ETV Bharat / bharat

‘ନମସ୍ତେ ଟ୍ରମ୍ପ‘:ଗ୍ୟାଲେରୀରେ ଖଚାଖଚ ଦର୍ଶକ

author img

By

Published : Feb 24, 2020, 10:04 AM IST

ଆଉ କିଛି ଘଣ୍ଟାର ଅପେକ୍ଷା । ଅହମ୍ମଦାବାଦରେ ପହଞ୍ଚିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ‘ନସ୍ତମେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବାବେଳେ ଦର୍ଶକଙ୍କ ଭିଡ ଜମିଲାଣି ।

trump visit ahmedabad
‘ନମସ୍ତେ ଟ୍ରମ୍ପ‘:ଗ୍ୟାଲେରୀରେ ଖଚାଖଚ ଦର୍ଶକ

ଅହମ୍ମଦାବାଦ: ଆଉ କିଛି ମୁହୂର୍ତ୍ତର ଅପେକ୍ଷା। ଗୁଜୁରାଟର ଅହମ୍ମଦାବାଦରେ ପହଞ୍ଚିବେ ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମୋଟେରା ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ’ରେ ଦେବେ ଯୋଗ । ସେପଟେ ମୋଟେରା ଷ୍ଟାଡିୟମ ଭିତରରୁ ଦର୍ଶକଙ୍କୁ ପ୍ରବେଶ ପାଇଁ ଦିଆଗଲା ଅନୁମତି। ପୂର୍ବାହ୍ନ 11.40 ସୁଦ୍ଧା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ ଟ୍ରମ୍ପଙ୍କ ସପରିବାର ।

‘ନମସ୍ତେ ଟ୍ରମ୍ପ‘:ଗ୍ୟାଲେରୀରେ ଖଚାଖଚ ଦର୍ଶକ

ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ପତ୍ନୀ ମେଲାନିଆ ଓ ଝିଅ, ଜ୍ବାଇଁ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି । ପହଞ୍ଚିବା ପରେ ବିମାନ ବନ୍ଦରରୁ ମୋଟେରା ଷ୍ଟାଡିୟମ ପର୍ଯ୍ୟନ୍ତ ମୋଦି-ଟ୍ରମ୍ପଙ୍କ ଏକ ମୋଗା ରୋଡ ଶୋ’ କରାଯିବା । ଟ୍ରମ୍ପ ଏହି କାର୍ଯ୍ୟକ୍ରମ ପାଇଁ ସାରା ଅହମ୍ମଦାବାଦା କଡା ସୁରକ୍ଷାବଳୟରେ ରହିଛି । ଅନ୍ୟପଟେ ରାସ୍ତାଘାଟରେ ଟ୍ରମ୍ପଙ୍କ ପୋଷ୍ଟର ଦେଖିବାକୁ ମିଳିଛି । ଟ୍ରମ୍ପଙ୍କ ଗସ୍ତକୁ ନେଇ ସାରା ଦେଶରେ ଏକ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଛି । ସ୍ବାଗତ ପାଇଁ ଭବ୍ୟ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି ।

ସୌଜନ୍ୟ:@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.