ETV Bharat / bharat

ଦିଲ୍ଲୀ ଏନସିଆରରେ ଭୂମିକମ୍ପ - punjab

ଗତ ଶୁକ୍ରବାର ଦିଲ୍ଲୀ ଏନସିଆର, ହରିୟାଣା ଏବଂ ପଞ୍ଜାବରେ ଭୂମିକମ୍ପ ଅନୁଭୂତ ହୋଇଛି ।

earthquake
ଦିଲ୍ଲୀ ଏନସିଆରରେ ଭୂମିକମ୍ପ
author img

By

Published : May 30, 2020, 11:23 AM IST

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର, ହରିୟାଣା ଏବଂ ପଞ୍ଜାବରେ ଭୂମିକମ୍ପ । ଗତ ଶୁକ୍ରବାର ଦିଲ୍ଲୀ ଏନସିଆର, ହରିୟାଣା ଏବଂ ପଞ୍ଜାବରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ରୋହତକ ଥିଲା । ଯେଉଁଠାରେ ଦୁଇଟି ଭୂକମ୍ପ ଘଟିଥିଲା। ରୋହତକ ଦିଲ୍ଲୀଠାରୁ ପ୍ରାୟ 60 କିଲୋମିଟର ଦୂରରେ ଅବସ୍ଥିତ ।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ସୂଚନା ଅନୁଯାୟୀ, ପ୍ରଥମ ଭୂମିକମ୍ପ 4.5ର ମଧ୍ୟମ ତୀବ୍ରତା ଥିଲା । ଯାହାର ଝଟକା ଗତ ଶୁକ୍ରବାର ରାତି 9ଟା 8ମିନିଟରେ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର କେନ୍ଦ୍ର 5 କିଲୋମିଟର ଗଭୀରରେ ଅବସ୍ଥିତ । ଦ୍ୱିତୀୟ ଭୂମିକମ୍ପ ଗତ ଶୁକ୍ରବାର ରାତି 10ଟାରେ ଘଟିଥିଲା । ​ଯାହାର ତୀବ୍ରତା 2.9 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି ।

ଏହାପୂର୍ବରୁ ଦିଲ୍ଲୀରେ ମେ 28ରେ ଦିଲ୍ଲୀ 2.5 ମ୍ୟାଗ୍ନିଚ୍ୟୁଡ ଏବଂ ମେ 15 ରେ 2.2 ମାଗ୍ନିଚ୍ୟୁଡ ତୀବ୍ରତା ଭୂମିକମ୍ପ ଅନୁଭୂତ ହୋଇଥିଲା । ସେହିପରି ଗତ ମେ 10ରେ 3.4 ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ହୋଇଥିଲା। ଏଥିସହ ଗତ ଏପ୍ରିଲ 13 ରେ 3.5 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା। ଏହାପରେ ଏପ୍ରିଲ 14ରେ ଆଉ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲ ପ୍ରତି 2.7 ମାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିଲା ।

ଭୂମିକମ୍ପ ଦୃଷ୍ଟିରୁ ଦିଲ୍ଲୀକୁ ସର୍ବଦା ସମ୍ବେଦନଶୀଳ ଅଞ୍ଚଳ ବିବେଚନା କରାଯାଏ । ଭୂବିଜ୍ଞାନୀମାନେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳକୁ ଜୋନ୍- 4 ସ୍ଥାନରେ ରଖିଛନ୍ତି। ଦିଲ୍ଲୀରେ ଭୂମିକମ୍ପ ପ୍ରବଣ ଅଞ୍ଚଳରେ ଯମୁନା ଉପକୂଳବର୍ତ୍ତୀ ଅଞ୍ଚଳ ସାମିଲ ଅଟେ ।

ଭୂମିକମ୍ପକୁ ନେଇ ଭାରତକୁ ଚାରୋଟି ଜୋନ୍ ରେ ବିଭକ୍ତ କରାଯାଇଛି। ମାକ୍ରୋ ସେସ୍ମିକ ଜୋନିଂ ମ୍ୟାପିଂ ଅନୁଯାୟୀ ଏଥିରେ ଜୋନ୍ -5 ରୁ ଜୋନ୍ -2 ପର୍ଯ୍ୟନ୍ତ ସାମିଲ ଅଛି । ଜୋନ୍-5କୁ ସବୁଠାରୁ ସମ୍ବେଦନଶୀଳ କୁହାଯାଏ । ଏହି ଜୋନ୍ ଜୋନ୍ ଦୁଇଟି ସର୍ବନିମ୍ନ ସମ୍ବେଦନଶୀଳ ବୋଲି ବିବେଚନା କରାଯାଏ ।

ରାଜଧାନୀ ଦିଲ୍ଲୀକୁ ବୈଜ୍ଞାନିକ ଜୋନ୍-4ରେ ଅନ୍ତର୍ଭୁକ୍ତ କରିଛନ୍ତି । ଜୋନ୍ 4ରେ ସେହି ଅଞ୍ଚଳ ଆସେ ଯେଉଁ ଅଞ୍ଚଳରେ 7.9 ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ହୋଇପାରେ । ଉତ୍ତର-ପୂର୍ବର ସମସ୍ତ ରାଜ୍ୟ, ଜାମ୍ମୁ କାଶ୍ମୀର, ଉତ୍ତରାଖଣ୍ଡଏବଂ ହିମାଚଳ ପ୍ରଦେଶର କିଛି ସ୍ଥାନ ଜୋନ୍-5 ଅଧିନରେ ଆସେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.