ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଶାସନ ଆସନ ପାଇଁ ଭୋଟ ପଡିବ। ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନର ପ୍ରଚାର ପର୍ବ ଜାରି ରହିଛି । ତିନି ପ୍ରମୁଖ ଦଳ ବିଜୟ ପାଇଁ ଅଙ୍କକଷା ଆରମ୍ଭ କରିଛନ୍ତି । ପ୍ରଚାର, ରାଲି, ଜନସଭା, ସାକ୍ଷାତକାର ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବା ଜାରି ରଖିଛନ୍ତି । ବିଜେପି, ଆପ୍, କଂଗ୍ରେସ ପକ୍ଷରୁ ଜାରି ରହିଛି ଜୋରଦାର ପ୍ରଚାର କାର୍ଯ୍ୟକ୍ରମ । ପ୍ରଚାର ଉଷ୍ମତା ଭିତରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର ।
ଇଟିଭି ଭାରତକୁ ନିଜ ଇଣ୍ଟରଭ୍ୟୁରେ ମନୀଷ ଦିଲ୍ଲୀ ବିଧାନସଭା ରେସରୁ କଂଗ୍ରେସ ଏକପ୍ରକାର ବାଦ ପଡିଥିବା କହିଛନ୍ତି । ଅନ୍ୟପଟେ ବିଜେପି କେବଳ ହିନ୍ଦୁ-ମୁସଲିମ ରାଜନୀତିରେ ବ୍ୟସ୍ତ ରହୁଥିବା ସେ କହିଛନ୍ତି । ଆପ୍ର ଦିଲ୍ଲୀ ପାଇଁ ପୂର୍ବ ପ୍ରତିଶ୍ରୁତିକୁ ପାଳନ ଓ ଆଗାମୀ 5 ବର୍ଷ ପାଇଁ ଯୋଜନା ଓ ଗ୍ୟାରେଣ୍ଟି କାର୍ଡ କଥା ସେ କହିଛନ୍ତି । ଆପ୍ ପୁଣିଥରେ କ୍ଷମତାକୁ ଫେରିବା ନେଇ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହାସହ ଆପ୍କୁ ଭୋଟ ଦେବା ପାଇଁ ଦିଲ୍ଲୀବାସୀଙ୍କ ପାଖରେ 50 ପ୍ରକାର କାରଣ ରହିଛି ବୋଲି ସେ କହିଛନ୍ତି
ସୂଚନା ଯୋଗ୍ୟ ଯେ, ଆସନ୍ତା ଫେବୃଆରୀ ୮ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ୧୧ ତାରିଖରେ ଏହାର ଫଳାଫଳ ବାହାରିବ ।