ETV Bharat / bharat

ଦେଶରେ ଖାଦ୍ୟ ସାମଗ୍ରୀ ଭଣ୍ଡାର ଅଛି;  ଚିନ୍ତା କରନ୍ତୁ ନାହିଁ: ଗୃହମନ୍ତ୍ରୀ ଅମିତ ଶାହା - enough stock of essential commodities

କୋରୋନା ବିପର୍ଯ୍ୟରୁ ଦେଶକୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଅନ୍ତିମ ଯୁଦ୍ଧର ଆହ୍ବନ ଦେଇଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂକଟ ଦେଖାଦେବା ନେଇ ଏପରି କହିଲେ ଗୃହମନ୍ତ୍ରୀ । ଅଧିକ ପଢନ୍ତୁ...

ଦେଶରେ ଖାଦ୍ୟ ସାମଗ୍ରୀ ଭଣ୍ଡାର ଅଛି;  ଚିନ୍ତା କରନ୍ତୁ ନାହିଁ: ଗୃହମନ୍ତ୍ରୀ ଅମିତ ଶାହା

author img

By

Published : Apr 14, 2020, 4:20 PM IST

ନୂଆଦିଲ୍ଲୀ: ସାରା ଦେଶ ମହାମାରୀ କୋରୋନାକୁ ନେଇ ଚିନ୍ତିତ ବ୍ୟସ୍ତ ବିବ୍ରତ । ଏହି ବିପର୍ଯ୍ୟରୁ ଦେଶକୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଅନ୍ତିମ ଯୁଦ୍ଧର ଆହ୍ବନ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ ଲକଡାଉନ ଅବଧି ଶେଷ ହେବାର କିଛି ଘଣ୍ଟା ପୂର୍ବରୁ ପୁଣିଥରେ 19 ଦିନ ପାଇଁ ଦେଶକୁ ତାଲା ବନ୍ଦ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି । ଫଳରେ ଏବେ ଦେଶ ଆସନ୍ତା ମାସ 3 ତାରିଖ ଯାଏଁ ଲକଡାଉନରେ ରହିବ ।

ଏହାକୁ ନେଇ ଦେଶର ବିଭିନ୍ନ ପ୍ରାନ୍ତରେ ଜନତା ଚିନ୍ତିତ ହେବା ସ୍ବାଭାବିକ । କାରଣ ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂକଟ ଦେଖାଦେବାର ଆଶଙ୍କା ରହିଛି । କିନ୍ତୁ ଏହି ଆଶଙ୍କାକୁ ଖଣ୍ଡନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ପ୍ରଧାନମନ୍ତ୍ରୀଙ୍କ ଲକଡାଉନ ଅବଦ୍ଧି ବୃଦ୍ଧି ଘୋଷଣାର କିଛି ସମୟ ପରେ ଗୃହମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଦେଶର ଗୃହମନ୍ତ୍ରୀ ଭାବେ ମୁଁ ଦେଶବାସୀଙ୍କୁ ଆଶ୍ବାସନ ଦେଉଛି ଦେଶରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ, ଔଷଧ ଏବଂ ସମସ୍ତ ଜରୁରୀ ସାମଗ୍ରୀର ଭଣ୍ଡାର ରହିଛି ।

ତେଣୁ ଦେଶବାସୀ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆମେ ଗରୀବଙ୍କ ପାଇଁ କାମ କରିବା । ଗରିବଙ୍କୁ ସହଯୋଗ କରିବା । କୋରୋନା ବିରୋଧରେ ଲଢିବା ବିଜୟୀ ହେବା ବୋଲି ଅମିତ ଶାହା କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.