ଗୌହାଟି: ଆସାମରେ ଉଦବେଗ ହେବାରେ ଲାଗିଛି ବନ୍ୟା ପରିସ୍ଥିତି । ଗତ କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ରାଜ୍ୟର 11ଟି ଜିଲ୍ଲା ଏବେ ବନ୍ୟା ଘେରରେ । ଦିନକୁ ଦିନ ସ୍ଥିତି ଅଣାୟତଃ ହେବାରେ ଲାଗିଛି । ବନ୍ୟା ଯୋଗୁଁ ଆସାମର ମୋଟ 62 ହଜାର ଲୋକ ଏବେ ବାସହରା ହୋଇଯାଇଛନ୍ତି ।
ସେହିପରି 2 ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି । ରାଜ୍ୟରେ ଥିବା ସମସ୍ତ ନଦୀ ଏବେ ବିପଦ ସଙ୍କେତ ରେଖା ଉପରେ ପ୍ରବାହିତ ହେଉଛି । ଆସାମ ସରକାରଙ୍କ ତରଫରୁ ପରିସ୍ଥିତିକୁ ମୁକାବିଲା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏପରିକି ବନ୍ୟା ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଥିବାବେଳେ କେତେକ ନିଖୋଜ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ସ୍ପଷ୍ଟ ହୋଇପାରି ନାହିଁ ।