍ଟ୍ରି ବୋଲି ସେ କହିଛନ୍ତି । ଗୋଟେ ପଟେ ବିରୋଧୀ ଆମକୁ ଅସବର୍ଣ୍ଣ ଭାବୁଥିବା ବେଳେ ଅନ୍ୟପଟେ ପୁରା ଦେଶ ଆମକୁ ସମର୍ଥନ କରୁଛି । ଦେଶରେ ସମାଜ ଶକ୍ତିର କେମେଷ୍ଟ୍ରି, ଆଦର୍ଶ ଓ ସଂକଳ୍ପର କେମେଷ୍ଟ୍ରି କୌଣସି ଅଙ୍କକୁ ଭୁଲ କରିପାରିବ ନାହିଁ ବୋଲି ସେ କହିଛନ୍ତି ।

ସେପଟେ ବିପୁଳ ବିଜୟ ହାସଲ ପରେ ପ୍ରଥମ ଥର ନିଜ ସଂସଦୀୟ କ୍ଷେତ୍ରକୁ ଯାଇ ଧନ୍ୟ ମନେ କରିବା ସହ ଯେଉଁ ଭଲ ପାଇବା ଯେଉଁ ଶକ୍ତି କାଶୀ ବାସୀ ଦେଇଛନ୍ତି ତାହାକୁ କେବେ ବି ଭୁଲି ହେବ ନାହିଁ ବୋଲି ସେ କହିଛନ୍ତି । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.