ETV Bharat / bharat

ବନ୍ୟା ପ୍ରଭାବିତ ଦକ୍ଷିଣ ଏସୀୟ ରାଷ୍ଟ୍ର ପାଇଁ ୟୁରୋପୀୟ ସଂଘର 1.65 ନିୟୁତ ୟୁରୋ ସହାୟତା ଘୋଷଣା

author img

By

Published : Aug 12, 2020, 10:40 PM IST

ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନରେ ଭାରତ, ବାଂଲାଦେଶ ଓ ନେପାଳର ଅନେକ ଅଂଶ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ବେଳେ ୟୁରୋପୀୟ ସଂଘ(ଇୟୁ) ଏହିସବୁ ଦକ୍ଷିଣ ଏସୀୟ ରାଷ୍ଟ୍ର ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଭାବେ 1.65 ନିୟୁତ ୟୁରୋ ପ୍ରଦାନ ପାଇଁ ଘୋଷଣା କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ବନ୍ୟା ପ୍ରଭାବିତ
ବନ୍ୟା ପ୍ରଭାବିତ

ଅରୁଣିମ ଭୂୟାଁ

ନୂଆଦିଲ୍ଲୀ: ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନରେ ଭାରତ, ବାଂଲାଦେଶ ଓ ନେପାଳର ଅନେକ ଅଂଶ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ବେଳେ ୟୁରୋପୀୟ ସଂଘ(ଇୟୁ) ଏହିସବୁ ଦକ୍ଷିଣ ଏସୀୟ ରାଷ୍ଟ୍ର ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଭାବେ 1.65 ନିୟୁତ ୟୁରୋ ପ୍ରଦାନ ପାଇଁ ଘୋଷଣା କରିଛି। ଏହାପୂର୍ବରୁ ମେ ମାସରେ ଭାରତ ଓ ବାଂଲାଦେଶରେ ଛାରଖାର କରିଥିବା ବାତ୍ୟା ଅମ୍ପାନ ସମେତ ଏକାଧିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଦେବା ସକାଶେ ଏବର୍ଷ ଆରମ୍ଭରେ ୟୁରୋପୀୟ ସଂଘ 1.8 ନିୟୁତ ୟୁରୋ ଘୋଷଣା କରିଥିଲା। ବନ୍ୟା ସହାୟତାକୁ ମିଶାଇ ମୋଟ ସହାୟତା ପରିମାଣ 3.45 ନିୟୁତ ୟୁରୋରେ ପହଞ୍ଚିଛି।

“ମୌସୁମୀ ବର୍ଷା ବିଶେଷ କରି ଏବର୍ଷ ଦକ୍ଷିଣ ଏସିଆରେ ପ୍ରଳୟ ସୃଷ୍ଟି କରିଛି ଏବଂ ଏପରି ଦୁର୍ଦ୍ଦିନରେ ଯେଉଁମାନେ ସେମାନଙ୍କର ଘରଦ୍ବାର ହରାଇଛନ୍ତି, ସେମାନଙ୍କଠାରୁ ସେମାନଙ୍କର ଜୀବିକା ଛଡ଼ାଇନେଇଛି ସେମାନଙ୍କ ପାଇଁ ୟୁରୋପୀୟ ସଂଘର ଅର୍ଥ ନିଶ୍ଚିତ ଭାବେ ଅତି ଜରୁରୀ ସହାୟତା ଯୋଗାଇ ଦେବ”। ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ପାଇଁ ୟୁରୋପୀୟ ସଂଘର ମାନବିକତା ସହାୟତା କାର୍ଯ୍ୟକ୍ରମ ତଦାରଖ କରୁଥିବା ତାହିନୀ ଥାମାନଗୋଡା ଏକ ବିବୃତିରେ ଏହା କହିଛନ୍ତି।

“ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ରାଷ୍ଟ୍ରଗୁଡ଼ିକ ଉପରେ ଗୁରୁତ୍ବ ଦେଇ ବିପନ୍ନ ଲୋକଙ୍କ ଏଭଳି ଦୁର୍ଦ୍ଦିନରେ ଜୀବନର ରାହା ଯୋଗାଇ ଦେବା ସହ ସେମାନେ କିପରି ଯଥାଶୀଘ୍ର ନିଜ ଗୋଡରେ ପୁଣି ଥରେ ଛିଡା ହୋଇପାରିବେ ତାହାକୁ ଦୃଷ୍ଟିରେ ରଖି ଆମେ ସହାୟତା ଯୋଗାଇ ଦେଇଛୁ”। ବନ୍ୟାରେ 17.5 ନିୟୁତ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି, ଲୋକଙ୍କର ଘରଦ୍ବାର ନିଶ୍ଚିହ୍ନ ହୋଇଯାଇଛି, ଚାଷ ଜମି ଓ ଗୃହପାଳିତ ପଶୁପକ୍ଷୀ ଭାସି ଯାଇଛି। ଏଥିସହିତ ବନ୍ୟା ଜଳରେ ରାସ୍ତାଘାଟ, ହସ୍ପିଟାଲ ଏବଂ ସ୍କୁଲ ଆଦି ଧ୍ବଂସ ପାଇଯାଇଛି।

ୟୁରୋପୀୟ ସଂଘର ଏକ ବିବୃତି ଅନୁଯାୟୀ “1.65 ନିୟୁତ ୟୁରୋ ମଧ୍ୟରୁ 1 ନିୟୁତ ୟୁରୋ ବାଂଲାଦେଶରେ ଲୋକଙ୍କ ଜରୁରୀ ଆବଶ୍ୟକତା ପୂରଣ ଦିଗରେ ଖର୍ଚ୍ଚ ହେବ, ଯେଉଁଠି କି ଦୁଇ ନିୟୁତ ଲୋକଙ୍କୁ ଖାଦ୍ୟ ସହାୟତା, ପିଇବା ପାଣି, ପରିମଳ, ସ୍ବାସ୍ଥ୍ୟ ଏବଂ ଜରୁରୀ ବାସଗୃହ ଯୋଗାଇ ଦେବାର ଆବଶ୍ୟକତା ରହିଛି”।

“ ଆଉ 5 ଲକ୍ଷ ୟୁରୋ ଭାରତରେ ବନ୍ୟାବିପନ୍ନଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ସହାୟତା, ରିଲିଫ ସାମଗ୍ରୀ ଏବଂ ପିଇବା ପାଣି ଓ ପରିମଳ ସେବା ପାଇଁ ଯୋଗାଇ ଦିଆଯିବ” ବୋଲି ବିବୃତିରେ କୁହାଯାଇଛି।

“ ଏବେ ସୁଦ୍ଧା, ଏବର୍ଷର ମୌସୁମୀ ବର୍ଷାରେ 10.9 ନିଯୁତ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ଏବଂ ଏ ସମୟରେ ସାରା ବିଶ୍ବରେ କରୋନା ମହାମାରୀ ସହ ସମସ୍ତେ ସଂଘର୍ଷ କରୁଥିବାରୁ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବହୁଗୁଣିତ ହୋଇଯାଇଛି ”ବୋଲି ବିବୃତିରେ କୁହାଯାଇଛି। “ ନେପାଳରେ 150 ହଜାର ୟୁରୋ ଖର୍ଚ୍ଚ କରାଯିବ। ଦେଶରେ ଭୟଙ୍କର ଭୂସ୍ଖଳନ ଯୋଗୁଁ ହଜାର ହଜାର ଲୋକ ବାସଚ୍ୟୁତ ହୋଇଛନ୍ତି। ଏମାନଙ୍କୁ ଏହି ଅର୍ଥରେ ପାଣି ଏବଂ ପରିମଳ ସହ ବାସଗୃହ ଏବଂ ଅତ୍ୟାବଶ୍ୟକ ଘରକରଣା ସାମଗ୍ରୀ ଯୋଗାଇ ଦିଆଯିବ”।

ୟୁରୋପୀୟ ସିଭିଲ ପ୍ରଟେକସନ ଏଣ୍ଡ ହ୍ୟୁମାନିଟାରିଆନ ଏଡ୍ ଅପରେସନ(ECHO) ଜରିଆରେ ୟୁରୋପୀୟ ସଂଘ ପ୍ରତିବର୍ଷ 120 ନିୟୁତ ଯୁଦ୍ଧ ଓ ବିପର୍ଯ୍ୟୟର ବିପନ୍ନଙ୍କୁ ସହାୟତା ଯୋଗାଇ ଦେଇଆସୁଛି। ଇଟିଭି ଭାରତର ଏକ ପ୍ରଶ୍ନର ଉତ୍ତର ଈମେଲରେ ଦେଇ ECHOର ଏସିଆ ଓ ପ୍ୟାସିଫିକ୍ ପାଇଁ ନିଯୁକ୍ତ ଆଞ୍ଚଳିକ ସୂଚନା ଅଧିକାରୀ ପିଟର ବିରୋ କହିଛନ୍ତି, ୟୁରୋପୀୟ ସଂଘର ସହାୟତା ଅର୍ଥ ବନ୍ୟା ବିପନ୍ନଙ୍କ ସହାୟତା ଦିଗରେ କାମ କରୁଥିବା ବେସରକାରୀ ସଂସ୍ଥା (ଏନଜିଓ)ଗୁଡ଼ିକ ଦ୍ବାରା ଖର୍ଚ୍ଚ କରାଯିବ।

ECHO ବିଶ୍ବବ୍ୟାପୀ ମାନବକଲ୍ୟାଣ ନିମନ୍ତେ 200ରୁ ଅଧିକା ସଂଗଠନ ସହି ମିଶି କାମ କରି ଆସୁଛି। ଯେଉଁମାନେ ଏଥିରେ ସହଯୋଗୀ ଭାବେ କାମ କରୁଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଏନଜିଓ, ଅନ୍ତର୍ଜାତୀୟ ସଂଗଠନ, ଜାତିସଂଘ ଏଜେନସି ଏବଂ ୟୁରୋପୀୟ ସଂଘ ସଦସ୍ୟ ରାଷ୍ଟ୍ରଙ୍କର ନିର୍ଦ୍ଦିଷ୍ଟ କିଛି ଏଜେନସି। ବାତ୍ୟା ଅମ୍ପାନ ପରେ ଦେଇଥିବା ଆର୍ଥିକ ସହାୟତା ସମ୍ପର୍କରେ ଉଲ୍ଲେଖ କରି ବିରୋ କହିଛନ୍ତି ଯେ :

“ ବାତ୍ୟା ଅମ୍ପାନ ପାଣ୍ଠି ଜରିଆରେ ୟୁରୋପୀୟ ସଂଘ 51 ହଜାରରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିଛି। ପ୍ରଭାବିତ ଲୋକଙ୍କ ଖାଦ୍ୟ ସୁରକ୍ଷା ଏବଂ ଜୀବନଜୀବିକା ପାଇଁ ନିଃସର୍ତ୍ତ ଅର୍ଥ ପ୍ରଦାନ କରିଛି। ପାଣି ଏବଂ ପରିମଳ ସହିତ ବାସଗୃହ ନିର୍ମାଣ ସକାଶେ ବି ସହାୟତା ପ୍ରଦାନ କରାଯାଇଛି”।

ମଙ୍ଗଳବାର ଦିନ ଘୋଷଣା ହୋଇଥିବା ଆର୍ଥିକ ସହାୟତା ୟୁରୋପୀୟ ସଂଘର ଆକ୍ୟୁଟ ଲାର୍ଜ ଏମର୍ଜେନସି ରେସପନସ ଟୁଲ୍ (ALERT)ର ଏକ ଅଂଶ ବିଶେଷ। “ବନ୍ୟା ସହାୟତା କାମ ପାଇଁ ଯାହା ବି ପଦକ୍ଷେପ ନିଆଯାଇଛି ତାହାଦ୍ବାରା କରୋନା ଭୂତାଣୁ ଯେପରି ନବ୍ୟାପେ ସେଥିପ୍ରତି ଧ୍ୟାନ ଦିଆଯାଇଛି” ବୋଲି ୟୁରୋପୀୟ ସଂଘର ବିବୃତିରେ କୁହାଯାଇଛି। ବଡ଼ ବଡ଼ ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ଯେଉଁଠି ଏକ ଲକ୍ଷରୁ ଅଧିକ ଲୋକ କିମ୍ବା ଜନସଂଖ୍ୟାର 50 ପ୍ରତିଶତରୁ ଅଧିକ ଲୋକ ପ୍ରଭାବିତ ହୁଅନ୍ତି ସେପରି କ୍ଷେତ୍ରରେ ଆଲର୍ଟ (ALERT)କୁ ବ୍ୟବହାର କରାଯାଇଥାଏ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.