ETV Bharat / bharat

ପୋଲିସ ବାବୁଙ୍କ କୋଭିଡ୍ ସେଣ୍ଟର, 100ରୁ ଅଧିକ ଯୋଦ୍ଧାଙ୍କ କଲେଣି ଚିକିତ୍ସା - ଡାକ୍ତର ରବୀନ କୁମାର

ଆସାମ ବାରପେଟା ଜିଲ୍ଲାର ପୋଲିସ ଅଧୀକ୍ଷକ ଡାକ୍ତର ରବୀନ କୁମାର । ଜଣେ ପୋଲିସ କର୍ମଚାରୀ ଭାବେ ନିଜ କର୍ତ୍ତବ୍ୟ ପାଳନ କରିବା ସହ କୋରୋନା ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସହକର୍ମୀଙ୍କ ପାଇଁ କରିଛନ୍ତି ମେଡିକାଲ କ୍ୟାମ୍ପ । ଅଧିକ ପଢନ୍ତୁ...

ପୋଲିସବାବୁଙ୍କ କୋଭିଡ ସେଣ୍ଟର, 100ରୁ ଅଧିକ ଯୋଦ୍ଧାଙ୍କ କରିସାରିଲେଣି ଚିକିତ୍ସା

author img

By

Published : Oct 18, 2020, 12:51 PM IST

ଆସାମ (ବାରାପେଟା): ପେଶାରେ ଜଣେ ପୋଲିସ କର୍ମଚାରୀ, ତା' ସାଙ୍ଗକୁ ଜଣେ ତାଲିମପ୍ରାପ୍ତ ଡାକ୍ତର । ଏଇଥିପାଇଁ ତ ଯେତେବେଳେ ସାରା ଦେଶରେ ମହାମାରୀ କୋରୋନାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା, ସେତେବେଳେ ସେ ନିଜ ଖାକି ପୋଷାକରେ ଷ୍ଟେଥୋସ୍କୋପ୍ ଲଗାଇବାକୁ ନେଇଥିଲେ ନିଷ୍ପତ୍ତି ।

ପୋଲିସବାବୁଙ୍କ କୋଭିଡ ସେଣ୍ଟର, 100ରୁ ଅଧିକ ଯୋଦ୍ଧାଙ୍କ କରିସାରିଲେଣି ଚିକିତ୍ସା

ଏ ହେଉଛନ୍ତି ଆସାମ ବାରପେଟା ଜିଲ୍ଲାର ପୋଲିସ ଅଧୀକ୍ଷକ ଡାକ୍ତର ରବୀନ କୁମାର । ଜଣେ ପୋଲିସ କର୍ମଚାରୀ ଭାବେ ନିଜ କର୍ତ୍ତବ୍ୟ ପାଳନ କରିବା ବ୍ୟତୀତ କୋରୋନା ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନିଜ ସହକର୍ମୀଙ୍କ ପାଇଁ ମେଡିକାଲ୍ କ୍ୟାମ୍ପ କରିଛନ୍ତି ।

ମେଡିସିନରେ ତାଲିମପ୍ରାପ୍ତ ଡାକ୍ତର କୁମାର ଜଣେ ଗୋଲ୍ଡ ମେଡାଲିଷ୍ଟ । ସେ ବାରାପେଟାର ପୋଲିସ ରିଜର୍ଭରେ ଏକ କୋଭିଡ ସେଣ୍ଟର ସ୍ଥାପନ କରିଛନ୍ତି । ଯେଉଁଠି ତାଙ୍କ ସହକର୍ମୀ ନିଜେ ଯାଇଁ ସ୍ବାସ୍ଥ୍ୟ ଯାଞ୍ଚ କରାଇପାରିବେ । ବର୍ତ୍ତମାନ ସୁଦ୍ଧା 100ରୁ ଅଧିକ ପୋଲିସ କର୍ମଚାରୀଙ୍କୁ ଚିକିତ୍ସା ଯୋଗାଇ ସାରିଛନ୍ତି ରବୀନ କୁମାର । ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ମଧ୍ୟ ଏଥିପାଇଁ ତାଙ୍କୁ ଉତ୍ସାହିତ କରିବା ସହ ପୋଲିସ ମହାନିର୍ଦ୍ଦେଶକ ଭାସ୍କରଜ୍ୟୋତି ମହାନ୍ତ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି ।

ପୋଲିସ ସେବାରେ ଯୋଗ ଦେବା ପୂର୍ବରୁ ଡାକ୍ତର କୁମାର ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପୋଶାଲିଟି ହସ୍ପିଟାଲ ତଥା ଉତ୍ତରପ୍ରଦେଶର ବିଭିନ୍ନ ଡାକ୍ତରଖାନାରେ ରୋଗୀ ସେବା କରି ଆସୁଥିଲେ । ଖାକି ପୋଷାକ ତଳେ ତାଙ୍କର ଏହି ସେବା ତଥା ଚିକିତ୍ସା ମନୋଭାବକୁ ସଭିଏଁ ବାଃ ବାଃ କରିଛନ୍ତି ।

ରବୀନ କୁମାରଙ୍କ ଉଦ୍ୟମରେ ବାରପେଟା ପୋଲିସ ରିଜର୍ଭ ଭିତରେ ଏକ କୋଭିଡ ହସ୍ପିଟାଲ ନିର୍ମାଣ କରାଯାଇଥିଲା । ଯାହାର ଉଦଘାଟନ ଆସାମ ଡିଜିପି ଭାସ୍କରଜ୍ୟୋତି ମହନ୍ତ କରିଥିଲେ ।

ଏବେ ସେ ସାଧାରଣ ଲୋକଙ୍କ ପାଇଁ ଜିଲ୍ଲାରେ ଏକ ବଡଧରଣର ଚିକିତ୍ସା ଶିବିର ଆୟୋଜିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.