ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଥମିବାର ନାଁ ନେଉନି ହାତୀ ମଣିଷ ଲଢେଇ । ଏହି ଲଢେଇରେ ଅନେକ ସମୟରେ ମଣିଷର ଜୀବନ ଯାଉଥିବା ସାମ୍ନାକୁ ଆସୁଛି । ତେବେ ଏହି ଅମାନିଆ ହାତୀଙ୍କୁ କାବୁ କରିବାକୁ ବନ ବିଭାଗ ବେକାବୁ ଥିବା ବେଳେ ଫେଲ ମାରିଛି ଅପରେସନ ଗଜରାଜ ।
ତେବେ ବର୍ତ୍ତମାନ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଠି ଏକ ହାତୀ ବାଇକ୍ ଚାଳକ ପଛରେ ରେସ କରୁଥିବା ଦେଖିବାକୁ ମିଳିଛି । ରାଗି ହାତୀକୁ ଦେଖି ବାଇକ ଚାଳକ ଘଟଣାସ୍ଥଳରୁ ସୁରକ୍ଷିତ ଭାବେ ବର୍ତ୍ତି ଯାଇଛନ୍ତି ।
ସୂଚନା ଅନୁସାରେ, ହାତୀକୁ ଦେଖି ବନ ବିଭାଗ ରାସ୍ତା ବନ୍ଦ କରିବା ସହ ଲୋକଙ୍କୁ ଯାତାୟତ ନକରିବାକୁ ସତର୍କ କରିଥିଲା । କିନ୍ତୁ ଉଭୟ ପାର୍ଶ୍ବରେ ଛିଡା ହୋଇଥିବା ଲୋକଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଗାଡି ନେଇ ବାହାରି ଆସିଥିଲେ। ତେବେ ଭାଇରାଲ ହେଉଥିବା ଏହି ଭିଡିଓଟି ବନବିଭାଗ ଦ୍ବାରା ପୋଷ୍ଟ କରାଯାଇଛି । ଏହି ଭିଡିଓଟି ଏକ ଘଣ୍ଟା ମଧ୍ୟରେ 2 ହଜାର ଭିୟୁ, 400 ଲାଇକ୍ ଓ 121 ଥର ରିଟ୍ବିଟ କରାଯାଇଛି ।