ଚଣ୍ଡିଗଡ: କୋରୋନା ମହାମାରୀ ସମୟରେ ଦେଶ ଅନେକ ବିପର୍ଯ୍ୟୟ ସହ ସଂଘର୍ଷ କରୁଛି । ବର୍ତ୍ତମାନ ଦେଶର କେତେକ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖା ଦେଇଥିବାବେଳେ ଅନେକ ସମୟରେ ଆଉ କେତେକ ରାଜ୍ୟରେ ଭୂକମ୍ପ ଅନୂଭୂତ ହେଉଛି । ଖାଲି ସେତିକି ନୁହେଁ ଏହାରି ଭିତରେ 2-2ଟି ବାତ୍ୟା ମଧ୍ୟ ହୋଇସାରିଲେଣି ।
ତେବେ ହରିୟାଣାର ରୋହତକରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 2.4ରେ ରହିଛି । ଏପର୍ଯ୍ୟନ୍ତ ଏଥିରେ କୌଣସି ଧନଜୀବନ ନଷ୍ଟ ହେବାର ସୂଚନା ମିଳିନାହିଁ ।
ତେବେ କୋରୋନା ମହାମାରୀ ପରଠାରୁ ଦେଶରେ ଅନେକ ଭୂକମ୍ପ ହୋଇଛି। ହରିୟାଣାରେ ଏହା ପୂର୍ବରୁ ଅନେକ ଥର ଭୂକମ୍ପ ଅନୁଭୂତ ଘଟିଛି ।
ସେହିପରି ଅନ୍ୟପଟେ, ଜମ୍ମୁ କାଶ୍ମୀରର ଦୁଇଟି ପୃଥକ ପୃଥକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି। କଟରାରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.0 ରହିଥିବାବେଳେ, ଏହାର କେନ୍ଦ୍ରସ୍ଥଳୀ କଟରା ଠାରୁ 84 କିମି ପୂର୍ବରେ ରହିଛି । ଏହି ଭୂକମ୍ପ ଆଜି(ମଙ୍ଗଳବାର) ସକାଳ 8:56ରେ ଅନୁଭୂତ ହୋଇଥିଲା ।
ସେହିପରି, ଦୋଡା ଜିଲ୍ଲାର ତୁଷାରପାତ ଉପତ୍ୟକାରେ 8.57 ତୀବ୍ରତା ରହିଥିବା ସୂଚନା ଦେଇଛି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର । ଏହି ଭୂକମ୍ପ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ତଥାପି ଏଥିରେ କୌଣସି କ୍ଷୟକ୍ଷତି ଓ ମୃତାହତ ହୋଇଥିବା ସୂଚନା ନାହିଁ ।