ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ନାମାଙ୍କନ ପତ୍ର ଦାଖଲ କରିନପାରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ 11 ଆଶାୟୀ । ପୂର୍ବରୁ ହାଇକୋର୍ଟରେ କରିସାରିଛନ୍ତି ଆବେଦନ ।
ହାଇକୋର୍ଟରେ ଦାୟର ହୋଇଥିବା ଏହି ଯାଚିକା ଅନୁଯାୟୀ, ନିର୍ବାଚନୀ ଆୟୋଗ ଅଧିକାରୀ ସେମାନଙ୍କୁ ନାମାଙ୍କନ ପୂରଣ କରିଦେଇନଥିବାର ଅଭିଯୋଗ ହୋଇଛି । ଯେତେବେଳେ କି ସେମାନଙ୍କ ପାଖରେ ଟିକେଟ ଥିଲା । ଯାଚିକାକର୍ତ୍ତାଙ୍କ ଅଭିଯୋଗ ଅନୁଯାୟୀ, ନାମାଙ୍କନ ଭରିବା ଜାନୁଆରୀ 20 ଓ 21 ଜାନୁଆରୀ ପ୍ରୟାସ କରିଥିବାବେଳେ, ତାହାକୁ ଖାରଜ କରିଦେଇଥିଲେ ରିଟର୍ଣ୍ଣିଂ ଅଫିସର ।
ସୂଚନାଯୋଗ୍ୟ, ନିର୍ବାଚନୀ ଆୟୋଗଙ୍କ ଅନୁସାରେ, ନୂଆଦିଲ୍ଲୀ ବିଧାନସଭା ଆସନ ପାଇଁ ଅଧିକ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି । ଏହି ହାଇପ୍ରୋଫାଇଲ ସିଟିରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସମେତ ଅନ୍ୟ 27 ଜଣ ପ୍ରାର୍ଥୀ ନିର୍ବାଚନ ଲଢିବେ ।