ଜୟପୁର: ରାଜସ୍ଥାନ ରାଜନୀତିରେ ଦେଖାଦେଇଥିବା କ୍ଷମତା ଯୁଦ୍ଧ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀଙ୍କ ବଡଭାଇ ଘରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ଚଢାଉ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବଡଭାଇ ଅଗ୍ରସେନ ଗେହଲଟଙ୍କ ଘରେ ଇଡି ଚଢାଉ କରିଛି ।
ମୁଖ୍ୟମନ୍ତ୍ରୀଙ୍କ ବଡଭାଇଙ୍କର ଜୟପୁର ସ୍ଥିତ ବାସଭବନରେ ଇଡି ଚଢାଉ କରିଛି । ସବୁଠାରୁ ବଡକଥା ହେଉଛି ଇଡିର ଅଫିସର ମାନେ ପିପିଇ କିଟ୍ ପିନ୍ଧି ଚଢାଉ କରୁଥିବା ଦେଖିବାକୁ ମିଳିଛି । ସେପଟେ ପାଲିର ପୂର୍ବତନ ସାଂସଦ ବଦ୍ରିରାମ ଜାଖଡଙ୍କ ବାସଭବନରେ ମଧ୍ୟ ଇଡି ଚଢାଉ କରିଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗ ଚଢାଉ କରିଥିଲା ।
ସୂଚନାଥାଉକି, ରାଜସ୍ଥାନ ରାଜନୀତିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ କ୍ଷମତା ଲଢେଇ ଜାରି ରହିଛି । ଯେଉଁଥିରେ ଅଶୋକଙ୍କ ସପକ୍ଷରେ 102 ବିଧାୟକ ଥିବାବେଳେ ସଚିନଙ୍କ ସପକ୍ଷରେ ସଚିନଙ୍କ ସହିତ 19 କଂଗ୍ରେସ ବିଧାୟକ ଓ 3 ସ୍ବାଧୀନ ବିଧାୟକ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ