ETV Bharat / bharat

ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପ୍ରଭାବୀ ରଣନୀତି

ପ୍ରତ୍ୟେକ ଦିନ ଘରୁ ଓ ବାହାରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ନଷ୍ଟ ନକରି ପୂର୍ବରୁ ଅନେକ ଦେଶ ଏହାର ସଦୁପଯୋଗ କରୁଥିବାବେଳେ, ଏବେ ଏହାକୁ ତେଲେଙ୍ଗାନା ସରକାର ଏଥିରୁ ଶକ୍ତି ଉତ୍ପାଦନ ପାଇଁ ବ୍ୟବସ୍ଥା କରିଛନ୍ତି । ସମ୍ପୂର୍ଣ୍ଣ ପଢନ୍ତୁ...

author img

By

Published : Sep 22, 2020, 12:26 PM IST

ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପ୍ରଭାବୀ ରଣନୀତି
ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପ୍ରଭାବୀ ରଣନୀତି

ବର୍ଜ୍ୟବସ୍ତୁ ପରିଚାଳନା ଯଦି ଠିକ ଭାବେ ହୋଇପାରେ ନାହିଁ , ତାହା ହେଲେ ପରିବେଶଗତ ବିପର୍ଯ୍ୟୟ ସୃଷ୍ଟି ହୁଏ । ବିଷାକ୍ତ ବର୍ଜ୍ୟବସ୍ତୁ ଖୋଲା ଜାଗାରେ ପକାଇଲେ ଓ ସେଗୁଡିକୁ ଅନୁପଯୁକ୍ତ ଭାବେ ଜଳାଇବା ଦ୍ୱାରା ଜନସ୍ୱାସ୍ଥ୍ୟ ପ୍ରତି ବିପଦ ମଧ୍ୟ ସୃଷ୍ଟି ହୋଇଥାଏ । ତାହା ହେଲେ ଆବର୍ଜନା ନିପଟାଇବାର ସଠିକ ବାଟ କଣ ? ଏହାର ଉତ୍ତର ହାଇଦ୍ରାବାଦରେ ମିଳିବ। ସହରର ଜବାହରନଗର ଡମ୍ପିଂ ୟାର୍ଡରେ କଠିନ ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପାଇଁ ବ୍ୟବସ୍ଥା ହୋଇଛି । ଏପରି ସଫଳତା ହାସଲ କରିବାରେ ହାଇଦ୍ରାବାଦ ଦକ୍ଷିଣ ଭାରତର ପ୍ରଥମ ସହର ହୋଇଛି । ଏହି ଡମ୍ପିଂ ୟାର୍ଡର କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟରୁ ୧୭ ଦଶମିକ ୪୦ କୋଟି ୟୁନିଟ ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ସହରର ଅନ୍ୟାନ୍ୟ ସ୍ଥାନରେ ବି ଏଭଳି ପ୍ରକଳ୍ପ କାମ ଚାଲିଛି । କଠିନ ବର୍ଜ୍ୟବସ୍ତୁ ପରିଚାଳନାରୁ ଉତ୍ପାଦିତ ପ୍ରତି ୟୁନିଟ ବିଜୁଳି ପିଛା ସରକାର ୭ ଟଙ୍କା ୮୪ ପଇସା ଦେବେ ବୋଲି ରାଜିନାମା ହୋଇଛି । ବର୍ତ୍ତମାନ ତ ଏହା ମହଙ୍ଗା ଜଣାପଡୁଛି । କିନ୍ତୁ ସମୟକ୍ରମେ ଏହି ବ୍ୟବସ୍ଥା ସୁଲଭ ହେବ ।

୧୯୮୭ରେ ଦିଲ୍ଲୀର ତିମାରପୁରରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ଦୈନିକ ୩ ଶହ ଟନ କଠିନ ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଗତ କିଛି ଦଶକ ମଧ୍ୟରେ ଭାରତର ବିଭିନ୍ନ ରାଜ୍ୟରେ ୧୮୦ଟି ବାୟୋଗ୍ୟାସ ଓ ବାୟୋ-ସିଏନଜି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ତାମିଲନାଡୁ, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶ ବାୟୋଗ୍ୟାସ ପ୍ରକଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ମଧ୍ୟରେ ଅଛନ୍ତି । ତେବେ ହାଇଦ୍ରାବାଦ ପ୍ରକଳ୍ପର ବିଶେଷତ୍ୱ ହେଲା ଯେ, ଏଠାରେ ଜ୍ୱଳନଶୀଳ ବର୍ଜ୍ୟବସ୍ତୁରୁ ବିଦ୍ୟୁତ ଓ ସାର ଉତ୍ପାଦନ କରାଯାଏ । ଶସ୍ତା ବିଦ୍ୟୁତ ଉତ୍ପାଦନ ପାଇଁ ରାଜ୍ୟ ସରକାରମାନେ ପ୍ରମୁଖ ସହରରେ ଏଭଳି ଉଦ୍ୟମକୁ ଉତ୍ସାହିତ କରିବା ଆବଶ୍ୟକ।

ଘରୁ ଘରୁ ଓ ସାହିବସ୍ତିରୁ ଆବର୍ଜନା ସଂଗ୍ରହ କରି ଲ୍ୟାଣ୍ଡଫିଲରେ ପକାଇବାରେ ହିଁ ଭାରତର ବର୍ଜ୍ୟବସ୍ତୁ ପରିଚାଳନା ସୀମିତ । ତେବେ କିଛି ରାଜ୍ୟ ଲ୍ୟାଣ୍ଡଫିଲର ସଦବ୍ୟବହାର କରି ବିଦ୍ୟୁତ ଉତ୍ପାଦନ କରୁଛନ୍ତି । ପ୍ରଥମେ ମଧ୍ୟପ୍ରଦେଶର ଜବଲପୁର ଓ ଆସାମର ଗୌହାଟୀ ସହରରେ ଲ୍ୟାଣ୍ଡଫିଲରୁ ବିଦ୍ୟୁତ ଉତ୍ପାଦନ ହୋଇଥିଲା । ରାଜଧାନୀ ଦିଲ୍ଲୀରେ ଦେଶର ବୃହତମ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ରହିଛି । ଏଠାରେ ପ୍ରତି ଦିନ ୨ ହଜାର ମ୍ୟାଟ୍ରିକ ଟନ କଠିନ ବର୍ଜ୍ୟବସ୍ତୁରୁ ବର୍ତ୍ତମାନ ୨୪ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଛି । ଦିଲ୍ଲୀ ସରକାର ଏହାର ସଂପ୍ରସାରଣ ପାଇଁ ଯୋଜନା କରୁଛନ୍ତି । ଦେଶର ୪ ହଜାର ସହର ଓ ନଗରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ସତ୍ତ୍ବେ ରାଜ୍ୟ ସରକାରମାନେ ଏ ଦିଗରେ ବିଶେଷ ଅଗ୍ରଗତି କରିପାରିନାହାନ୍ତି ।

ବର୍ଜ୍ୟବସ୍ତୁର ସୁପରିଚାଳନା କ୍ଷେତ୍ରରେ ବିଶ୍ୱର କିଛି ଦେଶ ଅଗ୍ରଣୀ ଭୂମିକା ନେଇଛନ୍ତି । ୧୯୪୦ ବେଳକୁ ହିଁ ସ୍ପେନ ୱେଷ୍ଟ ଟୁ ଏନର୍ଜି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲା । ଜର୍ମାନୀ ମଧ୍ୟ ଏ କ୍ଷେତ୍ରରେ ବେଶ ଆଗୁଆ । ଅଷ୍ଟ୍ରିଆ,ଦକ୍ଷିଣ କୋରିଆ ଓ ସ୍ୱିଜରଲାଣ୍ଡ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରି ଇନ୍ଧନ ଉତ୍ସରେ ପରିଣତ କରୁଛନ୍ତି । ୨୦୩୦ ସୁଦ୍ଧା ଭାରତରେ ୧୬ ଦଶମିକ ୫୦ କୋଟି ଟନର କଠିନ ବର୍ଜ୍ୟବସ୍ତୁ ଜମା ହେବ, ଯାହା କି ବିରାଟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ । ଏହାର ମୁକାବିଲା ପାଇଁ ଆମକୁ ସଠିକ ରଣକୌଶଳ ଆପଣାଇବାକୁ ହେବ। ଭାରତୀୟମାନଙ୍କ ପ୍ରତି କ୍ୟାନସର, ଆଜମା ଓ ୨୨ ଟି ଅନ୍ୟ ଜଟିଳ ରୋଗର ବିପଦ ଥାଏ । ଏଥିପାଇଁ ଆମର ଦୁର୍ବଳ ବର୍ଜ୍ୟବସ୍ତୁ ପରିଚାଳନା ବି ଦାୟୀ । ତେଣୁ ଖୁବ ଶୀଘ୍ର ଆମଦେଶରେ ବର୍ଜ୍ୟବସ୍ତୁ ସଂଗ୍ରହ ଓ ନଷ୍ଟ ପାଇଁ ଏକ ମଜବୁତ ବ୍ୟବସ୍ଥା ହେବା ଜରୁରୀ ହୋଇପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.