ETV Bharat / bharat

ବନ୍ୟା ପିଡୀତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଲା ଡ୍ରୋନ୍‌

ଏକ ଅଭିନବ ପଦକ୍ଷେପରେ କର୍ଣ୍ଣାଟକ ରାଇଚୁର ଜିଲ୍ଲାର ଏକ ଦ୍ବୀପରେ ଫସି ରହିଥିବା ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ଅଧିକାରୀମାନେ ଡ୍ରୋନ୍‌ର ବ୍ୟବହାର କରିଛନ୍ତି ।

author img

By

Published : Aug 21, 2020, 4:42 PM IST

ବନ୍ୟା ପିଡୀତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଲା ଡ୍ରୋନ୍‌
ବନ୍ୟା ପିଡୀତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଲା ଡ୍ରୋନ୍‌

ବେଙ୍ଗାଲୁରୁ: ଏକ ଅଭିନବ ପଦକ୍ଷେପରେ କର୍ଣ୍ଣାଟକ ରାଇଚୁର ଜିଲ୍ଲାର ଏକ ଦ୍ବୀପରେ ଫସି ରହିଥିବା ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ଅଧିକାରୀମାନେ ଡ୍ରୋନ୍‌ର ବ୍ୟବହାର କରିଛନ୍ତି । ଉତ୍ତର କର୍ଣ୍ଣାଟକରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଜାରି ରହିଛି । ଫଳରେ ନାରାୟଣପୁର ଡ୍ୟାମରୁ ପ୍ରବଳ ଜଳ ନିଷ୍କାସନ ହୋଇ କୃଷ୍ଣ ନଦୀରେ ଥିବା କରାକାଲାଗଡି ଦ୍ବୀପ ସହ ଯୋଗାଯୋଗ ବିଛିନ୍ନ ହୋଇପଡିଛି ।

ତେବେ ଏଥିଯୋଗୁଁ ଦ୍ବୀପର ବାସିନ୍ଦାମାନେ ସେଠାରେ ଫସି ରହିଥିଲେ । ସେମାନଙ୍କୁ ଔଷଧ ଏବଂ ଖାଦ୍ୟ ସାମଗ୍ରୀ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାଇବାରେ ଅନେକ ସମସ୍ୟା ହେଉଥିଲା । ସବୁଠୁ ବଡ କଥା ହେଲା, ଦ୍ବୀପରେ ଜଣେ ପକ୍ଷାଘାତ ରୋଗୀ ଥିଲେ । ତାଙ୍କୁ ଜରୁରୀକାଳୀନ ଔଷଧର ଆବଶ୍ୟକତା ଥିଲା । ତେଣୁ ଲିଙ୍ଗସୁଗୁର ସବ-ଡିଭିଜନର ସହକାରୀ କମିଶନର ରାଜଶେଖର ଡମ୍ବଲ ଦ୍ବୀପ ବାସିନ୍ଦାଙ୍କୁ ସାହାଯ୍ୟ କରିବା ପାଇଁ ଡ୍ରୋନ୍‌ର ବ୍ୟବହାର କରିବାକୁ କହିଥିଲେ। ପରେ ଡ୍ରୋନ୍ ସାହାଯ୍ୟରେ ଔଷଧ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ସଫଳତାର ସହିତ ଲୋକଙ୍କୁ ପ୍ରଦାନ କରାଯାଇଥିଲା |

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.