ନୂଆଦିଲ୍ଲୀ: ମାର୍କେଟକୁ ଆସିଲା ଦେଶୀ RT-PCR ଡାଇଗ୍ନୋଷ୍ଟିକ୍ କିଟ୍ । ଆଉ 8ରୁ 9 ଘଣ୍ଟା ରିପୋର୍ଟ ପାଇଁ ଅପେକ୍ଷା କରିବାକୁ ପଡିବନି । ମାତ୍ର 1.5 ଘଣ୍ଟାରେ ଆସିବ ରିପୋର୍ଟ । ଦେଶର ଏକ ଷ୍ଟାର୍ଟଅପ RT-PCR ଡାଇଗ୍ନୋଷ୍ଟିକ୍ କିଟ୍ ବିକଶିତ କରିଛି । ଯାହା 1.5 ଘଣ୍ଟା ମଧ୍ୟରେ କୋରୋନା ପରୀକ୍ଷା ରିପୋର୍ଟ ପ୍ରଦାନ କରିବ । କୋରୋନା ମହାମାରୀ ମୁକାବିଲା ପାଇଁ ସବୁବେଳେ ଅନ୍ୟ ଉପରେ ନିର୍ଭର କରୁଥିବା ଭାରତ ଏବେ ଆତ୍ମନିର୍ଭର ହୋଇଛି ।
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc) ସହଯୋଗରେ ଇକ୍ବାଇନ୍ ବାୟୋଟେକ୍ ନାମକ ଷ୍ଟାର୍ଟଅପ COVID-19 ର ସଠିକ୍ ଏବଂ ସୁଲଭ ନିରାକରଣ ପାଇଁ 'ଗ୍ଲୋବାଲ୍ ଟିଏମ୍ ଡାଇଗ୍ନୋଷ୍ଟିକ କିଟ୍' ନାମକ ଏକ ସ୍ବଦେଶୀ RT- PCR ଡାଇଗ୍ନୋଷ୍ଟିକ୍ କିଟ୍ ବିକଶିତ କରିଛି |
ଇଣ୍ଡିଆନ୍ କାଉନସିଲ୍ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ବାରା ଅନୁମୋଦିତ COVID-19 ଡାଇଗ୍ନୋଷ୍ଟିକ୍ ଲ୍ୟାବରେ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଛି | ରୋଗୀ ନମୁନାରେ SARS-CoV-2 ର ଉପସ୍ଥିତି ସୁନିଶ୍ଚିତ କରିବାକୁ ପ୍ରାୟ 1.5 ଘଣ୍ଟା ସମୟରେ ହୋଇପାରିବ ବୋଲି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ପକ୍ଷରୁ କୁହାଯାଇଛି ।
କୋରୋନା ରୋଗୀଙ୍କୁ RTPCR ଟେଷ୍ଟରେ ରିପୋର୍ଟ ଜାଣିବା ପାଇଁ ଲୋକଙ୍କୁ 9 ଘଣ୍ଟା ଅପେକ୍ଷା କରିବା ପାଇଁ ପଡୁଛି । ତେଣୁ ଏହା ଯଦି ସଠିକ ଭାବରେ କାର୍ଯ୍ୟକରେ କୋରୋନା ମୁକାବିଲାରେ ଲୋକଙ୍କୁ ସହାୟତା ହୋଇପାରିବ ।
@ANI