ଗୌହାଟୀ: ଆସାମରେ ମୃଦୁ ଭୂମିକମ୍ପ । ସକାଳ 10.46ରେ ଭୂମିକମ୍ପ ହୋଇଥିବା ସୂଚନା । ଆସାମର ତେଜପୁର ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା 3.4 ରେକର୍ଡ କରାଯାଇଛି ।
ଆସାମର ତେଜପୁର ଅଞ୍ଚଳରେ ଭୂମିକମ୍ପ ହୋଇଥିବା ନେଇ ନ୍ୟାସନାଲ ସେଣ୍ଟର ଫର୍ ସେସ୍ମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଥାଉକି, ଗୁରୁବାର ବିଳମ୍ବିତ ରାତିରେ ମୟୂରଭଞ୍ଜରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା ।
ବାରିପଦା, ଖୁଣ୍ଟା ସାହି ଓ ଏହାର ଆଖପାଖରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ ତୀବ୍ରତା 3.9 ମ୍ୟାଗ୍ନିଚ୍ୟୁଡ ଥିବା ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ପକ୍ଷରୁ ସୂଚନା ଦିଆଯାଇଥିଲା ।
@ANI