ନୂଆଦିଲ୍ଲୀ: କାର୍ଯ୍ୟକାଳର ପ୍ରଥମ ଦିନରେ ମନ ଜିଣିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ । ଗୋଟିଏ ପଟେ ନେତାମନ୍ତ୍ରୀ ବଡବଡ ଗାଡିରେ ନିଜ କାର୍ଯ୍ୟାଳୟକୁ ଯାଉଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ସାଇକେଲରେ କାର୍ଯ୍ୟାଳୟ ପହଞ୍ଚି ସରଳତାର ପରିଚୟ ଦେଇଛନ୍ତି ।
ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୋମବାର ନିଜ କାର୍ଯ୍ୟଭାର ସମ୍ଭାଳିଛନ୍ତି । ତେବେ ନିଜ କାର୍ଯ୍ୟକାଳର ପ୍ରଥମ ଦିନରେ ସେ ସାଇକେଲରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପହଞ୍ଚିଛନ୍ତି । ଲୋକଙ୍କୁ ପ୍ରଦୂଷଣ ମୁକ୍ତ ପରିବେଶ ଏବଂ ସୁସ୍ଥ ରହିବାର ବାର୍ତ୍ତା ଦେବା ପାଇଁ ସେ ଏଭଳି କରିଥିବା କହିଛନ୍ତି ।
ସୂଚନା ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନୂଆ କ୍ୟାବିନେଟ୍ରେ ଡ. ହର୍ଷବର୍ଦ୍ଧନଙ୍କୁ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ଦାୟୀତ୍ବ ଦେଇଛନ୍ତି । ସେ ଦିଲ୍ଲୀର ଚାନ୍ଦିନୀ ଚୌକରୁ ସାଂସଦ ଥିବା ବେଳେ ମୋଦିଙ୍କ ପୂର୍ବ କ୍ୟାବିନେଟ୍ରେ ମଧ୍ୟ ସେ ସ୍ଥାନ ପାଇଥିଲେ । ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ସେ ବିଜ୍ଞାନ ଏବଂ ପ୍ରଦ୍ୟୋଗିକ ଓ ପର୍ଯ୍ୟାବରଣ, ବନ୍ୟ ଏବଂ ଜଳବାୟୁ ବରିବର୍ତ୍ତନ ଓ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟର ଦାୟିତ୍ବ ସମ୍ଭାଳିଥିଲେ ।