ପୁଲୱାମା: ଭାରତୀୟ ସେନାଙ୍କ କଡା କାର୍ଯ୍ୟାନୁଷ୍ଠାନରେ ଟଳିଲେ 2 ଆତଙ୍କବାଦୀ । ଜମ୍ମୁ-କାଶ୍ମୀର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିଲା ଗୁଳିବିନିମୟ । ଯେଉଁଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହୋଇଛନ୍ତି 2 ଆତଙ୍କୀ । ଆତଙ୍କୀଙ୍କ ଅନୁପ୍ରବେଶ ନେଇ ଗୁଇନ୍ଦା ବିଭାଗରୁ ସୂଚନା ମିଳିଥିଲା । ସେପଟେ, ଅଞ୍ଚଳକୁ ଘେରି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି ।
ଗତ ଶନିବାର ସନ୍ଧ୍ୟାରେ ଏଲଓସି ନିକଟବର୍ତ୍ତୀ ପୁଞ୍ଚ ସେକ୍ଟରରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା । ଗୁଳିବର୍ଷଣ କରିବା ସହ ଭାରତୀୟ ସୀମାକୁ ମୋର୍ଟାର ମାଡ କରିଥିଲେ । ଯାହାର ଜବାବରେ ଭାରତୀୟ ସେନା ମଧ୍ୟ ଗୁଳି ବର୍ଷଣ କରିଥିଲେ । ଜାନୁଆରୀ 11ରେ, ହିଜବୁଲ ମୁଜ୍ଜାହିଦ୍ଦିନର 2 ଆତଙ୍କୀଙ୍କୁ ଦକ୍ଷିଣ କାଶ୍ମୀର ଅନନ୍ତନାଗରୁ ଗିରଫ କରାଯାଇଥିଲା । ଏହା ସହ ବହୁ ଗୁଳିଗୁଳା ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା ।