ନୂଆଦିଲ୍ଲୀ: ଜାନୁଆରୀ 22 ତାରିଖରେ ଫାଶୀଖୁଣ୍ଟରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାର 4 ଦୋଷୀ । ଏହା ପୂର୍ବରୁ ରବିବାର ତିହାର ଜେଲରେ ଦୋଷୀଙ୍କୁ ଫାଶୀଦେବାର ଅଭ୍ୟାସ ବା ‘ମକ୍ ହ୍ୟାଙ୍ଗିଙ୍ଗ୍’ (ମିଛିମିଛିକା ଫାଶୀ)କରାଯାଇଛି । ଜେଲ ଅଧିକାରୀଙ୍କ ଏକ ଦଳ 4 ଦୋଷୀଙ୍କୁ ଫାଶୀ ଦେବାର ଅଭ୍ୟାସ କରିଛନ୍ତି ।
ଏହି ‘ମକ୍ ହ୍ୟାଙ୍ଗିଙ୍ଗ୍’ ପାଇଁ ତିହାର ଜେଲ୍ର କର୍ମଚାରୀମାନେ ଅଖା ବସ୍ତାରେ ଟେକାପଥର ଓ ବାଲି ଭର୍ତ୍ତିକରି 4 ଅପରାଧୀଙ୍କ ଓଜନ ଅନୁସାରେ ପୁତ୍ତଳିକା ପ୍ରସ୍ତୁତ କରିଥିଲେ। ଏହା ପରେ ଏହି ପୁତ୍ତଳିକା ଗୁଡିକୁ ଫାଶୀଖୁଣ୍ଟରେ ଝୁଲାଯାଇଥିଲା । ତେବେ ଏହି ଅଭ୍ୟାସ ନିମନ୍ତେ ଜହ୍ଲାଦ ପବନଙ୍କୁ ଡକାଯାଇ ନଥିଲା। ଜେଲର ଅଧିକାରୀମାନେ ଏହି କାର୍ଯ୍ୟକୁ ସମ୍ପନ୍ନ କରିଥିଲେ ।
ସୂଚନାଯୋଗ୍ୟ ଯେ, ଜାନୁଆରୀ ୨୨ ତାରିଖ ସକାଳ 7 ଟା ସମୟରେ ଚାରି ଦୋଷୀ- ମୁକେଶ ସିଂହ, ପଓ୍ଵନ କୁମାର ଗୁପ୍ତା, ଅକ୍ଷୟ ଠାକୁର ଏବଂ ବିନୟ ଶର୍ମାଙ୍କୁ ଫାଶୀ ଦିଆଯିବ। ଜେଲ୍ ନମ୍ବର ୩ରେ ଥିବା ଫାଶୀ ପ୍ରାଙ୍ଗଣରେ ସେମାନେ ଫାଶୀଖୁଣ୍ଟରେ ଝୁଲିବେ। ଏଥିପାଇଁ ମିରଠ ଜେଲରୁ ପବନ ଜହ୍ଲାଦକୁ ଡକାଯିବ ।