ETV Bharat / bharat

ଅନଲାଇନ ଜନଗଣନା: ଇତିହାସ ରଚିବ କି ଭାରତ!

author img

By

Published : Sep 26, 2019, 11:48 AM IST

2021ରେ ପ୍ରଥମ ଥର ଭାରତରେ ହେବ ଅନଲାଇନ ଜନଗଣନା । ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ତେବେ ଏହି ସ୍ବପ୍ନକୁ ପୂରଣ ପାଇଁ ଅନେକ ଆଗରୁ ଚେଷ୍ଟା କରିଛନ୍ତି କିନ୍ତୁ ଟେକନୋଲୋଜିର ତ୍ରୁଟି କାରଣରୁ ଅନେକ ଏହାକୁ ପୂରଣ କରିପାରିିନାହାଁନ୍ତି । 2020ରେ ଆମେରିକା ମଧ୍ୟ ଅନଲାଇନ ଜନଗଣନା କରିବାକୁ ଯାଉଛି ତେବେ ଭାରତ ମଧ୍ୟ ଏଥିପାଇଁ ଚେଷ୍ଟା ଚଲାଇଛି ।

ଡିଜାଇନ ଫଟୋ

ହାଇଦ୍ରାବାଦ: ଜନଗଣନାରେ ଛୋଟ ସୁଧାର ଆସିଲେ ମଧ୍ୟ ଦେଶ ପାଇଁ ମହତ୍ତ୍ବପୂର୍ଣ୍ଣ ହୋଇଥାଏ ଓ ସମ୍ପୁର୍ଣ୍ଣ ଗଣନାରେ ପ୍ରଭାବ ପକାଇଥାଏ । ଇଣ୍ଟରନେଟ, ଡାଟା ସଂଗ୍ରହର ଏକ ଉପଯୋଗୀ ମାଧ୍ୟମ । କେତେକ ଦେଶ ନିକଟରେ ସମ୍ପୂର୍ଣ୍ଣ ଜନଗଣନା ଇଣ୍ଟରନେଟ ମାଧ୍ୟମରେ ହିଁ କରିଛନ୍ତି । ଏହା ବ୍ୟତୀତ ଇଣ୍ଟରନେଟ ଦ୍ବାରା ସଂଗ୍ରହ କରାଯାଇଥିବା ଡାଟାକୁ ଏକତ୍ର କରି ଇମେଲ୍ ଦ୍ବାରା ପ୍ରଶ୍ନର ଉତ୍ତର ଓ ଟେଲିଫୋନ ପ୍ରକ୍ରିୟା ମଧ୍ୟ ସାମିଲ ରହିବ । ତେବେ ଦେଶ ଗଠନରେ ଏହା ଏକ ବଡ ପଦକ୍ଷେପ ।

ଆଧୁନିକ ସୂଚନା ପ୍ରଯୁକ୍ତିବିଦ୍ୟାର ଜନକ ହରମନ୍ ହୋଲେରିଥ୍ । ତାଙ୍କର ଏହି ପ୍ରକ୍ରିୟା ଜନଗଣନାରେ ସହାୟ ହୋଇଛି । ଏକ ବିଂଶ ଶତାବ୍ଦୀରେ ବିକାଶ ପାଇଁ ଆଧୁନିକ ଗଣନା ସହ ସମ୍ବନ୍ଧ ରହିବା ଜରୁରୀ । ଦେଶରେ ଦିନକୁ ଦିନ ଗଣନାରେ ବିକାଶ ହେବାର ଦେଖିବାକୁ ମିଳିଛି । କୌଣସି ଗଣନା ପାଇଁ ବର୍ତ୍ତମାନ ଇଣ୍ଟରନେଟ ଏକ ଉତ୍କଷ୍ଟ ମାଧ୍ୟମ । ରାଜ୍ୟର ଜମି ଆକଳନ ଠାରୁ ଆରମ୍ଭ କରି ହାରାହାରି ଜନସଂଖ୍ୟା ମଧ୍ୟ ଇଣ୍ଟରନେଟ ସହାୟତାରେ ଗଣନା କରାଯାଉଛି । ବାର-କୋଡ୍ ପ୍ରକ୍ରିୟା ଏହି ମାଧ୍ୟମର କାରକ ।

ବର୍ତ୍ତମାନର ଜନଗଣନା ପ୍ରକ୍ରିୟା ICR(Intelligent character recognition) ପ୍ରକ୍ରିୟାକୁ ପଛରେ ପକାଇଦେଇଛି । ICR ମାଧ୍ୟମରେ ଜନସାଧାରଣଙ୍କ ହସ୍ତାକ୍ଷରକୁ ଆକଳନ କରି ଗଣନା କରାଯାଉଥିଲା । ତେବେ ଏହା ଅଧିକ କୁଶଳୀ ମାଧ୍ୟମ ହୋଇଥିଲେ ମଧ୍ୟ କି-ବୋର୍ଡ ଡାଟା ଏଣ୍ଟ୍ରି ଠାରୁ କ୍ଷତିକାରକ କାରଣ କେବଳ ହସ୍ତାକ୍ଷରକୁ ନେଇ ଗଣନା କରାଯାଇପାରିବ ନାହିଁ । ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ଜନଗଣନା ପ୍ରକ୍ରିୟା ପାଇଁ ପ୍ରାଇଭେଟ ସଫ୍ଟୱେୟାର ରହିଛି । ଏହା କେତେକ ପ୍ରାଇଭେଟ ଏଜେନ୍ସି ଦ୍ବାରା ପରିଚାଳିତ ହୋଇଥାଏ । ବେଳେବେଳ ଜାତୀୟ କିମ୍ବା ଅନ୍ତର୍ଜାତୀୟର ଆର୍ଥିକ ସହାୟତା ଦ୍ବାରା ପରିଚାଳିତ ହୋଇଥାଏ ।

ଅନ୍ୟପକ୍ଷେ 1980 ମସିହାରୁ ଇ-ମେଲ୍ କାର୍ଯ୍ୟକାରୀ ହେଉଛି । ବର୍ତ୍ତମାନ ଏହାକୁ ଦେଶ ସାରା ବ୍ୟବହାର କରାଯାଉଛି । ପୂର୍ବ ଜନଗଣନାରେ ଏହାକୁ ବ୍ୟବହାର କରାଯାଇଥିଲା କିନ୍ତୁ ଏହାର ଡାଟାରେ ଅସମାନତା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଜନଗଣନା ପାଇଁ ନିର୍ଦ୍ଦିଷ୍ଟ ଗାଇଡଲାଇନ ସହ ପ୍ଲାନିଂର ଆବଶ୍ୟକତା ରହିଛି । ଟେକନୋଲୋଜିର ସଠିକ୍ ଚୟନ ଓ ସୂତ୍ର ମଧ୍ୟ ଜରୁରୀ । ଜନଗଣନାକାରୀଙ୍କୁ ରାଜ୍ୟର ସମସ୍ତ ସୂଚନା ବିଷୟରେ ଅବଗତ ହେବା ଆବଶ୍ୟକ । ଜନଗଣନାର ନୂଆ ପ୍ରକ୍ରିୟା ବିଷୟରେ ଭାବିବା ପୂର୍ବରୁ ପ୍ରଥମେ ପୁରୁଣା ଜନଗଣନାରେ ଆସିଥିବା ସମସ୍ୟାକୁ ଆକଳନ କରିବା ଜରୁରୀ ।

ଆଇନଗତ ଓ ଗୋପନୀୟତା ଏକ କାରକ, ଯାହା ଜନଗଣନାର ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ । ଫିଙ୍ଗରପ୍ରିଣ୍ଟ, ଫେସିଆଲ ସ୍ପଷ୍ଟିକରଣ, ସ୍ବର ଆଦିକୁ ଆଧର କରି ବ୍ୟକ୍ତିଙ୍କୁ ଚିହ୍ନିଥାଉ । କିଛି ଦେଶରେ ଘର-ଘର ବୁଲି ବୁଲି ଗଣନା କରାଯାଏ । ଏହାକୁ ଆଡମିନଷ୍ଟ୍ରେସନ ବା ଭରଚୁଆଲ ଜନଗଣନା କୁହାଯାଏ । ତେବେ ଏସବୁ ତ' ପୁରୁଣା ମାଧ୍ୟମ ମାତ୍ର ବର୍ତ୍ତମାନ ଗଣନାରେ ନୂଆ ଅଧ୍ୟାୟ ଦେଖିବାକୁ ମିଳିବ । ପ୍ରଥମଥର 2020ରେ ଆମେରିକାରେ ଅନଲାଇନ ଜରିଆରେ ଜନଗଣନା କରାଯିବ । ଅନଲାଇନରେ ଜନସାଧାରଣ କିଛି ପ୍ରଶ୍ନର ଉତ୍ତର ଦେବେ କିନ୍ତୁ ଏହା ଏକ ବଡ ଚ୍ୟାଲେଞ୍ଜ ।

ପ୍ରଥମେ 2016 ଅଗଷ୍ଟ 9ରେ ଅଷ୍ଟ୍ରେଲିଆ ପ୍ରଥମ ଅନଲାଇନ ଜନଗଣନା କରିଥିଲା । ଦେଶର ସମସ୍ତ ଜନସାଧାରଣ ଅନଲାଇନ ଫର୍ମ ଭରିଥିଲେ କିନ୍ତୁ ଏକା ସାଥିରେ ସମସ୍ତେ ଫର୍ମ ଭରିବା ଦ୍ବାରା ୱେବସାଇଟ ହ୍ୟାଙ୍ଗ୍ ହୋଇଥିଲା ଓ ଏରର୍ ଦେଖାଇଥିଲା । ଫଳରେ ଅଷ୍ଟ୍ରେଲିଆ ବ୍ୟୁରୋ ତରଫରୁ ସାଇଟ୍ ଏରର୍ ବିଷୟରେ ସୂଚନା ଦେଇଥିଲା ମାତ୍ର ଅନେକ ଦିନ ପରେ ସାଇଟ୍ ଓପନ ହୋଇପାରିନଥିଲା । ତେବେ ଏହା ଏକ ବଡ ସମସ୍ୟା । ଏହାକୁ ପୁଣି ଠିକ୍ କରିବା ପାଇଁ 21 ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହୋଇଥିଲା । ସେହିପରି ଅନେକ ଦେଶ ଏହାକୁ ନେଇ Case study କରିଥିଲା । ଆୟରଲ୍ୟାଣ୍ଡ, ପୋଲାଣ୍ଡ, ଅଷ୍ଟ୍ରିଆ, ସୋଲଭେନିଆ, ପର୍ତ୍ତୁଗାର୍ଲ, ଇଟାଲୀ, ଜର୍ମାନୀ ଏହାକୁ ନେଇ ବିଭିନ୍ନ ଅଧ୍ୟୟନ କରିଥିଲେ ।

ନିକଟରେ ଭାରତର ଗୃହମନ୍ତ୍ରୀ ଅମିତ ଶାହା 2021 ଜନଗଣନା ଅନଲାଇନ କରିବା ପାଇଁ ଘୋଷଣା କରିଛନ୍ତି । ଦେଶ ଗଠନ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯିବ । ତେବେ ଏହାକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ସେନେଇ କୌଣସି ସୂଚନା ଦିଆଯାଇନାହିଁ । ଅନ୍ୟପକ୍ଷେ ଗୋଟିଏ ଦେଶ ଗୋଟିଏ କାର୍ଡର ମଧ୍ୟ ପ୍ରଚଳନ କରିବା ପାଇଁ ସୂଚନା ଦେଇଛନ୍ତି । କିନ୍ତୁ ଅନଲାଇନ ଜନଗଣନା କରିବା ସହଜ ନୁହେଁ ।

ନେଟୱାର୍କିଂ ସମସ୍ୟା, ଏହି ପ୍ରକ୍ରିୟାର ବଡ ବାଧକ । ସର୍ବଦା ଏହି ପ୍ରକ୍ରିୟା ଦ୍ରୁତ ହେବ ବୋଲି କୁହାଯାଇନପାରେ । ମଣିଷଙ୍କଠାରୁ ICR ଉପକରଣ ବ୍ୟକ୍ତିଙ୍କୁ ବାଛିବାରେ ସାମାନ୍ୟ ଅସଫଳ ହୋଇପାରେ । ଅନଲାଇନ କାର୍ଯ୍ୟ କରିବାକୁ ହେଲେ ଟେକନିକାଲ ଏକ୍ସପର୍ଟଙ୍କ ସହ ଆଡଭାନ୍ସ ସଫ୍ଟୱେୟାରର ମଧ୍ୟ ଆବଶ୍ୟକତା ରହିଛି । ଦେଶର ଜନଗଣନାକୁ ମଝିରେ ଆଉ ବର୍ଷେ ରହିଲା । ତେବେ ଦେଖିବାକୁ ବାକି ରହିଲା 2021ରେ ଭାରତ ଇତିହାସ ରଚିବ ପାରିବ କି ନାହିଁ !

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.