ETV Bharat / bharat

ଫିକା ପଡିବ କର୍ଣ୍ଣାଟକ ମହୀଶୁର ଦଶହରା - Karnataka corona restriction

ଫିକା ପଡିବ କର୍ଣ୍ଣାଟକର ପ୍ରଶିଦ୍ଧ ମହୀଶୁର ଦଶହରା । କରୋନା କଟକଣା କାରଣରୁ ଜମ୍ବୋ ଶବାରୀ ପ୍ରୋସେସନଠୁ ଆରମଅଭ କରି ସମସ୍ତ କାର୍ଯ୍ୟକ୍ରମ ପୂର୍ବବର୍ଷ ଭଳି ପାଳନ କରାଯିବ ନାହିଁ । ଅଧିକ ପଢନ୍ତୁ...

ଫିକା ପଡିବ କର୍ଣ୍ଣାଟକ ମହୀଶୁର ଦଶହରା
ଫିକା ପଡିବ କର୍ଣ୍ଣାଟକ ମହୀଶୁର ଦଶହରା
author img

By

Published : Oct 21, 2020, 7:44 PM IST

ବେଙ୍ଗାଲୁରୁ: ମହୀଶୁର ଦଶହରା ପୂଜା କର୍ଣ୍ଣାଟକର ଏକ ବଡ ପର୍ବ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ସବୁକିଛି ଫିକା ପଡିଯାଇଛି । ଦଶହରାର ସବୁଠୁ ବଡ ଆକର୍ଷଣ ଜମ୍ବୋ ଶବାରୀ ପ୍ରୋସେସନ ପ୍ରତିବର୍ଷ 5 କିଲୋମିଟର ଦୂର ପର୍ଯ୍ୟନ୍ତ କରାଯାଇଥାଏ, ହେଲେ ଏଥର ମାତ୍ର 500 ମିଟର ମଧ୍ୟରେ ଅନୁଷ୍ଠିତ କରାଯାଉଛି, ଯାହା 30 ମିନିଟ ମଧ୍ୟରେ ଶେଷ ହୋଇଯିବ ।

ପ୍ରତିବର୍ଷ ରାଜ୍ୟ ସରକାରଙ୍କ ଦାୟିତ୍ବରେ ରାଜ୍ୟରେ ଦଶହରା ଧୁମ୍ ଧାମରେ ଅନୁଷ୍ଠିତ ହୁଏ । କିନ୍ତୁ ଏଥର ଅତି ବେଶିରେ 300 ଲୋକଙ୍କୁ ପୂଜା ମଣ୍ଡପକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ସେହିପରି ଜମ୍ବୋ ସବାରୀ ମଧ୍ୟ ଫିକା ପଡିଛି । 2002-03 ମସିହାର ପୁରା 17 ବର୍ଷ ମଧ୍ୟରେ ଦୁର୍ଗାପୂଜାରେ ଜମ୍ବୋ ଶବାରୀ ପ୍ରୋସେସନ୍ ଦୂରତା କମିନଥିଲା କି ଦଶହରା ଏତେ କମ ଲୋକଙ୍କୁ ନେଇ ଅନୁଷ୍ଠିତ ହୋଇନଥିଲା ।

26 ଅକ୍ଟୋବର ଶୁଭ ମକର ଲଗ୍ନ ମୁହୂର୍ତ୍ତରେ ସିଏମ ୟେଦୁରପ୍ପା ମହିଶୁର ପ୍ୟାଲେସରେ ନନ୍ଦୀର ପତାକାକୁ ପୂଜନ କରି ଏହି କାର୍ଯ୍ୟକ୍ରମର ଉଦଘାଟନ କରିବେ । 2ଟା 59 ମିନିଟରୁ 3ଟା 20 ମିନିଟ ପର୍ଯ୍ୟନ୍ତ ଜମ୍ବୋ ଶବାରୀ ପ୍ରୋସେସନ ଅନୁଷ୍ଠିତ ହେବ । ଅପରାହ୍ନ 3.40 ରୁ 4.15 ମଧ୍ୟରେ, 750 କିଲୋଗ୍ରାମର ସୁବର୍ଣ୍ଣ ଅମ୍ବାରି (ହାଓ୍ବଡା) ଅଭିମନ୍ୟୁ ତାଙ୍କ ଉପରେ ବହନ କରିବେ ଏବଂ ଶ୍ରୀ ଚାମୁଣ୍ଡେଶ୍ବରୀ ଦେବୀଙ୍କୁ ପୁଷ୍ପଦାନୀ ପ୍ରଦାନ କରାଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.