ETV Bharat / bharat

ଗଣମାଧ୍ୟମକୁ ଇସିଙ୍କ କଡା ନିର୍ଦ୍ଦେଶ: ଭୋଟିଂ ଦିନ ‘ନୋ ଏକଜିଟ ପୋଲ’ - 17 ରାଜ୍ୟରେ ଉପନିର୍ବାଚନ

ଅକ୍ଟୋବର 21 ସକାଳ 7ରୁ ସନ୍ଧ୍ୟା 6.30 ପର୍ଯ୍ୟନ୍ତ କୌଣସି ଗଣମାଧ୍ୟମ ପ୍ରସାରଣ କରିପାରିବେ ନାହିଁ ଏକଜିଟ ପୋଲ । ଚଳିତ ମାସରେ ହେବାକୁ ଯାଉଛି ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ । ଏଥିସହିତ 17 ରାଜ୍ୟର 51 ବିଧାନସଭା କ୍ଷେତ୍ରରେ ମଧ୍ୟ ଅନୁଷ୍ଠିତ ହେବ ଉପନିର୍ବାଚନ ।

ଫଟୋ ସୌଜନ୍ୟ: ଏଏନ୍ଆଇ
author img

By

Published : Oct 15, 2019, 6:50 PM IST

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ବଡ଼ ଘୋଣଣା । ନିର୍ବାଚନ ଦିନ ଅର୍ଥାତ୍ ଅକ୍ଟୋବର 21 ତାରିଖ ସକାଳ 7ରୁ ସନ୍ଧ୍ୟା 6.30 ପର୍ଯ୍ୟନ୍ତ ବନ୍ଦ ରହିବ ଏକଜିଟ ପୋଲ । ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମେତ 17ଟି ରାଜ୍ୟର 51 ଆସନରେ ହେବାକୁ ଥିବା ଉପନିର୍ବାଚନର ବୁଥ ବାହୁଡ଼ା ମତକୁ ପ୍ରକାଶ କରିବେ ନାହିଁ କୌଣସି ଗଣମାଧ୍ୟମ ସଂସ୍ଥା ।

ଦୁଇ ରାଜ୍ୟ ହରିୟାଣା ଓ ମହାରାଷ୍ଟ୍ରରେ ଅକ୍ଟୋବର 21ରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହା ସହିତ 17 ରାଜ୍ୟର 51ଟି ବିଧାନସଭା ଆସନରେ ସେହି ଦିନ ଉପନିର୍ବାଚନ ପାଇଁ ସଂଗ୍ରହ ହେବ ମତଦାନ । ଅକ୍ଟୋବର 21 ମତ ସଂଗ୍ରହ ଦିନ ସକାଳ 7ରୁ ସନ୍ଧ୍ୟା 6.30 ପର୍ଯ୍ୟନ୍ତ କୌଣସି ବୈଦ୍ୟୁତିକ ଗଣମାଧ୍ୟମ ଏକଜିଟ ପୋଲ ପ୍ରକାଶ କରିପାରିବେ ନାହିଁ । ନିର୍ବାଚନ କମିଶନ ମୁଖପାତ୍ର ସେଫାଳି ସରନ ଟ୍ବିଟ ଯୋଗେ ଦେଇଛନ୍ତି ଏହି ସୂଚନା ।

ସେହିପରି ନିର୍ବାଚନ ସମ୍ବନ୍ଧୀୟ କୌଣସି ତଥ୍ୟ, ସୂଚନା କିମ୍ବା ମତଦାତାଙ୍କ ସର୍ଭେ ରିପୋର୍ଟକୁ ମତଦାନର 48 ଘଣ୍ଟା ପର୍ଯ୍ୟନ୍ତ ଗଣମାଧ୍ୟମ ପ୍ରସାରଣ କରିପାରିବେ ନାହିଁ ବୋଲି ଅନ୍ୟ ଏକ ଟ୍ବିଟ ଯୋଗେ କହିଛନ୍ତି ସରନ । ମହାରାଷ୍ଟ୍ରର 288 ଏବଂ ହରିଆଣାର 90 ବିଧାନସଭା ଆସନ ପାଇଁ ଅକ୍ଟୋବର 21ରେ ଅନୁଷ୍ଠିତ ହେବ ନିର୍ବାଚନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.