ETV Bharat / bharat

ଭିନ୍ନ ମୋଡରେ ମୁସଲିମ ଯୁବକଙ୍କୁ ମାଡମରା ମାମଲା

ମୁସଲିମ ଯୁବକଙ୍କୁ ଦୁର୍ବ୍ୟବହାର ଘଟଣାର ଭିନ୍ନ ମୋଡ। ପାଞ୍ଚ ଜଣ ନୁହେଁ ଜଣେ କରିଥିଲେ ଦୁର୍ବ୍ୟବହାର । ସିସିଟିଭିରୁ ପୋଲିସକୁ ମିଳିଲା ସୁରାକ।

ଫଟୋ ସୌଜନ୍ୟ : ଏଏନଆଇ
author img

By

Published : May 28, 2019, 3:07 PM IST

ନୂଆଦିଲ୍ଲୀ : ମୁସଲିମ ଯୁବକଙ୍କୁ ନମାଜ ପାଠ କରି ଫେରୁଥିବା ବେଳେ କିଛି ଯୁବକ 'ଜୟ ଶ୍ରୀ ରାମ' କହିବାକୁ ବାଧ୍ୟ କରିଥିଲେ । ଘଟଣା ଘଟିଥିଲା ରାଜଧାନୀ ଦିଲ୍ଲୀରେ । ଏପରିକି ଯୁବକଙ୍କ ମୁଣ୍ଡରୁ ଟୋପି କାଢି ମାରପିଟି ମଧ୍ୟ କରିଥିଲେ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଗୌତମ ଗମ୍ଭୀର ମଧ୍ୟରେ ଏହି ଘଟଣାରେ ମନ୍ତବ୍ୟ ରଖି ଚର୍ଚ୍ଚାକୁ ଆସିଥିଲେ ହେଲେ ଏବେ ସିସିଟିଭି ଯାଞ୍ଚ ପରେ ଘଟଣା ନେଇଛି ଏକ ଭିନ୍ନ ମୋଡ ।

ମହମ୍ମଦ ବରକତ ଆଲମ(25)ଙ୍କ କହିବା ଅନୁସାରେ, 5-6 ଜଣ ବ୍ୟକ୍ତି ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ହେଲେ ସିସିଟିଭି ଫୁଟେଜରେ ରହିଛି ଅନ୍ୟ କିଛି । ଆଲମଙ୍କୁ କେବଳ ଜଣେ ମଦ୍ୟପ ଆସି ତାଙ୍କୁ ଦୁର୍ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି । ଆଉ ନିକଟରେ ଥିବା ଦୁଇ ଜଣ ଲୋକ ଆସି ତାଙ୍କୁ ରକ୍ଷା କରିଥିଲେ । ଏହାପରେ ଦୁହେଁ ନିଜ ନିଜ ରାସ୍ତାରେ ଚାଲିଯାଇଥିଲେ ।

ପୁଣି ଥରେ ଆଲମ ଘଟଣାସ୍ଥଳକୁ ଯାଇ ପୋଲିସକୁ ଫୋନ କରିଥିଲେ । ଆଉ ଘଟଣା ପଦାକୁ ଆସିଥିଲା । ଘଟଣାର ଏପରି ମୋଡ ଦେଖି ଦୋଛକିରେ ପୋଲିସ । ବର୍ତ୍ତମାନ ସେହି ମଦ୍ୟପ ବ୍ୟକ୍ତିଙ୍କୁ ଖୋଜାଯାଉଥିବା ପୋଲିସ ସୂଚନା ଦେଇଛି ।

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.