ବେଙ୍ଗାଲୁରୁ: ଅବକାରୀ ବିଭାଗ କବଳରେ 5କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଡ୍ରଗ୍ସ । ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଶ୍ବର ସବୁଠାରୁ ମାରାତ୍ମକ ଏଫିଡ୍ରେନ ଡ୍ରଗ୍ସକୁ ଜବତ କରିଛି ଅବକାରୀ ବିଭାଗ । ଏହି ଡ୍ରଗ୍ସ ଏତେ ମାରାତ୍ମକ କି ଏହାକୁ ଅନେକ ଦେଶରେ ବ୍ୟାନ କରାଯାଇଛି । ଏହା ମୁଖ୍ୟତଃ କ୍ୟାପସୁଲ, ଟ୍ୟାବଲେଟ ଓ ଇଞ୍ଜେକ୍ସନ ଆକାରରେ ଗ୍ରହଣ କରାଯାଇଥାଏ ।
ତେବେ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ଯାତ୍ରା କରୁଥିବା ଚେନ୍ନାଇରୁ ଜନୈକ ମୋଟ 5କୋଟି ଟଙ୍କା ମୂଲ୍ୟର 5.115 କିଲୋଗ୍ରାମ ଏଫିଡ୍ରେନ ଡ୍ରଗ୍ସ ନେଇଯାଉଥିବା ଜଣା ପଡିଥିଲା । ଏହାପରେ ଛାନଭିନ କରି ଡ୍ରଗ୍ସକୁ ଜବତ କରିଥିଲା ଅବକାରୀ ବିଭାଗ । ପ୍ରାୟ 45ଟି ରିଲରେ ଏହି ଡ୍ରଗ୍ସ ନିଆଯାଉଥିବା ବେଳେ ଏହାକୁ ଅଷ୍ଟ୍ରେଲିଆ ଚାଲାଣ କରାଯାଉଥିଲା ।
କେମ୍ପେଗୌଡା ଅନ୍ତଜାର୍ତୀୟ ବିମାନବନ୍ଦର ଦେଇ ଏହି ଡ୍ରଗ୍ସ ପଠାଯାଉଥିବା ବେଳେ ସମ୍ପୃକ୍ତ ଚାଲାଣକାରୀଙ୍କୁ ଗିରଫ କରିବା ସହ ଏନଡିପିଏସ ଥାରା 1985 ଆଧାରରେ ଏକ ମାମଲା ରୁଜୁ କରିଛି ଅବକାରୀ ବିଭାଗ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ