ETV Bharat / bharat

ବିଷାକ୍ତ ଭୋଗ ଖାଇ 40 ଛାତ୍ରଛାତ୍ରୀ ଅସୁସ୍ଥ - jharkhand

ସରସ୍ୱତୀ ପୂଜାରେ ବିଷାକ୍ତ ଭୋଗ ଖାଇ 40 ଛାତ୍ରଛାତ୍ରୀ ଅସୁସ୍ଥ। ଗୁରୁତର ଅବସ୍ଥାରେ ଛାତ୍ରଛାତ୍ରୀଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ। ଏ ଘଟଣାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଏଏନଆଇ ଟ୍ବିଟର
author img

By

Published : Feb 11, 2019, 11:38 AM IST

ରାଞ୍ଚି: ସରସ୍ୱତୀ ପୂଜାରେ ଭୋଗ ଖାଇ 40ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ଏଭଳି ଅଘଟଣ ଝାଡଖଣ୍ଡର ଲୋହରଦଗାରେ ଘଟିଛି । ଅସୁସ୍ଥ ଛାତ୍ରଛାତ୍ରୀଙ୍କ ବୟସ 4ରୁ 12 ବର୍ଷ ମଧ୍ୟରେ ହୋଇଥିବା ଖବର ମିଳିଛି। ସେମାନଙ୍କୁ ଚିକିତ୍ସା ପାଇଁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

  • Jharkhand: 40 students fell ill after consuming 'prasad' at a school in Lohardaga. S S Khalid, Doctor, Sadar hospital says, "40 children have come here till now, one or two are in critical condition. It is a case of food poisoning, we are treating them accordingly." (10/2) pic.twitter.com/tHMlqV8oE7

    — ANI (@ANI) February 11, 2019 " class="align-text-top noRightClick twitterSection" data=" ">
undefined
  • Ratan Mahwar, District Education Officer, Lohardaga: The administration is investigating, we will take action against whoever is found guilty. We will get the food sample examined to ascertain the cause. #Jharkhand pic.twitter.com/QrY5hSus1j

ଲୋହରଦଗା ଭଣ୍ଡାର ରୋଡ ସ୍ଥିତ ଇଟା ଗାଁରେ ଥିବା ଲିଟିଲ ଚାମ୍ପସ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ରବିବାର ସରସ୍ୱତୀ ପୂଜା ହୋଇଥିଲା। ପୂଜା ଶେଷରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା । ଯାହାକୁ ଖାଇବା ପରେ 40ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହେବା ସହ ରକ୍ତ ବାନ୍ତି କରିଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଛାତ୍ରଛାତ୍ରୀଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ସଦର ହସ୍ପିଟାଲ ଡାକ୍ତର ଏସଏସ ଖାଲିଦ ଏହଂ ସଞ୍ଜୟ ପ୍ରସାଦ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରଖିଛନ୍ତି।
undefined

ଅପରପକ୍ଷରେ ଛାତ୍ରଛାତ୍ରୀ ଚିକିତ୍ସିତ ହେଉଥିବା ହସ୍ପିଟାଲରେ ସ୍କୁଲ କର୍ତ୍ତୃପକ୍ଷ ଏ ପହଞ୍ଚି ନାହାନ୍ତି। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଭୋଗକୁ ଯାଞ୍ଚ ପାଇଁ ପଠାଯାଇଛି । ଏଥିସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ନେଇ ଲୋହରଦଗା ଜିଲ୍ଲା ଶିକ୍ଷାଧିକାରୀ ରତନ ସିଂହ କହିଛନ୍ତି।

କରତ ଗୁଣ୍ଡ ତଳେ କାଠ, ଧରିଲେ ବନ ତଥା ପୋଲିସ କର୍ମଚାରୀ
ରାଉରକେଲା-ଏହା ସତ କି ଚୋର ଚାଲାକ ହେଲେ ମଧ୍ୟ ପୋଲିସ ହାତ ରେ ଧର ପଡନ୍ତି। ବନ ବିଭାଗ ତଥା ପୋଲିସ ହାଥ ରେ ଏକ ଗାଡି ଧର ପଡିଛି। ଗାଡି ଚାଳକ ତଥା ଅନ୍ୟ ମନେ ଏରଲା ଅଂଚଳ ରୁ ଗାଡି ଛାଡି ଫେରାର ହେବାରେ ସଫଳ ହୋଇଛନ୍ତି। ଉକ୍ତ ମିନି ଟ୍ରକ ରେ କାଠ ଉପରେ 30-35 ବସ୍ତା କରତ ଗୁଣ୍ଡ ରଖ ଯାଇ ଥିଲେ। ଥାନା କୁ ଗାଡି ଆଣିବା ପରେ କରତ ଗୁଣ୍ଡ ବସ୍ତା ଓଲ୍ହାଇବା ପରେ ଲକ୍ଷାଧିକ ଟଙ୍କା ମୂଲ୍ୟ କାଠ ମିଳିଛି।
ସରଣ୍ଡା ରୁ ଏରଲା ଦେଇ ଗାଡି ଝାରଖଣ୍ଡ କୁ ଯାଉ ଥିଲା ବୋଲି କୁହ ଯାଉଛି। ବନ ବିଭାଗ ଘଟଣା ର ତଦନ୍ତ କରୁଛି। ବନ ବିଭାଗ କାଠ ମାଫିଆ  ମାନଙ୍କୁ କେବେ ଧରିବ ତା ଉପରେ ସମସ୍ତଙ୍କ ନଜର।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.