ETV Bharat / bharat

ଇସିଙ୍କ ବଡ ଆକ୍ସନ, ପ୍ରଚାର କରିପାରିବେନି ଯୋଗୀ-ମାୟା

author img

By

Published : Apr 15, 2019, 5:21 PM IST

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ ଆୟୋଗ। ଏହି ପ୍ରତିବନ୍ଧକ ଯୋଗୀଙ୍କ ପାଇଁ  ୭୨ ଘଣ୍ଟା (୩ ଦିନ) ଏବଂ ମାୟାବତୀଙ୍କ ପାଇଁ   ୪୮ ଘଣ୍ଟା (୨ ଦିନ) ପର୍ଯ୍ୟନ୍ତ ଲାଗୁ ହେବ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ନିଜ ନିଜ ଦଳର ବିଜୟ ସୁନିଶ୍ଚିତ କରିବା ଦିଗରେ ଲାଗି ପଡିଛନ୍ତି ସମସ୍ତ ନେତା । ନିଜ ଦଳୀୟ ପ୍ରଚାର ପ୍ରସାରରେ ଲଗାଇ ଦେଉଛନ୍ତି ସମସ୍ତ ଶକ୍ତି । କିନ୍ତୁ ଏହି ମାମଲାରେ ଯୋଗୀ ଏବଂ ମାୟାବତୀଙ୍କୁ ଶକ୍ତ ଝଟକା ଲାଗିଛି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ ଆୟୋଗ। ଏହି ପ୍ରତିବନ୍ଧକ ଯୋଗୀଙ୍କ ପାଇଁ ୭୨ ଘଣ୍ଟା (୩ ଦିନ) ଏବଂ ମାୟାବତୀଙ୍କ ପାଇଁ ୪୮ ଘଣ୍ଟା (୨ ଦିନ) ପର୍ଯ୍ୟନ୍ତ ଲାଗୁ ହେବ ।

ତେବେ ଏହି ସମୟରେ ମାୟାବତୀ ଏବଂ ଯୋଗୀ କୌଣସି ରାଲିରେ ସମ୍ବୋଧିତ କରିପାରିବେ ନାହିଁ କିମ୍ବା ସୋସିଆଲ ମିଡିଆର ବ୍ୟବହାର କରିପାରିବେ ନାହିଁ । ଏହା ବ୍ୟତିତ ସେମାନେ କୌଣସି ଗଣମାଧ୍ୟମକୁ ସାକ୍ଷାତକାର ମଧ୍ୟ ଦେଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ତେବେ ଏହି ପ୍ରତିବନ୍ଧକ ଏପ୍ରିଲ 16 ସକାଳ 6 ଟା ରୁ ଆରମ୍ଭ ହେବ ।

ସୂଚନା ଯୋଗ୍ୟ, ମାୟାବତୀ ଏବଂ ଯୋଗୀଙ୍କ ବିରୁଦ୍ଧରେ ଆଚରଣ ବିଧି ଉଲଙ୍ଘନର ଅଭିଯୋଗ ହୋଇଛି । ନିଜ ନିର୍ବାଚନୀ ପ୍ରଚାର ସମୟରେ ଦୁହେଁ ସାମ୍ପ୍ରଦାୟକତା ଏବଂ ଧର୍ମକୁ ନେଇ ଭାଷଣ ଦେଇଥିଲେ । ମୁସଲିମ ସମ୍ପ୍ରଦାୟର ଲୋକ ନିଜ ଭୋଟ ନବାଣ୍ଟି କେବଳ ମହାମେଣ୍ଟକୁ ଭୋଟ ଦେବାକୁ ଅନୁରୋଧ କରିଥିଲେ ମାୟାବତୀ । ସେହିପରି ଆଦିତ୍ୟନାଥ କହିଥିଲେ ବିରୋଧୀ ଦଳକୁ ଅଲ୍ଲୀ ପସନ୍ଦ ତ ଆମକୁ ବଜରଙ୍ଗବଲୀ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.