ETV Bharat / bharat

ମୁଙ୍ଗେର ଗୁଳିକାଣ୍ଡ: ପଦରୁ ହଟିବେ ଏସପି ଓ ଜିଲ୍ଲାପାଳ, ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ - ମୁଙ୍ଗେର ଗୁଳିକାଣ୍ଡ

ମୁଙ୍ଗେରରେ ହିଂସା ଉପୁଜିବା ପରେ ଏଠାକାର ଏସପି ଓ ଜିଲ୍ଲାପାଳଙ୍କୁ ହଟାଇ ଦିଆଯାଇଛି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ନିଆଯାଇଛି ଏହି କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ...

ମୁଙ୍ଗେର ଗୁଳିକାଣ୍ଡ: ଏସପି ଓ ଜିଲ୍ଲାପାଳଙ୍କୁ ହଟାଇବାକୁ ଆଦେଶ ଦେଲେ EC

author img

By

Published : Oct 29, 2020, 3:51 PM IST

Updated : Oct 29, 2020, 5:09 PM IST

ପାଟନା: ବିହାରର ମୁଙ୍ଗେର ଗୁଳିକାଣ୍ଡକୁ ନେଇ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମୁଙ୍ଗେରରେ ହିଂସା ଉପୁଜିବା ପରେ ଏଠାକାର ଏସପି ଓ ଜିଲ୍ଲାପାଳଙ୍କୁ ହଟାଇ ଦିଆଯାଇଛି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ନିଆଯାଇଛି ଏହି କାର୍ଯ୍ୟାନୁଷ୍ଠାନ ।

ଦୁଇ ଦିନ ପୂର୍ବରୁ ମୁଙ୍ଗେରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ହିଂସା ଉପୁଜିଥିଲା । ପୋଲିସର ଗୁଳିରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ଏହା ପରେ ଗୁରୁବାର ମଧ୍ୟ ସହରର କିଛି ସ୍ଥାନରେ ହିଂସାର ଖବର ସାମ୍ନାକୁ ଆସିଛି ।

ଗୁରୁବାର ଲୋକଙ୍କ ଭିଡ ମୁଙ୍ଗେରରେ ଥାନାକୁ ଟାର୍ଗେଟ କରିବା ସହ ଏଠାରେ ପୋଡାଜଳା କରିଥିଲେ । ଏହାସହ ଏସପି ଲିପି ସଂହଙ୍କ କାର୍ଯ୍ୟାଳ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଏହା ପରେ ବହିହାର ନିର୍ବାଚନ ଆୟୋଗ ଘଟଣାକୁ ଗମ୍ଭୀରତାର ସହ ନେଇ ମୁଙ୍ଗେରର ଏସପି ଲିପି ସିଂହ ଓ ଜିଲ୍ଲାପାଳ ରାଜେଶ ମୀଣାଙ୍କୁ ପଦରୁ ତତ୍କାଳ ହଟାଇବା ପାଇଁ ଆଦେଶ ଦେଇଛନ୍ତି ।

ମୁଙ୍ଗେରରେ କ୍ରମାଗତ ହିଂସା ଘଟଣା ଉପୁଜୁଥିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି । ତେବେ ସମ୍ପୂର୍ଣ୍ଣ ଘଟଣାରେ ଏବେ ଯାଞ୍ଚ ହେବ । ଘଟଣାକୁ ନେଇ ନିର୍ବାଚନ ଆୟୋଗ ଯାଞ୍ଚ ରିପୋଟ ମାଗିଛନ୍ତି । ଅନ୍ୟପକ୍ଷେ ମୁଙ୍ଗେରରେ ଆଜି ନୂଆ ଜିଲ୍ଲାପାଳ ଓ ଏସପିଙ୍କୁ ନିଯୁକ୍ତ କରାଯିବ ।

ଗୁରୁବାର ମୁଙ୍ଗେରର ଜନସାଧାରଣ ଜିଲ୍ଲା ମୁଖ୍ୟାଳୟରେ ଥିବା ଏସପି କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି। ଏହି ସମୟରେ ଲୋକମାନେ ଅନେକ ଗାଡିରେ ନିଆଁ ଲଗାଇ ଥାନା ଉପରକୁ ପଥର ଫିଙ୍ଗିଥିଲେ । ବର୍ତ୍ତମାନ ମଧ୍ୟ ଉତ୍ତେଜନାର ସ୍ଥିତି ଲାଗି ରହିଛି। ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପୂର୍ବରୁ ଘଟିଥିବା ଏହି ଘଟଣାରେ ରାଜ୍ୟର ରାଜନୈତିକ ଦଳର ନେତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ପୋଲିସ ଗୁଳି ଚଳାଇଥିବା ନେଇ ଏଠାକାର ଲେକେ ଅଭିଯୋଗ କରିଥିଲେ । ଘଟଣାରେ ଏସପି ଲିପି ସିଂଙ୍କୁ ହଟାଇବାକୁ ଦାବି ଉଠିଥିଲା । ମୁଙ୍ଗେରରେ ଏହି ଘଟଣା ପରେ ବିହାରର ରାଜନୀତି ସମ୍ପୂର୍ଣ୍ଣ ସରଗରମ ରହିଛି । ବିରୋଧି ମଧ୍ୟ ଏହି ପ୍ରସଙ୍ଗକୁ ଆଳ କରି ରାଜନୀତି ଆରମ୍ଭ କରିଦେଇଛନ୍ତି

ବୁଧବାର ଦିନ ବିହାର ବିଧାନସଭାରେ ବିରୋଧି ଦଳର ନେତା ତେଜସ୍ବୀ ଯାଦବ ମଧ୍ୟ ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ହାଇକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ ମଧ୍ୟ ଘଟଣାର ତଦନ୍ତ କରିବାକୁ କହିଛନ୍ତି। ଚିରାଗ ପାସୱାନ ମଧ୍ୟ କ୍ରମାଗତ ଭାବରେ ଏହି ପ୍ରସଙ୍ଗ ଉଠାଉଛନ୍ତି ଏବଂ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛନ୍ତି।

Last Updated : Oct 29, 2020, 5:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.