ETV Bharat / bharat

ନିର୍ବାଚନୀ ଚଢାଉ, ତାମିଲନାଡୁରୁ ଜବତ ହେଲା 500 କୋଟି

ନିର୍ବାଚନ ସମୟରେ ସବୁ ସ୍ଥାନରୁ ଜବତ ହେଉଛି ପୁଳାପୁଳା ଟଙ୍କା। ବର୍ତ୍ତମାନ ସୁଦ୍ଧା ତାମିଲନାଡୁରୁ ପାଖାପାଖି 552.23 କୋଟି ଟଙ୍କା ଜବତ କରାହୋଇଛି। ଜବତ ସାମଗ୍ରୀ ମଧ୍ୟରେ ଟଙ୍କା ଓ ମୂଲ୍ୟବାନ ସୁନାଗହଣା ରହିଛି।

author img

By

Published : Apr 14, 2019, 11:20 AM IST

ଫାଇଲ ଫଟୋ

ଚେନ୍ନାଇ: ନିର୍ବାଚନ ସମୟରେ ସବୁ ସ୍ଥାନରୁ ଜବତ ହେଉଛି ପୁଳାପୁଳା ଟଙ୍କା । ଏହାସହ ନିର୍ବାଚନକୁ ଆଖିରେ ରଖି ଆଦର୍ଶ ଆଚରଣ ବିଦ୍ଧି ଲାଗୁ ହେବା ପରେ ସବୁ ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ଦେଖିବାକୁ ମିଳିଛି। ତେବେ ଏହାର ଅତ୍ୟଧିକ ପ୍ରଭାବ ପଡିଛି ତାମିଲନାଡୁରେ। ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ପାଖାପାଖି 552.23 କୋଟି ଟଙ୍କା ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ଟଙ୍କା ଓ ମୂଲ୍ୟବାନ ସୁନାଗହଣା ରହିଛି।

ଶୁକ୍ରବାର ସୁଦ୍ଧା ରାଜ୍ୟରୁ 129.51 କୋଟି ଟଙ୍କା ଜବତ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସତ୍ୟବ୍ରତ ସାହୁ। ସେଥିମଧ୍ୟରେ ସୁନା,ମଦ ଓ ଲ୍ୟାପଟପ ରହିଛି। ଯାହାର ମୂଲ୍ୟ 422.72 କୋଟି ହେବ।

ଏପ୍ରିଲ 18 ରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ 5,874 ଜୋନାଲ ଟିମ ଗଠନ କରାଯାଇଛି। ଯେଉଁମାନେ ନିର୍ବାଚନ ସମୟରେ ହେଉଥିବା ବେଆଇନ ମଦ ଚାଲାଣ ଓ ଟଙ୍କା କାରବାର ଉପରେ ତୀକ୍ଷ୍ନ ନଜର ରଖୁଛନ୍ତି।

ଅଧିକାରୀ ଜଣଙ୍କ କହିବା ଅନୁସାରେ ରାଜ୍ୟରେ ପାଖପାଖି 7,225 ସମ୍ବେଦନଶୀଳ ବୁଥ ରହିଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା ପାଇଁ ସିସି କ୍ୟାମେରା ଦ୍ବାରା ମନିଟରିଂ କରାଯିବ ।

Intro:Body:

DFVDVFFVBGFB

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.