କୋଚି: କୋଭିଡ 19 ମୁକାବିଲା ପାଇଁ ସରକାରଙ୍କ ସମେତ ପ୍ରାଇଭେଟ ଉଦ୍ୟୋଗ ପକ୍ଷରୁ ମଧ୍ୟ ଗବେଷଣା କରାଯାଉଛି । ଏହି ପରିପ୍ରେକ୍ଷୀରେ ଡିଆରଡିଓ ପକ୍ଷରୁ ଏକ ନୂତନ ଉପାୟ ବାହାର କରାଯାଇଛି । ଭୂତାଣୁ ମୁକାବିଲା ପାଇଁ ଏହା ଏକ ଚ୍ୟାମ୍ବର ବାହାର କରିଛି ।
ସଂସ୍ଥା ପକ୍ଷରୁ ଏକ ପ୍ରତିଷେଧକ ଚ୍ୟାମ୍ବର ପ୍ରସ୍ତୁତ କରାଯାଇଛି । ବିମାନବନ୍ଦରରେ କୋଭିଡ 19 ମୁକାବିଲା ପାଇଁ ଏହି ଚ୍ୟାମ୍ବରକୁ ତିଆରି କରିଛି ଡିଆରଡିଓ । ଏଥିରେ ଏୟାରପୋର୍ଟରେ ଆସୁଥିବା ସମସ୍ତ ବ୍ୟାଗେଜ ଓ ସାମଗ୍ରୀ ପରୀକ୍ଷା କରାଯିବ ସହ ପ୍ରତିଷେଧକ ହୋଇପାରିବ ।
ଏହା ଏକ ଅଲଟ୍ରା ଭାଓଲେଟ ପ୍ରତିଷେଧକ ଚ୍ୟାମ୍ବର । କେରଳର କୋଚିନ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଏହାକୁ ସ୍ଥାପନ କରାଯାଇଛି । କୋଚିର ଏକ ଲାବ୍ରାଟୋରୀରେ ଏହାକୁ ନିର୍ମାଣ କରାଯାଇଛି । ସମସ୍ତ ବ୍ୟାଗେଜକୁ ଏହି ଚ୍ୟାମ୍ବର ଦ୍ବାରା ପ୍ରତିଷେଧକ କରିବା ପରେ ଯାତ୍ରୀଙ୍କୁ ହସ୍ତାନ୍ତର କରାଯିବ ।
ସୌଜନ୍ୟ@ANI