ETV Bharat / bharat

ମିଜୋରାମ ଓ ମହାରାଷ୍ଟ୍ରରେ ମୃଦୁ ଭୂକମ୍ପର ଝଟକା - Mizoram Earthquake

ଭୂକମ୍ପରେ ଥରିଲା ମିଜୋରାମ ଏବଂ ମହାରାଷ୍ଟ୍ର। ରିକ୍ଟର ସ୍କେଲରେ ତୀବ୍ରତା 4.4 ଓ 2.8 ରେକର୍ଡ କରାଯାଇଛି। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) କହିଛି।

ମୃଦୁ ଭୂକମ୍ପରେ ଥରିଲା ମିଜୋରାମ ଓ ମହାରାଷ୍ଟ୍ର, ତୀବ୍ରତା 4.4 ଓ 2.8 ରେକର୍ଡ

author img

By

Published : Jul 29, 2020, 7:17 AM IST

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ମିଜୋରାମ। ରିକ୍ଟର ସ୍କେଲରେ ତୀବ୍ରତା 4.4 ରେକର୍ଡ କରାଯାଇଛି। ମିଜୋରାମର ଚମ୍ପାଇ ଅଞ୍ଚଳରେ ମଙ୍ଗଳବାର ଦିନ ଏହି ଭୂକମ୍ପ ଅନୁଭୂତ ହୋଇଥିଲା।

ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) କହିଛି। ଏନସିଏସ ଏହା ମଧ୍ୟ କହିଛି ଯେ ଚମ୍ପାଇର ଦକ୍ଷିଣ-ପଶ୍ଚିମ 27 କିଲୋମିଟରରେ ରାତି 8:08 ରେ କମ୍ପନ ଅନୁଭୂତ ହୋଇଛି।

ଜୁଲାଇ 24 ରେ, ମିଜୋରାମର ଚମ୍ପାଇ ନିକଟରେ ରିଚ୍ଟର ସ୍କେଲରେ 3.8 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା। ଲୋକଙ୍କ ଉପରେ କୌଣସି ଆଘାତ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ।

ସେହିପରି ମହାରାଷ୍ଟ୍ର ପାଲଘରରେ 2.8 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ବୁଧବାର ପ୍ରାୟ 1.19 ବେଳେ ଝଟକା ଲାଗିଥିବା ଏନସିଏସ୍ କହିଛି। ତେବେ ଭୟଭୀତ ନହେବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.