ETV Bharat / bharat

'ପରସ୍ପର ମଧ୍ୟରେ ଆଲୋଚନା କରି କାଶ୍ମୀର ସମସ୍ୟାର ସମାଧାନ କର'

author img

By

Published : Sep 18, 2019, 2:38 PM IST

ଦକ୍ଷିଣ ଏସିଆର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଏବଂ ପାକିସ୍ତାନ ପରସ୍ପର ମଧ୍ୟରେ ଆଲୋଚନା କରି କାଶ୍ମୀର ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଛି ୟୁରୋପୀୟ ସଂଘୀୟ ସଂସଦ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: କାଶ୍ମୀର ସମସ୍ୟାକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବାକୁ ପ୍ରୟାସ କରୁଥିବା ପାକିସ୍ତାନକୁ ବୁଧବାର ଲାଗିଛି ଆଉ ଏକ ଶକ୍ତ ଝଟକା । ଦକ୍ଷିଣ ଏସିଆର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଏବଂ ପାକିସ୍ତାନ ପରସ୍ପର ମଧ୍ୟରେ ଆଲୋଚନା କରି କାଶ୍ମୀରକୁ ନେଇ ଚାଲିଥିବା ବିବାଦର ସମାଧାନ କରିବାକୁ ପରାମର୍ଶ ଦେଇଛି ୟୁରୋପୀୟ ସଂଘୀୟ ସଂସଦ ।

କାଶ୍ମୀର ସମସ୍ୟାର ସମାଧାନ ଭାରତ ଓ ପାକିସ୍ତାନ ମିଳିତ ଭାବେ କରିବା ଉଚିତ । ଏଥିରେ ଅନ୍ୟ କୌଣସି ଦେଶ ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ । ସିଧା ସଳଖ ଆଲୋଚନା କରି ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି ବୁଧବାର ୟୁରୋପୀୟ ସଂଘୀୟ ସଂସଦ ଉଭୟ ଦେଶକୁ ପରାମର୍ଶ ଦେଇଛି । ତେବେ ଦୀର୍ଘ 11 ବର୍ଷ ପରେ ୟୁରୋପୀୟାନ ସଂସଦରେ କାଶ୍ମୀର ପ୍ରସଙ୍ଗ ସ୍ଥାନ ପାଇଛି । ଏହା ପୂର୍ବରୁ 2008ରେ ଏଠାରେ କାଶ୍ମୀର ସମସ୍ୟା ଉଠିଥିଲା ।

କାଶ୍ମୀର ମାମଲାରେ କୌଣସି ତୃତୀୟ ପକ୍ଷ ମଧ୍ୟସ୍ଥତା କରିବାକୁ ପାକିସ୍ତାନ ଲଗାତାର ଦାବି କରି ଆସୁଛି । ତେବେ ବିଶ୍ବର ଅଧିକାଂଶ ରାଷ୍ଟ୍ର ଏ ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରୁନାହାଁନ୍ତି । ଏହା ଉଭୟ ଭାରତ ଏବଂ ପାକିସ୍ତାନର ଚାଲିଥିବା ଦ୍ବିପାକ୍ଷିକ ମାମଲା ବୋଲି ଅଧିକାଂଶ ଦେଶ ସ୍ପଷ୍ଟ କରି ସାରିଛନ୍ତି । ପାକିସ୍ତାନ ମିଳିତ ଜାତିସଙ୍ଘ ସମେତ ଅନ୍ୟାନ୍ୟ ଅନ୍ତରାଷ୍ଟ୍ରୀୟ ମଞ୍ଚରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ ମଧ୍ୟ କୌଣସି ସଫଳତା ପାଇନାହିଁ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.