ETV Bharat / bharat

ୟୁରୋପୀୟ ସଂସଦରେ ଉଠିବ ସିଏଏ ପ୍ରସଙ୍ଗ

author img

By

Published : Jan 26, 2020, 10:37 PM IST

ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ପ୍ରସଙ୍ଗରେ ଆସନ୍ତା ବୁଧବାର ୟୁରୋପୀୟ ସଂସଦରେ ଆଲୋଚନା ହେବ। ଅଧିକ ପଢନ୍ତୁ...

european-parliament
ୟୁରୋପ ସଂସଦ

ଲଣ୍ଡନ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ଦେଶର ବିଭିନ୍ନ ପ୍ରାନ୍ତରେ ଜାରି ରହିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ଏହି ପ୍ରସଙ୍ଗ ଏବେ ୟୁରୋପୀୟ ସଂସଦରେ ପହଞ୍ଚିଛି। ୟୁରୋପୀଆନ ସଂଘ ସଂସଦରେ ବାମ ଦଳ ସଦସ୍ୟ ସିଏଏ ବିରୋଧରେ ଗୃହରେ ଏହି ପ୍ରସ୍ତାବ ଆଗତ କରିଛନ୍ତି। ଆସନ୍ତା ବୁଧବାର ଏ ପ୍ରସଙ୍ଗରେ ଆଲୋଚନା ହେବ ଏବଂ ଏହାର ଦିନକ ପରେ ମତଦାନ ମଧ୍ୟ ହେବ।

ୟୁରୋପୀୟ ମିଳିତ ବାମଦଳ ବା ନର୍ଡିକ ଗ୍ରୀନ ଲେଫ୍ଟ ଗ୍ରୁପ ପକ୍ଷରୁ ଆଗତ ଏହି ପ୍ରସ୍ତାବରେ କୁହାଯାଇଛି, ସିଏଏ ଜାତିସଂଘର ଧାରା ୧୫ରେ ଥିବା ଅନ୍ତର୍ଜାତୀୟ ମାନବ ଅଧିକାର ଆଇନର କ୍ଷୁର୍ଣ୍ଣ କରୁଛି । ଭାରତ ସରକାରଙ୍କ ଏହି ଆଇନ ବିଶ୍ବରେ ଏକ ବିପଜ୍ଜନକ ମାନବୀୟ ସଂକଟ ସୃଷ୍ଟି କରିବ । ସିଏଏ ଭାରତରେ ନାଗରିକତା ନିର୍ଣ୍ଣୟ କରିବାର ପ୍ରକ୍ରିୟାରେ ବିପଦଜନକ ପରିବର୍ତ୍ତନ ଆଣିବ।

ଏହା ସହିତ ବିଶ୍ବର ନାଗରିକତା ବିହୀନ ଲୋକଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିବ ବୋଲି ଏହି ବାମଦଳ ଅଭିଯୋଗ କରିଛନ୍ତି । ଏହା ବ୍ୟତୀତ ସିଏଏ ବିରୋଧରେ ପ୍ରଦର୍ଶନ କରୁଥିବା ଲୋକଙ୍କ ସହ ସକାରାତ୍ମକ ଆଲୋଚନା କରି ଭେଦଭାବପୂର୍ଣ୍ଣ ସିଏଏକୁ ପ୍ରତ୍ୟାହାର କରିବା ଉପରେ ବିଚାର କରିବାକୁ ପ୍ରସ୍ତାବରେ ଭାରତକୁ ଅପିଲ କରାଯାଇଛି ।

ଗତବର୍ଷ ଡିସେମ୍ବରରେ ଭାରତରେ ସିଏଏ ଲାଗୁ ହୋଇଥିଲା । ଯାହାକୁ ନେଇ ଦେଶର ଅନେକ ପ୍ରାନ୍ତରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି ଆଇନ୍‌ କୌଣସି ଭାରତୀୟଙ୍କ ନାଗରିକତ୍ବ କ୍ଷୁର୍ଣ୍ଣ କରିବ ନାହିଁ ବରଂ ପଡୋଶୀ ଦେଶରେ ଧର୍ମୀୟ ଉତ୍ପୀଡନର ଶିକାର ହୋଇଥିବା ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତା ଦେବ ପାଇଁ ଉଦ୍ଦିଷ୍ଟ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.