ETV Bharat / bharat

ଜମ୍ମୁକଶ୍ମୀର ଓ କେରଳରେ ରବିବାର, ଅନ୍ୟ ରାଜ୍ୟରେ ସୋମବାର ପାଳନ ହେବ ଇଦ

ଚଳିତବର୍ଷ କୋରୋନା କାରଣରୁ ଫିକା ପଡିଛି ଇଦ ପର୍ବ । ଦେଶର ନାହିଁ କୌଣସି ଉତ୍ସବର ମାହୋଲ । ନିଜ ଘରେ ରହି ଇଦ ପାଳିବାକୁ ଦିଆଯାଇଛି ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଜମ୍ମୁକଶ୍ମୀର ଓ କେରଳରେ ରବିବାର, ଅନ୍ୟ ରାଜ୍ୟରେ ସୋମବାର ପାଳନ ହେବ ଇଦ
ଜମ୍ମୁକଶ୍ମୀର ଓ କେରଳରେ ରବିବାର, ଅନ୍ୟ ରାଜ୍ୟରେ ସୋମବାର ପାଳନ ହେବ ଇଦ
author img

By

Published : May 24, 2020, 10:14 AM IST

ନୂଆଦିଲ୍ଲୀ: ଦେଶରେ ଶନିବାର ଇଦ ଚାନ୍ଦ ନଜର ଆସିନଥିଲା, ଯାହାକୁ ନେଇ ସୋମବାର ଭାରତରେ ଇଦ ପର୍ବ ପାଳନ କରାଯିବ। ଜାମା ମସଜିଦର ଶାହି ଇମାମ କହିଛନ୍ତି ଯେ, ଦେଶର କୌଣସି ସ୍ଥାନରେ ଚାନ୍ଦ ଦେଖିବାକୁ ମିଳିନଥିଲା । ତେଣୁ ମେ 25 ଅର୍ଥାତ ସୋମବାର ଇଦ ପାଳନ କରାଯିବ। ତେବେ ରବିବାର କଶ୍ମୀର ଓ କେରଳରେ ଇଦ ପାଳନ କରାଯିବ। ଶାହୀ ଇମାମ ଲୋକମାନଙ୍କୁ କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ଆମକୁ ଇଦ୍ ସମୟରେ ସତର୍କତା ଅବଲମ୍ବନ କରିବାକୁ ପଡିବ ଏବଂ ହାତ ମିଳାଇବା ଏବଂ ପରସ୍ପରକୁ ଆଲିଙ୍ଗନ ନକରି ଦୂରେଇ ରହିବାକୁ ନିବେଦନ କରିଛନ୍ତି ।

ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଏକ ଟ୍ବିଟରେ ଇଦର ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ, ଉପତ୍ୟକାରେ ଚାନ୍ଦ ଦେଖିବାକୁ ମିଳିଛି ଏବଂ ରବିବାର ଇଦ ଉଲ ଫିତର ପାଳନ କରାଯିବ ବୋଲି ସ୍ଥାନୀୟ ମସଜିଦ ଘୋଷଣା କରିଛି।

ଅନ୍ୟପକ୍ଷରେ ଶୁକ୍ରବାର ଲଦାଖରେ ଇଦ ପାଳନ କରାଯାଇଛି । ତେବେ କୋରୋନା କାରଣରୁ ମସଜିଦ କିମ୍ବା ବଜାରରେ କୌଣସି ଉତ୍ସାହ ଦେଖିବାକୁ ମିଳି ନଥିଲା। ଅଧିକାଂଶ ଲୋକ ଘର ରହି ଇଦ ପାଳନ କରିଥିଲେ।

ସୂଚନାମୁତାବକ, ଭାରତରେ ସାଉଦି ଆରବର ଗୋଟିଏ ଦିନ ପରେ ଇଦ ପାଳନ କରାଯାଏ । ସାଉଦିରେ ଯେଉଁ ଦିନ ଇଦ ପାଳନ ହୁଏ, ଭାରତରେ ସେହି ଦିନ ଚାନ୍ଦ ଦେଖାଯାଏ। ଅନ୍ୟପକ୍ଷରେ, ଭାରତରେ ଶୁକ୍ରବାର ସମସ୍ତ ଜାୟରିନ ମାନେ ପ୍ରାର୍ଥନା କରିଥିଲେ। ରମଜାନ ମାସର ଶେଷ ଶୁକ୍ରବାର ଶୁଭେଚ୍ଛା କିମ୍ବା ଜୁମାତୁମ ବିଦାର ନାମଜ ପାଠ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.