ଡେରାଡୁନ: ବଣୁଆ ହାତୀଙ୍କ ଜାତୀୟ ରାଜପଥରେ ଉପଦ୍ରବ । ଅନେକ ଗାଡି ଉପରେ ଆକ୍ରମଣ କରିବା ସହ କାଚ ଭାଙ୍ଗି ଖାଇବା ଜିନିଷ ନେଇଯାଇଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ଜାତୀୟ ରାଜମାର୍ଗ 121ର ମୋହାନ ରେଞ୍ଜର ରାସ୍ତାରେ ।
ସୂଚନାଥାଉକି, ରାମନଗରର ମୋହନ ରେଞ୍ଜରେ ହାତୀ ଆତଙ୍କ ଥମିବାକୁ ନାଁ ନେଉ ନାହିଁ । ଶନିବାର ସକାଳେ ହାତୀ ରାସ୍ତାକୁ ଆସି ଗାଡିମାନଙ୍କୁ କ୍ଷତି ପହଞ୍ଚାଇବ ସହ ଖାଦ୍ୟ ସାମଗ୍ରୀ ନେଇ ଯାଇଥିଲା । କାରରେ ଥିବା ଲୋକେ ଭାଗ୍ୟବଶତଃ ଗାଡିରୁ ବାହାରି ପଳାଇଥିଲେ । ସେହିପରି ଶୁକ୍ରବାର ଦିନ ବି ଗୋଟିଏ ଟ୍ରକକୁ ଆକ୍ରମଣ କରି ଟ୍ରକର କାଚ ଭାଙ୍ଗି ଦେଇଥିଲା ହାତୀ । ଖବର ପାଇଁ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘୋଡାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ