ହାଇଦ୍ରାବାଦ: ସ୍ତନ କର୍କଟ ରୋକିବା ପାଇଁ ବୈଜ୍ଞାନିକଙ୍କ ନୂଆ ପ୍ରୟାସ । ବିଦ୍ୟୁତ-ଚୁମ୍ବକୀୟ ଶକ୍ତି ସାହାଯ୍ୟରେ କର୍କଟକୁ ଅନ୍ୟ ଶରୀରରେ ବ୍ୟାପିବାରୁ ରୋକିପାରିବ । ବିଦ୍ୟୁତ-ଚୁମ୍ବକୀୟ ଶକ୍ତି କର୍କଟ କୋଷ ଗୁଡିକୁ ନିଷ୍କ୍ରିୟ କରିବାପରେ ସହାୟକ ହୋଇଥାଏ । ତେବେ ଏହି ଆବିଷ୍କାରକୁ ଏଯାଏଁ କୌଣସି ପଶୁ କିମ୍ବା ମନୁଷ୍ୟ ଶରୀରରେ ପରୀକ୍ଷା କରାଯାଇନାହିଁ କିନ୍ତୁ ଏହାକୁ ବୈଜ୍ଞାନିକ ମାନେ କର୍କଟ କୋଷରୁ ଖୋଜି ବାହାର କରିଛନ୍ତି ।
କର୍କଟ କୋଷ ସାଧାରଣତଃ ଶରୀରକୁ ଦ୍ରୁତ ଗତିରେ କ୍ଷତି ପହଞ୍ଚାଇଥାଏ । କୋଷ ଗୁଡିକ ଶରୀରର ଯେଉଁ ଅଂଶକୁ ଯାଇଥାଏ, ସେଠାରେ କୋଷ ଗୁଡିକୁ ନଷ୍ଟ କରିଥାଏ । ତେବେ କର୍କଟ କୋଷକୁ ପରୀକ୍ଷା ଅନ୍ତର୍ଭୁକ୍ତ କରି ଅଧିକ ମାରାତ୍ମକ ଅଂଶକୁ ଖୋଜି ବାହାର କରିଛନ୍ତି । କୋଷ ମଧ୍ୟରୁ ଏକ ମାରାତ୍ମକ ପଦାର୍ଥ ଅନ୍ୟ କୋଷକୁ ସ୍ଥାନାନ୍ତରିତ ହୋଇଥାଏ । ଏହି ମାରାତ୍ମକ ପଦାର୍ଥ ଉଭୟ ବିଦ୍ୟୁତ ଓ ଚୁମ୍ବକୀୟ କ୍ଷେତ୍ର ଓ ଏହାର ଗତି ବିଷୟରେ ଅବଗତ ହୋଇଥାଏ ।
ବିଦ୍ୟୁତ-ଚୁମ୍ବକୀୟ ଶକ୍ତିକୁ ପ୍ରୟୋଗ କରିବା ପାଇଁ ବୈଜ୍ଞାନିକ ମାନେ ଏହ ଯନ୍ତ୍ରର ଆବିଷ୍କାର କରିଥିଲେ । ହେଲମୋଜ କଏଲ(HELMHOLZ COIL) ନାମକ ଯନ୍ତ୍ର ସାହାଯ୍ୟରେ ସ୍ତନ କର୍କଟ କୋଷ ମଧ୍ୟରେ ଏହି ଶକ୍ତିକୁ ପ୍ରୟୋଗ କଲେ ଓ ମାଇକ୍ରୋସ୍କୋପ ମାଧ୍ୟମରେ ମାରାତ୍ମକ ପଦାର୍ଥର ଗତିବିଧିକୁ ପ୍ରତି ମୂହୂର୍ତ୍ତରେ ଲକ୍ଷ କଲେ । Metastatic triple-negative ସ୍ତନ କର୍କଟ କୋଷ- ମୁଖ୍ୟତଃ କର୍କଟର ସ୍ବଭାବକୁ ସୂଚିତ କରିଥାଏ କିନ୍ତୁ ଏହି ବିଦ୍ୟୁତ-ଚୁମ୍ବକୀୟ ଶକ୍ତି କାରଣରୁ ଏହାର ଗତିବିଧିରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା ।
ତେବେ ଏହି ଥେରାପି କର୍କଟ କୋଷକୁ ଅଧିକ ବ୍ୟାପିବାରେ ରୋକିଥାଏ । ତେବେ ଲାବ୍ରୋଟାରୀରେ ଏହି ରିସର୍ଚ୍ଚ କରାଯାଇଥିବାର ପାରିପ୍ବାର୍ଶିକ ପରିବେଶକୁ ଧ୍ୟାନରେ ନିଆଯାଇ ନାହିଁ । କିନ୍ତୁ ଅଲଗା କର୍କଟ କୋଷ ଅପେକ୍ଷା ବିଦ୍ୟୁତ-ଚୁମ୍ବକୀୟ କ୍ଷେତ୍ର ଦ୍ବାରା ନିରାକରଣ କରାଯାଇଥିବା କୋଷ ଗୁଡିକ କମ୍ ମାରାତ୍ମକ ହୋଇଥାଏ । ଏହି ରିସର୍ଚ୍ଚର ମୁଖ୍ୟ ଉଦ୍ଦେଶ୍ୟ ହେଲା କର୍କଟ କୋଷକୁ ବ୍ୟାପିବାରୁ ରୋକିବା । ତେବେ ଏହା ମନୁଷ୍ୟ ଉପରେ କେତେକାଂଶରେ ଏହା ପ୍ରଭାବ ପକାଉଛି ତାହା ପରୀକ୍ଷା କରିବା ବାକି ରହିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ