ETV Bharat / bharat

ପ୍ରକୃତିପ୍ରେମୀ ନୟନ ସିଂ, 10 ହଜାରରୁ ଊର୍ଦ୍ଧ୍ବ ଗଛ ଲଗାଇ ସାଜିଛନ୍ତି ଉଦାହରଣ - tree

ପରିବେଶ ଓ ଗଛ ପାଇଁ ନିଜକୁ ଉତ୍ସର୍ଗ କରି ଦେଇଛନ୍ତି ହିମାଚଳ ପ୍ରଦେଶ ରମୌର ଜିଲ୍ଲାର ନୟନ ସିଂହ ।

ପ୍ରତିକାତ୍ମକ ଫଟୋ
author img

By

Published : Jun 5, 2019, 5:04 PM IST

ଶିମଲା: ହିମାଚଳ ପ୍ରଦେଶରେ ଅନେକ ସମୟରେ ଅବୈଧ୍ୟ ଗଛ କାଟିବା ମାମଲା ସାମ୍ନାକୁ ଆସେ । ସରକାର ଜଙ୍ଗଲ ବଞ୍ଚାଇବା ପାଇଁ ପ୍ରତ୍ୟେକ ବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କୌଣସି ସୁଫଳ ଦେଖିବାକୁ ମିଳୁନି । ସେହିପରି ସିରମୌର ଜିଲ୍ଲାର ନୟନ ସିଂହ ନାମକ ଜଣେ ବ୍ୟକ୍ତି ପରିବେଶ ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରୁଛନ୍ତି ।

ନିୟନ ସିଂହ ତାଙ୍କ ଜମିରେ 10 ହଜାରରୁ ଉର୍ଦ୍ଧ୍ବ ଗଛ ଲଗାଇଛନ୍ତି । 1958 ମସିହାରେ ପଞ୍ଜାବ ୟୁନିଭର୍ସିଟିରେ ସ୍ନାତକ ପରେ ସେ ଚାଷ କରିବାପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ସେ ଦିନରାତି ଏକ କରି ଗଛ ପରେ ଗଛ ଲଗାଇ ଚାଲିଲେ । ଆଉ ଏଥିରେ ତାଙ୍କର ପୁରା ପରିବାର ମଧ୍ୟ ତାଙ୍କୁ ସହଯୋଗ କରିଥିଲେ ।

ଗତ 60 ବର୍ଷ ଭିତରେ ଗୋଟିଏ ଗଛ ସେ କାଟି ନାହାନ୍ତି । ବରଂ ଅନେକ ଗଛ ଲଗାଇଛନ୍ତି । ସିମଲାରେ ସେଓ, ପ୍ଲମ୍ବ, ଖୁମାନି, ଓ ବାଦାମ ପାଇଁ ଅନୁକୂଳ ଜଳବାୟୁ ଥିବାବେଳେ ନିଜର ବ୍ୟବସାୟ ପାଇଁ ସେ ଚିନ୍ତା ନକରି ପରିବେଶ ଓ ଲୋକଙ୍କ ମଙ୍ଗଳ ପାଇଁ ଆଗକୁ ଆସିଛନ୍ତି । ଆଉ ପରିବେଶର ସୁରକ୍ଷା ପାଇଁ ସେ ଦେବଦାରୁ ଜଙ୍ଗଲ ତିଆରି କରିପାରିଛନ୍ତି ।

ନୟନ ସିଂହ 2 ଥର ସରପଞ୍ଚ ଥିଲେ । ଏହି ସମୟରେ ସେ ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟୁଥିଲେ । ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ସହ ମିଶି ଗଛ ଲଗାଇ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି ନୟନ ସିଂ ।

Intro:Body:

sdf

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.