ETV Bharat / bharat

ସିଏଏ: ବୁଧବାର ୟୁରୋପୀୟ ସଂସଦରେ ହେବ ଆଲୋଚନା

ସଂଶୋଧିତ ନାଗରିକତା ଆଇନ୍‌(ସିଏଏ)ବିରୋଧରେ ୟୁରୋପୀୟ ସଂସଦରେ ଆଗତ ପ୍ରସ୍ତାବ ଉପରେ ବୁଧବାର ଆଲୋଚନା ହେବ। ଅଧିକ ପଢନ୍ତୁ...

author img

By

Published : Jan 29, 2020, 8:32 AM IST

debate-on-caa
ନାଗରିକତା ସଂଶୋଧନ ଆଇନ୍‌

ଲଣ୍ଡନ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ବିରୋଧରେ ୟୁରୋପୀୟ ସଂସଦରେ ଆଗତ ପ୍ରସ୍ତାବ ଉପରେ ବୁଧବାର ଆଲୋଚନା ହେବ। ଏହା ପରେ ଗୁରୁବାର ଏନେଇ ମତଦାନ ଅନୁଷ୍ଠିତ ହେବ। ୟୁରୋପୀୟ ମିଳିତ ବାମଦଳ ‘ନର୍ଡିକ ଗ୍ରୀନ ଲେଫ୍ଟ ଗ୍ରୁପ’ ସଦସ୍ୟ ସିଏଏ ବିରୋଧରେ ୟୁରୋପୀୟ ସଂସଦରେ ଏହି ପ୍ରସ୍ତାବ ଆଗତ କରିଥିଲେ।

ସେପଟେ ଭାରତ ଏହି ପ୍ରସ୍ତାବ ଉପରେ କଡା ପ୍ରତିକ୍ରିୟା ପ୍ରକାଶ କରିଛି । ଏହା ଭାରତ ଆଭ୍ୟନ୍ତରୀଣ ମାମଲା ଏବଂ ସଂସଦରେ ଚର୍ଚ୍ଚା ହେବା ପରେ ଉଚିତ ପ୍ରକ୍ରିୟା ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏହି ଆଇନ୍‌ ପ୍ରଣୟନ କରାଯାଇଥିବା ଭାରତ ପକ୍ଷରୁ କୁହାଯାଇଛି।

ଏହା ବ୍ୟତୀତ ଲୋକସଭା ଅଧ୍ୟକ୍ଷ ଓମ୍‌ ବିର୍ଲା ମଧ୍ୟ ଏନେଇ ୟୁରୋପୀୟ ସଂସଦର ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ। ସଂସଦକୁ ଏହି ପ୍ରସ୍ତାବ ଉପରେ ପୁନର୍ବିଚାର କରିବାକୁ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ ସେ। ଏହା ସହିତ ଭାରତରେ ପ୍ରଣୟନ ହୋଇଥିବା ଆଇନ୍‌କୁ ୟୁରୋପୀୟ ସଂସଦ ସମ୍ମାନ କରିବା ଉଚିତ ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ ଭାରତକୁ ୟୁରୋପୀୟ ସଂଘର ଏକ ପ୍ରଭାବଶାଳୀ ତଥା ପ୍ରତିଷ୍ଠାତା ସଦସ୍ୟ ଫ୍ରାନ୍ସର ସମର୍ଥନ ମିଳିଛି। ଏହା ଭାରତର ଅଭ୍ୟନ୍ତରୀଣ ବ୍ୟାପାର ବୋଲି ସେ କହିଛି। ୟୁରୋପୀୟ ସଂସଦର ମୋଟ 751 ସାଂସଦଙ୍କ ମଧ୍ୟରୁ ପ୍ରସ୍ତାବ ସପକ୍ଷରେ 154 ଜଣ ମତଦାନ କରିପାରନ୍ତି। ସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ଏପରି ପ୍ରସ୍ତାବ ସପକ୍ଷରେ ନାହାଁନ୍ତି। କଞ୍ଜରଭେଟିଭ ସାଂସଦ ଭାରତକୁ ବାମପନ୍ଥୀ ସାଂସଦ ସିଏଏକୁ ବିରୋଧ କରୁଥିବା ୟୁରୋପୀୟ ସଂଘର ପ୍ରବକ୍ତା ଭର୍ଜିନ ବଟ୍ଟୁ କହିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.