ETV Bharat / bharat

କକା-ପୁତୁରାଙ୍କ ଲଢେଇରେ ଉଦ୍ଧବଙ୍କ ସ୍ବପ୍ନ ଚୁରମାର

author img

By

Published : Nov 24, 2019, 2:47 AM IST

ଇତିହାସ ଦୋହରାଇଲା କକା-ପୁତୁରା ଲଢେଇ । ମହାରାଷ୍ଟ୍ର ରାଜନୀତିର ପାରିବାରି ଲଢେଇରେ ବଳି ପଡିଲେ ଉଦ୍ଧବ ଠାକରେ । ଦିନେ ବାଲଠାକରେ ମଧ୍ୟ ନିଜ ପୁତୁରା ରାଜ ଠାକରେଙ୍କୁ ଅଣଦେଖା କରିଥିଲେ । ଯାହର ଶନିବାର ପୂନରାବୃତି ହୋଇଥିବା ମହାରାଷ୍ଟ୍ରର ମହାଡ୍ରାମାରେ ଦେଖିବାକୁ ମିଳିଛି ।

ଡିଜାଇନ ଫଟୋ

ହାଇଦ୍ରାବାଦ: କ୍ଷମତାର ଲଢେଇରେ ଯେତେବେଳେ କଥା ଉତ୍ତରାଧିକାରୀ ଆଡକୁ ଆସେ, ସେତେବେଳେ ନିଜର ଲୋକ ହିଁ ଧୋକା ଦେଇଥାନ୍ତି । ଭାରତୀୟ ରାଜନୀତିରେ ଏପରି ଖବରର ଅନେକ ନଜିର ରହିଛି । ଶନିବାର ମହାରାଷ୍ଟ୍ରର ରାଜନୈତିକ ଘଟଣାକ୍ରମରେ ଜଣେ ପୁତୁରା ନିଜ କକାର ବିରୋଧୀ ହୋଇଛନ୍ତି । କକାର ଇଚ୍ଛା ବିରୋଧରେ ପୁତୁରା ରାଜନିତୀର କିଙ୍ଗ ମେକର ବନିଯାଇଛି । ହେଲେ ସବୁଠୁ ରୋଚକ କଥା ହେଉଛି କି ଏହି ରାଜନୀତିର ଖେଳରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ସ୍ବପ୍ନ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି ।

ସମୟ ଥିଲା ସେତେବେଳେ ଉଦ୍ଧବଙ୍କ ନିଜ ପରିବାରରେ ମଧ୍ୟ କକା-ପୁତୁରା ମଧ୍ୟରେ ଲଢେଇ ହୋଇଥିଲା । ସେ ଲଢେଇରେ ରାଜନୀତି ପାଇଁ ଯୋଗ୍ୟ ପୁତୁରା ଥିବା ସତ୍ତ୍ବେ ପୁତ୍ରକୁ ମହତ୍ତ୍ବ ଦିଆଯାଇଥିଲା । ରାଜନୀତିର ଏହି ଖେଳରେ ରାଜ ଠାକରେ ମାତ ଖାଇଥିଲେ । ବାଲାସାହେବ ଠାକରେଙ୍କ ପୁତୁରା ରାଜ ଠାକରେ ସର୍ବଦା ନିଜ କକାଙ୍କ ପଦଚିହ୍ନରେ ଚାଲୁଥିଲେ । ରାଜଙ୍କୁ ହିଁ ପାର୍ଟିର ସମସ୍ତ ଭାର ଦିଆଯିବା ନେଇ ଅନୁମାନ କରଯାଉଥିଲା, କିନ୍ତୁ 2004ରେ ବାଲ ଠାକରେ ନିଜ ପୁତୁରାକୁ ଅଣଦେଖା କରି ଉଦ୍ଧବ ଠାକରେଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରିଥିଲେ । ବାଲାସାହେବଙ୍କ ଏହି ନିଷ୍ପତ୍ତିକୁ ରାଜ ସ୍ବୀକାର କରିପାଲେ ନାହିଁ । କାକ ଓ ପୁତୁରାଙ୍କ ମଧ୍ୟରେ ଦୂରତା ବଢି ଚାଲିଲା । ଶେଷରେ ରାଜ ଠାକରେ 2005ରେ ଶିବସେନାରୁ ଅଲଗା ହୋଇଗଲେ ।

ଶନିବାର ରାତିରେ ମହାରାଷ୍ଟ୍ର ରାଜନୀତିର ଫାଇନାଲ ଖେଳରେ ଏନସିପି ଓ କଂଗ୍ରେସର ଘୋଷଣା ପରେ ଉଦ୍ଧବଙ୍କ ନାମ ଉପରେ ସହମତି ବନିଥିଲା । ସବୁଆଡେ ଖବର ଥଲା ଯେ ଉଦ୍ଧବ ଠାକରେ ହିଁ ମୁଖ୍ୟମନ୍ତ୍ରୀ ହେବେ, କିନ୍ତୁ ଶନିବାର ସକାଳେ ବାଜି ଓଲଟି ଗଲା ଏବଂ କ୍ଷମତାର ଭାର ଏନସିପି ନେତା ଶରଦ ପାଓ୍ବାରଙ୍କ ପୁତୁରା ଅଜିତ ପାଓ୍ବାରଙ୍କ ସମର୍ଥନରେ ବିଜେପିକୁ ମିଳିଗଲା । ଏହି ରାଜନୀତିର ଖେଳରେ ପରିବାରର କଳି ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି । ଏବେ କକା ଓ ପୁତୁରା ପରସ୍ପର ବିରୋଧରେ ଆମ୍ନାସାମ୍ନୀ ଛିଡା ହୋଇଛନ୍ତି ।

ମହାରାଷ୍ଟ୍ର ରାଜନିତୀରେ ବର୍ତ୍ତମାନ ଉଦ୍ଧବ ଠାକରେଙ୍କ ସ୍ବପ୍ନ ଯେପରି ଭାଙ୍ଗିଛି, ତାହା କକା-ପୁତୁରାଙ୍କ ପୁରୁଣା ଲଢେଇକୁ ପୁଣି ଜୀବିତ କରିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.