ETV Bharat / bharat

ବିହାର ବନ୍ୟାପ୍ରପୀଡିତଙ୍କୁ ଏୟାର ଡ୍ରପିଂ ଯୋଗେ ରାସନ ସାମଗ୍ରୀ ବଣ୍ଟନ - ଏୟାର ଡ୍ରପିଂରେ ରାସନ ବଣ୍ଟନ

ବିହାରର ଅଣାୟତ୍ତ ହେବାରେ ଲାଗିଛି ବନ୍ୟା ପରିସ୍ଥିତି । ରାଜ୍ୟର ଅଧିକାଂଶ ଅଞ୍ଚଳ ଏବେ ଜଳମଗ୍ନ ହୋଇ ରହିଥିବା ବେଳେ ସେମାନଙ୍କୁ ଖାଦ୍ୟ ତଥା ରାସନ ସାମଗ୍ରୀ ପହଞ୍ଚାଇବା ପାଇଁ ସରକାର ନେଇଛନ୍ତି ବିଭିନ୍ନ ପଦକ୍ଷେପ ।

flood in bihar, bihar flood update, air dropping in bihar, ration provided through air dropping, ration for flood affected in bihar, ବିହାରରେ ବନ୍ୟା, ବିହାର ବନ୍ୟା ଅପଡେଟ, ବିହାରରେ ଏୟାର ଡ୍ରପିଂ, ଏୟାର ଡ୍ରପିଂରେ ରାସନ ବଣ୍ଟନ, ବିହାନ ବନ୍ୟା ପୀଡିତଙ୍କୁ ରାସନ ବଣ୍ଟନ
ବିହାର ବନ୍ୟାପ୍ରପୀଡିତଙ୍କୁ ଏୟାର ଡ୍ରପିଂ ଯୋଗେ ରାସନ ସାମଗ୍ରୀ ବଣ୍ଟନ
author img

By

Published : Jul 26, 2020, 11:00 PM IST

ପଟନା: ବିହାରର ଅଣାୟତ୍ତ ହେବାରେ ଲାଗିଛି ବନ୍ୟା ପରିସ୍ଥିତି । ରାଜ୍ୟର ଅଧିକାଂଶ ଅଞ୍ଚଳ ଏବେ ଜଳମଗ୍ନ ହୋଇ ରହିଥିବା ବେଳେ ସେମାନଙ୍କୁ ଖାଦ୍ୟ ତଥା ରାସନ ସାମଗ୍ରୀ ପହଞ୍ଚାଇବା ପାଇଁ ସରକାର ନେଇଛନ୍ତି ବିଭିନ୍ନ ପଦକ୍ଷେପ । ଏମିତିରେ ଦରଭଙ୍ଗା ଜିଲ୍ଲା ବନ୍ୟା ଯୋଗୁଁ ବିଶେଷ ପ୍ରଭାବିତ ହୋଇଥିବା ଦେଖାଯାଇଛି । ଜିଲ୍ଲାର 8ଟି ବ୍ଲକ ଅନ୍ତର୍ଗତ 107ଟି ପଞ୍ଚାୟତ ମଧ୍ୟ ପ୍ରଭାବିତ ହୋଇଥିବା ଦେଖାଯାଇଛି । ଏଥିରୁ 48ଟି ପଞ୍ଚାୟତ ବିଶେଷ ପ୍ରଭାବିତ ହୋଇଥିବା ବେଳେ 59ଟି ପଞ୍ଚାୟତ ଆଂଶିକ ପ୍ରଭାବିତ ହୋଇଥିବା ଜଣା ପଡିଛି ।

ବିହାର ବନ୍ୟାପ୍ରପୀଡିତଙ୍କୁ ଏୟାର ଡ୍ରପିଂ ଯୋଗେ ରାସନ ସାମଗ୍ରୀ ବଣ୍ଟନ

ଏହି ପ୍ରଭାବିତ ଅଞ୍ଚଳମାନଙ୍କରେ ସାମୂହିକ ଭାବେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ହେଲେ କେତେକ ସ୍ଥାନରେ ଜଳ ଭର୍ତ୍ତି ହୋଇ ରହିଥିବାରୁ ସେଠାରେ ସାମୂହିକ ରୋଷେଇ ସମ୍ଭବ ହୋଇ ପାରୁନାହିଁ । ତେଣୁ ସେହି ସ୍ଥାନମାନଙ୍କରେ ହେଲିକପ୍ଟର ଦ୍ବାରା ଏୟାର ଡ୍ରପିଂର ବ୍ୟବସ୍ଥା କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟ ସରକାରଙ୍କୁ ଅନୁରୋଧ କରିଥିଲେ । ପରେ ସରକାରଙ୍କ ଅନୁମତି କ୍ରମେ ଜିଲ୍ଲାକୁ ହେଲିକପ୍ଟର ପଠାଯାଇଥିଲା । ଯେଉଁଥିରେ ଶନିବାରଠାରୁ ଏୟାରଡ୍ରପିଂ କାର୍ଯ୍ୟ ଆରମ୍ଭ ହୋଇଛି । ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ଏୟାର ଡ୍ରପିଂ ଦ୍ବାରା ଶୁଖିଲା ରାସନ ବିତରଣ କାର୍ଯ୍ୟ ଜାରି ରହିଛି ।

ବର୍ତ୍ତମାନ ସୁଦ୍ଧା ଏୟାର ଡ୍ରପିଂ ଦ୍ବାରା 1050 ଶୁଖିଲା ରାସନ ସାମଗ୍ରୀ ବଣ୍ଟନ ସରିଛି । ଏଥିପାଇଁ ଭାରତୀୟ ବାୟୁସେନାର ଜବାନମାନେ ହେଲିକପ୍ଟର ସାହାଯ୍ୟରେ ପୂର୍ବ କୁଶେଶ୍ବରସ୍ଥାନ ଓ କେୱଟଠାରେ ରାସନ ବାଣ୍ଟିଥିଲେ । ଏହା ଦ୍ବାରା କୁଶେଶ୍ବରସ୍ଥାନ ବ୍ଲକରେ ସୁଘରାଇନ ଗାଁରେ 200 ପ୍ୟାକେଟ, ତିଳକେସ୍ବର ଗାଁରେ 250 ସମେତ କେୱଟି ବ୍ଲକର ବଗଡିହା ଗାଁରେ 300 ପ୍ୟାକେଟ ଓ ଚକ୍କର ଗାଁରେ 300 ପ୍ୟାକେଟ ଶୁଖିଲା ରାସନ ପହଞ୍ଚାଯାଇଛି । ତେବେ ଏହି ସମ୍ପୂର୍ଣ୍ଣ ବିତରଣ ପ୍ରକ୍ରିୟାରେ ଜିଲ୍ଲା ଅଧିକାରୀ ନିଜେ ହେଲିକପ୍ଟରରେ ରହି ସ୍ଥିତି ତଦାରଖ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.