ETV Bharat / bharat

କୋରୋନା କାଳରେ ଭୂକମ୍ପ ଭୟ, ଲଗାତାର ଥରୁଛି ମହାରାଷ୍ଟ୍ର - Earthquake in Maharashtra Nashik

ଗତ 4 ଦିନ ମଧ୍ୟରେ ମହାରାଷ୍ଟ୍ରକୁ 5 ଥର ଭୂକମ୍ପ ଅନୁଭୂତ ହୋଇସାରିଛି। ବୁଧବାର ସକାଳୁ 3.2 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ ଥରିଲା ମହାରାଷ୍ଟ୍ରର ନାସିକ। ଏଥିରେ କ୍ଷୟକ୍ଷତିର କୌଣସି ସୂଚନା ନାହିଁ।

କୋରୋନା କାଳରେ ଭୂକମ୍ପ ଭୟ, ଲଗାତାର ଝଟକାରେ ଥରୁଛି ମହାରାଷ୍ଟ୍ର

author img

By

Published : Sep 9, 2020, 7:40 AM IST

ମୁମ୍ବାଇ: କୋରୋନା ସଙ୍କଟ ମଧ୍ୟରେ ଦେଶରେ ପ୍ରତିଦିନ ଭୂକମ୍ପ ଅନୁଭୂତ ହେଉଛି। ଗୋଟିଏ ପଟେ ଭାଇରସ ଭୟ ଅନ୍ୟପଟେ ପ୍ରକୃତିର କୋପ। ଏହା ଭିତରେ ଛଟପଟ ହେଉଛି ମଣିଷ ସମାଜ। ଗତ 4 ଦିନ ମଧ୍ୟରେ ମହାରାଷ୍ଟ୍ରକୁ 5 ଥର ଭୂକମ୍ପ ଝଟକା ଲାଗିସାରିଛି।

ତେବେ ବୁଧବାର ମଧ୍ୟ ଭୂକମ୍ପ ସହିତ ଆରମ୍ଭ ହୋଇଥିଲା। 3.2 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ ଥରିଲା ମହାରାଷ୍ଟ୍ରର ନାଶିକ। ଦୁଇ ଦିନ ପୂର୍ବେ ମୁମ୍ବାଇରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା।

ବୁଧବାର ସକାଳ 4.17 ସମୟରେ ନାଶିକଙ୍କୁ ଏହି ଭୂକମ୍ପ ଝଟକା ଲାଗିଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ ଆଜି(ବୁଧବାର) ମହାରାଷ୍ଟ୍ରର ନାଶିକ୍ ଠାରୁ 93 କିଲୋମିଟର ପଶ୍ଚିମରେ ଏହାର କେନ୍ଦ୍ରସ୍ଥଳ ରହିଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.